ବିଜୟ ମେମୋରିଆଲ ଜୋନାଲ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତା ଉଦ୍ଘାଟନୀ ମ୍ୟାଚରେ ଡଙ୍ଗରି ଗୁଡା ବିଜୟୀ

199 0

ଧର୍ମଗଡ:(ହେମନ୍ତ କୁମାର ମାଝୀ)ଧର୍ମଗଡ ଖେଳ ପଡିଆ ଠାରେ ବିଜୟ ମେମୋରିଆଲ ଜୋନାଲ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତା ଆଜି ଉଦ୍ଘାଟିତ ହୋଇ ଯାଇଛି । ମାଁ ଭଣ୍ଡାର ଘରଣୀ ଫୁଟ ବଲ୍ କମିଟି ଏବଂ ଧର୍ମଗଡ ଏନଏସି ର ମିଳିତ ଆୟୋଜନ ରେ ହେଉ ଥିବା ଏହି ପ୍ରତିଯୋଗିତା ରେ ଧର୍ମଗଡ ଉପଖଣ୍ଡ ଅଂଚଳ ର ମୋଟ ଦଶ ଟି ଦଳ ଅଂଶ ଗ୍ରହଣ କରିଛନ୍ତି ।

ଉଦ୍ଘାଟନୀ ମ୍ୟାଚ ତାଲ ପଦର ଓ ଡଙ୍ଗରି ଗୁଡା ଦଳ ମଧ୍ୟ ରେ ଅନୁଷ୍ଠିତ ହୋଈ ଥିଲା । ଡଙ୍ଗରି ଗୁଡା ଦଳ ତାଲ ପଦର ଦଳ କୁ ୩-୦ ଗୋଲ ରେ ପରାସ୍ତ କରି ବିଜୟୀ ହୋଇ ଥିଲେ । ତାପସ ଦାସ, ସଞ୍ଜୀବ ଦୂର୍ଗା, ଭବେନ୍ଦ୍ର ଗୋପାଲ ଓ ସୁବ୍ରତ ବେହେରା ଖେଳ ପରିଚାଳନା କରିଥିଲେ । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଧର୍ମଗଡ ନଗର ପାଳ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତା କୁ ଉଦ୍ଘାଟନ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଗରିବ ଦୀପ, ଉପାଧକ୍ଷା ମନିଷା ମିଶ୍ର, ଦୁଃଖୁ ରାମ କାଣ୍ଡ, ଶ୍ୟାମ ସୁନ୍ଦର ଅଗ୍ରୱାଲ, କ୍ରୀଡା କମିଟି ସଭାପତି ଲକ୍ଷ୍ମୀ କାନ୍ତ ଧଙ୍ଗଡାମାଝି, କ୍ରୀଡା ଶିକ୍ଷକ ଅଭୟ ବାଗ, ସରକାରୀ ଓକିଲ ରାଜେନ୍ଦ୍ର କୁମାର ମୁନି, ବିବେକ ରଞ୍ଜନ ମିଶ୍ର ପ୍ରମୁଖ ଯୋଗ ଦେଇ ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତା ୧୨ ତାରିଖ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆ ଯାଇଛି । ଧର୍ମଗଡ଼ ରୁ

Related Post

ନୂତନବର୍ଷକୁ ସ୍ୱାଗତ କରିବାପାଇଁ ୨୦-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Posted by - December 26, 2021 0
ସମ୍ବଲପୁର::(ରମାକାନ୍ତ ବିଶ୍ବାଳ) ରେଙ୍ଗାଲିରେ ନବ ବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରତିବର୍ଷଭଳି ଏ ବର୍ଷ ମଧ୍ୟ୍ୟ କୋଭିଡ ନିୟମ ପାଳନ କରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଯାଇଛି…

ରାଜ୍ୟସ୍ତରୀୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ ନେଇ ବୌଦ୍ଧରେ ପ୍ରସ୍ତୁତି ଜୋରଦାର

Posted by - November 10, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ରାଜ୍ୟସ୍ତରୀୟ ୬୯ତମ ସିନିୟିର ମହିଳା ଦଳ ଭଲିବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୧ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ବୌଦ୍ଧର ଷ୍ଟାଡିୟମ ପଡିଆଠାରେ…

ସେଣ୍ଟ ଜାଭିୟର୍ସ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

Posted by - January 22, 2023 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ସହର ବ୍ଲକ ପଡା ଠାରେ ଥିବା ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ସ୍ଥାନୀୟ ରେଳବାଇ ଖେଳ ପଡିଆ ଠାରେ…

ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗୀତାରେ ପୁରସ୍କୃତ ହୋଇଥିବା ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା

Posted by - September 28, 2021 0
ବୌଦ୍ଧ:( ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ସମ୍ବର୍ଦ୍ଧିତ କରିଥିଲେ l ସୂଚନା…

ଦଧିବାବନ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ବିଜ୍ଞାନ,ଗଣିତ ଏବଂ ପରିବେଶ ମେଳା

Posted by - December 13, 2019 0
ଭୂବନେଶ୍ୱର: ତା,(୧୧.୧୨.୧୯) ଭୂବନେଶ୍ୱରର ରଘୁନାଥପୁର ଠାରେ ଥିବା ଦଧିବାବନ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ଏକ ବିଜ୍ଞାନ,ଗଣିତ ଏବଂ ପରିବେଶ ମେଳା ଅନୁଷ୍ଠିତ ହୋଇଯାଇଛି ।…