୭ ମାସ ହେଲା ବାର୍ଦ୍ଧକ୍ୟ ଭତା ରୁ ବଞ୍ଚିତ ଦୁଇ ଅସହାୟ ବିଧବା

38 0

ବୌଦ୍ଧ:୨ /୦୯ (ଚିତ୍ତ ରଞ୍ଜନ ସିଂ)ସରକାର ବୃଦ୍ଧ ବୃଦ୍ଧା ଙ୍କୁ ବାର୍ଦ୍ଧକ୍ୟ ଭତା ଯୋଜନା ରେ ପ୍ରତ୍ୟକ ମାସ ରେ ସହାୟତା ଯୋଗାଇ ଦେଉଛନ୍ତି l କିନ୍ତୁ ତୃଣ ମୂଳ ସ୍ତର ରେ ଏହି ଯୋଜନା ଟି କେତେକ ବୃଦ୍ଧ ବୃଦ୍ଧା ଙ୍କୁ ଠିକ ଭାବ ରେ ପହଁଚି ପାରୁନଥିବା ଯୋଗୁଁ ହିତାଧିକାରୀ ଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଉଛି l ସୂଚନା ଥାଉକି ହରଭଙ୍ଗା ବ୍ଲକ ତିଳେଶ୍ୱର ପଞ୍ଚାୟତ କୃଷପାଳି ଗ୍ରାମର କୁନ୍ତଳା ସାହୁ ଜଣେ ଅସହାୟ ବିଧବା ମହିଳା ଆଜକୁ୭ ମାସ ହେଲା ଭତା ପାଇବା ରୁ ବଞ୍ଚିତ ହୋଇଥିବା ଜଣାପଡିଛି l

ତାଙ୍କ କହିବା ଅନୁସାରେ ପୂର୍ବରୁ ଠିକଠାକ ଭାବେ ଭତା ମିଳୁଥିଲା l ପରଵର୍ତ୍ତି ସମୟ ରେ ଆଙ୍ଗୁଠି ଛାପ ଆସୁନଥିବାରୁ ବ୍ୟାଙ୍କ କୁ ଆସିଥିବା ୭ ମାସର ଭତା ଆଜି ପର୍ଯ୍ୟନ୍ତ ପାଇ ପାରି ନାହିଁ ବୋଲି ବୃଦ୍ଧା ଜଣଙ୍କ କୋହଭରା କଣ୍ଠରେ ପ୍ରକାଶ କରିଥିଲେ l

ଅନ୍ୟପଟେ ସାମ୍ପୋଚ ପଞ୍ଚାୟତ ରମ୍ଭିକଟା ଗ୍ରାମର ପଦ୍ମବତୀ ନାୟକ ଉକ୍ତ ବିଧବା ମହିଳା ଙ୍କ ମଧ୍ୟ ସମାନ ଅବସ୍ଥା ଭୋଗୀ ଆଜକୁ ୭ ମାସ ଭତା ପାଇବାରେ ବଞ୍ଚିତ ରହିଥିବାବେଳେ ପଞ୍ଚାୟତ ଠୁ ଆରମ୍ଭ କରି ବ୍ୟାଙ୍କ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ଏପରିକି ଭତା ମିଳୁ ନଥିବାରୁ ଚଳିବାକୁ ବଡ଼ ଅସୁବିଧା ସମ୍ମୁଖୀନ ହେଉଥିବା କହନ୍ତି l ସେନେଇ ଦୁଇ ଅସହାୟ ବିଧବା ମହିଳାଙ୍କୁ ତୁରନ୍ତ ପ୍ରଶାସନ ଦୃଷ୍ଟି ଦେଇ ବାର୍ଦ୍ଧକ୍ୟ ଭତା ଯୋଗାଇ ଦେବାକୁ ସାଧାରଣ ରେ ଦାବି ହେଉଛି l

Related Post

ହୋମିଓପ୍ୟାଥିକ ଡାକ୍ତର ସଂଘର ଏକ ବୈଠକ ଅନୁଷ୍ଠିତ

Posted by - March 11, 2023 0
ଯାଜପୁର:ଯାଜପୁର ରୋଟାରୀ ଭବନ ପରିସରରେ ଘରୋଇ ହୋମିଓପ୍ୟାଥିକ ଡାକ୍ତର ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ନିତ୍ୟାନନ୍ଦ ଭୋଇଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ…

କାଳିଆ କରୁଛି ଗୋଳମାଳିଆ,ଯୋଗ୍ୟ ହିତାଧିକାରୀ ଙ୍କ ପାଖରେ ଗୋଟିଏ ବି କିସ୍ତି ପହଞ୍ଚି ପାରୁନାହିଁ

Posted by - November 25, 2019 0
କେନ୍ଦୁଝର:ତା ୨୪ ନଭେମ୍ବର    ରାଜ୍ୟସରକାର ଚ଼ାଷୀମାନ ଙ୍କ ଚ଼ାଷର ଉନ୍ନତି ପାଇଁ ନିର୍ବାଚ଼ନ ପୂର୍ବରୁ କାଳିଆ ଯୋଜନାରେ ଚ଼ାଷୀ ମାନଙ୍କ ବ୍ୟାଙ୍କ ଖାତାକୁ ଗୋଟିଏ କିସ୍ତି…

ମାର୍ଚ୍ଚ ୨୨ରୁ ୨୯ ଯାଏ ୫ ଜିଲା ସମ୍ପୂର୍ଣ୍ଣ ‘ଲକ୍‌ଡାଉନ୍‌’, କ’ଣ କ’ଣ ସବୁ ରହିବ ଖୋଲା

Posted by - March 21, 2020 648
ଭୁବନେଶ୍ବର ୨୧।୩: ସାରା ବିଶ୍ବରେ ଏବେ ଆତଙ୍କ ସୃଷ୍ଟି କରିଛି କରୋନା ଭାଇରସ୍ । ଏଥିରୁ ସୁରକ୍ଷିତ ରହିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ନେଉଛନ୍ତି ।…

ଯାଜପୁର ପରିସ୍ଥିତି ଗମ୍ଭୀର, ୭୦୦ କଲିକତା ଫେରନ୍ତା,କିଛି ସଂକ୍ରମିତ ଯାଜପୁରରେ ଚିକିତ୍ସିତ ମଧ୍ୟ ହେଉଥିଲେ

Posted by - April 21, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲାରେ ଗତକାଲି ଗୋଟିଏ ଦିନରେ ୫ ଜଣ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲା ପ୍ରଶାସନର ଚନ୍ତା ବଢ଼ିଯାଇଛି…