ଦାବି ହାସଲ ନହେଲେ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ : ମହାସଂଘ
ଭୁବନେଶ୍ୱର:୨/୯ ରାଜ୍ୟ ପ୍ରାଥମିକ ଶିକ୍ଷକ(ଏକ୍ସକ୍ୟାଡର) ମହାସଂଘ ଗତ ୩୧ ଜୁଲାଇ ରେ ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାନଟିନ ଛକଠାରୁ ଲୋୟର ପିଏମଜି ପର୍ଯ୍ୟନ୍ତ ୨୦ ହଜାରରୁ ଉର୍ଦ୍ଧ୍ବ ଶିକ୍ଷକ/ଶିକ୍ଷକୟତ୍ରୀ ରାଜ୍ୟ ମହାସଂଘର ସଭାପତି ଶରତ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ପାଞ୍ଚ ଦଫା ଦାବି ପୂରଣ ପାଇଁ ଏକ ବିଶାଳ ରାଲିରେ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ସଚିବ ଙ୍କ ସହିତ ଆଲୋଚନା ରେ ଅସନ୍ତୁଷ୍ଟ ପ୍ରକାଶ କରି ଧାରଣା ଓ ପ୍ରତିବାଦ ଶତେଇସ ତମ ଦିନ ପର୍ଯ୍ୟନ୍ତ ଅବ୍ୟାହତ ରଖିଛି ।
ପ୍ରକାଶ ଥାଉକି ଗତ ତା: ୧-୦୩-୨୦୧୭ ମସିହାରୁ ଆଠ ବର୍ଷ ପୂରଣ କରିଥିବା ଗଣଶିକ୍ଷକ ନିୟମିତ ଶିକ୍ଷକର ମାନ୍ୟତା ପାଇଥିଲେ ମଧ୍ୟ ଓଟିଇଟି ଆଳରେ ସେମାନଙ୍କୁ ଇଂକ୍ରିମେଣ୍ଟ ରୁ ବଂଚିତ କରାଯାଇଛି ଏବଂ ୩୦୦୦ରୁ ଉର୍ଦ୍ଧ୍ବ ଗଣଶିକ୍ଷକ ନିୟମିତ ରୁ ବଂଚିତ ହୋଇ ରହିଛନ୍ତି । ଯେଉଁମାନେ ନିୟମିତ ହୋଇଛନ୍ତି ଏକ୍ସ -କ୍ୟାଡର ରେ ଅବସ୍ଥାପିତ ହୋଇଛନ୍ତି l ସମଗ୍ର ଶିକ୍ଷା କୁ ହୋଇଥିବା ଡେପୁଟେସନ କୁ ବାତିଲ କରିବା ସହ ତା ୦୧-୦୩-୨୦୧୭ ରୁ ସମସ୍ତଙ୍କୁ କ୍ୟାଡ଼ର ଭୁକ୍ତ କରିବାକୁ ମହାସଂଘ ପକ୍ଷରୁ ଦାବି କରାଯାଇଛି ।
ଟ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ, ସପ୍ତମ ବେତନ କମିଶନର ବର୍ଦ୍ଧିତ ବକେୟା ୫୦% ଦରମା ପ୍ରଦାନ ଇତ୍ୟାଦି ଦାବି କରି ଆସୁଥିଲେ ମଧ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଉନଥିବା ଯୋଗୁଁ ରାଜ୍ୟର ସମସ୍ତ ୨୨ହଜାର ପରିବାରରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ତା:୨୫-୦୭-୨୦୧୬ ର ନିର୍ଦେଶନମା ଅନୁଯାୟୀ ଲେଭେଲ ଭି ଏଲିମିଣ୍ଟେରୀ ଶିକ୍ଷକ ହୋଇଥିଲେ ମଧ୍ୟ ଫେଷ୍ଟିଭଲ ଏଡଭାନ୍ସ,ଆରସିଏମ,ଏଚବିଏ ,ଏମସିଏ ଓ ସିଆରସିସି ଚୟନ ପ୍ରକ୍ରିୟା ରୁ ବଂଚିତ କରାଯାଉଛି,ଏ ସମ୍ପର୍କରେ ଜିଲା ଓ ବ୍ଲକ ସ୍ତର କୁ ଏକ ସ୍ପଷ୍ଟ ନିର୍ଦେଶନମା ପ୍ରେରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ସମାଧାନ ନ କରିବା ପର୍ଯ୍ୟନ୍ତ ବିକ୍ଷୋଭ ଓ ପ୍ରତିବାଦ ଜାରି ରହିବ ବୋଲି ମହାସଂଘର ମହାସଚିବ ହାନେସ ପାତ୍ର ବାଗ କହିଛନ୍ତି
ଆଜି ରାୟଗଡା ଜିଲ୍ଲା ପକ୍ଷରୁ ରାଜ୍ୟ କୋଷାଧ୍ୟକ୍ଷ ବିଜୟ ମିଶ୍ର ଓ ଜିଲ୍ଲା ସଂପାଦକ ଗୋପାଳ ଦୋରା, ସନ୍ତୋଷ ଦାସ,ସୁରେଶ ପଣ୍ଡା,ପ୍ରଶାନ୍ତ ପ୍ରଧାନ,ବେନୋଜ ମହାପାତ୍ର,ମାନସ ନନ୍ଦ,ଅରବିନ୍ଦ ସେଠି,ଗଙ୍ଗା ବିଶୋଇ,ମହେନ୍ଦ୍ର ବିଭାର,ଜଳନ୍ଧର ହିଆଲ,ହର ବ୍ରହ୍ମା, ମହେନ୍ଦ୍ର ସେଠି,ଗୁରୁଦେବ ନାଏକ,ତ୍ରିଲୋଚନ ପ୍ରଧାନ,ସୁଶାନ୍ତ ରଥ,ଗଗନ ଗୌଡ଼, ସନ୍ତୋଷ ପାଳ,ଲକ୍ଷ୍ମୀ ମାଝୀ,ଅଭୟ ମିଶ୍ର, ଙ୍କ ନେତୃତ୍ୱରେ ଶହ ଶହ ଶିକ୍ଷକଶିକ୍ଷୟିତ୍ରୀ ଧାରଣାରେ ରହିଛନ୍ତି । ସରକାର ଏକ୍ସକ୍ୟାଡ଼ର ଶିକ୍ଷକ ଓ ଗଣଶିକ୍ଷକଙ୍କ ପ୍ରତି କରିଥିବା ଅନ୍ୟାୟ କୁ ବରଦାସ୍ତ କରାଯିବ ନାହିଁ ବୋଲି ରାଜ୍ୟ ଉପସଭାପତି ରାଜୀବ ଲୋଚନ ପ୍ରଧାନ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ରଂଜୁ ଅମାତ ପ୍ରେସ ବିବୃତିରେ କହିଛନ୍ତି । ପୂର୍ବ ଯୋଜନା ମୁତାବକ ରାଜଧାନୀ ମାଟିରେ ଜୀଵନ-ମରଣ ଲଢେଇ ହେବ,ଦାବି ପୂରଣ ନହେଲେ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ରାଜ୍ୟ ପ୍ରାଥମିକ ଶିକ୍ଷକ ଏକ୍ସକ୍ୟାଡ଼ର ମହାସଂଘର ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଖମାରୀ କହିଛନ୍ତି ।