Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଧର୍ମଗଡ ବ୍ଲକ ବେହେରା ଗ୍ରାମରେ ଦୀର୍ଘ ୩୦ବର୍ଷ ପରେ ବଞ୍ଜରା ସମାଜର କୁସୁମି ଲକଡି ପର୍ବ ପାଳିତ

79 0

ଧର୍ମଗଡ଼: (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ବେହେରା ଗ୍ରାମ ରେ ଦୀର୍ଘ ୩୦ ବର୍ଷ ପରେ ଏହି ପାଳିତ ହୋଇଯାଇଛି।ଏହି ପର୍ବରେ ପ୍ରଥମେ ସମାଜର ଆରାଧ୍ୟ ଗୁରୁ ଦେବତା ସେବାଲାଲ ମହାରାଜ, ଗୁରୁନାନକ,ମାଁ ବଞ୍ଜାରୀ, ମେରା ମାଁ ଏବଂ ପିତ୍ରୁପୁରୁଷଙ୍କୁ ପୂଜାର୍ଚ୍ଚନା କରାଯାଇ ସେବାଲାଲ ମହାରାଜଙ୍କ ନାମରେ କଡାଓ ଭୋଗ ଦିଆଯାଇଥିଲା।

ପରେ ସମାଜର ପୁରୁଷ ମହିଳା ମାନେ ଏକତ୍ରିତ ହେଇ ବିଭିନ୍ନ ପାରମ୍ପରିକ ଗୀତ ଗାଇ ନ୍ରୁତ୍ୟ ପରିବେଷଣ କରିଥିଲେ। ଏହା ଶ୍ରାବଣ ମାସର ଶୁକ୍ଲ ରୁ ଆରମ୍ଭ ହେଇ ତିଜ୍ ପର୍ବ ପାଳନ କରାଯାଇ ନଅ ଦିନ ଚାଲିଥାଏ। ଶ୍ରାବଣ ମାସର ପୁର୍ଣ୍ଣିମା ଦିନ ତିଜ୍ ପର୍ବର ସମାପନ ହେବା ସହ କୁସୁମି ଲକଡି ପର୍ବ ପାଳନ କରାଯାଏ। ଏହି ପର୍ବ ଦିନ ତିଜ୍ ପର୍ବର ସମାପନ କରାଯାଇ କୁସୁମି ଲକଡି କୁ ଶାନ୍ତ କରାଯାଏ ଏବଂ ପରବର୍ତ୍ତୀ ବର୍ଷ ରେ ଶ୍ରାବଣ ବର୍ଷ ରେ ତାକୁ ବ୍ୟବହାର କରାଯାଏ।

ତେବେ ବେହେରା ଗ୍ରାମରେ ଦୀର୍ଘ ୩୦ବର୍ଷ ପରେ ଏହି ପର୍ବ ଆୟୋଜିତ ହୋଇଥିବାରୁ ଗ୍ରାମର ସାମାଜିକ ଯୁବକ ଯୁବତୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଆଗାମୀ ପିଢ଼ି କୁ ଏହି ପରମ୍ପରା କୁ ବଜାୟରଖିବା ପାଇଁ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ ପ୍ରକାଶ କରିଛନ୍ତି। ବେହେରା ତାଣ୍ଡା ସଭାପତି ଶଙ୍କର ନାଏକଙ୍କ ତତ୍ତ୍ବାବଧାନ ରେ ଓଡିଶା ବଞ୍ଜରା ସମାଜର ସଭାପତି ତୁଲାରାମ ନାଏକ, କଳାହାଣ୍ଡି ବଞ୍ଜରା ସମାଜର ସଭାପତି ଯଶୋବନ୍ତ ନାଏକ, ପୂର୍ବତନ ସଭାପତି ଲଲିତ ନାଏକ, ସଂସ୍କାର କମିଟି ସଭାପତି ସନ୍ଥ ନାଏକ, ତପୁ ନାଏକ,କ୍ଷମାପ୍ରସାଦ ନାଏକ, ହେମାଳ ନାଏକ, ଚୌବନ ନାଏକ, ତ୍ରିଲୋଚନ ନାଏକ, ରାହାସ ନାଏକ, ଜୟଚନ ନାଏକ, ଯୁବ ସଂଗଠକ ଭୁଜବଳ ନାଏକ ଏବଂ କଳାହାଣ୍ଡି ବଞ୍ଜରା ସମାଜର ପ୍ରତ୍ୟେକ ତାଣ୍ଡା ରୁ କମିଟି ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Related Post

ସମ୍ବାଦ ସାହିତ୍ୟ ଘର ର ଦ୍ୱିତୀୟ ବାର୍ଷିକ ଉତ୍ସବ

Posted by - August 31, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସହିଦ ମିନାର ଟୁରୀ ନଦୀ ନିକଟରେ ସମ୍ବାଦ ସାହିତ୍ୟ ଘର ର ଦ୍ୱିତୀୟ ବାର୍ଷିକ ଉତ୍ସବ ତଥା…

ଖପ୍ରାଖୋଲ ବ୍ଲକ ପୂର୍ବତନ ବିଡ଼ିଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା

Posted by - May 6, 2023 0
ଖପ୍ରାଖୋଲ: ୦୬/୦୫( ତାପସ ରଞ୍ଜନ ବେହେରା) ସ୍ଥାନୀୟ ପଞ୍ଚାୟତ ସମିତି ସଭା ଗୃହ ଠାରେ ପୂର୍ବତନ ବିଡ଼ିଓ ରଶ୍ମିରଞ୍ଜନ ରାଉତ ଙ୍କୁ ଶୁକ୍ରବାର ଦିନ ବିଦାୟ ସମ୍ବର୍ଦ୍ଧନା…

ବେଲଗୁଣ୍ଠା ଥାନା ପରିସରରେ ତ୍ରିନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ

Posted by - July 14, 2023 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ନୂତନ ଥାନା ପରିସରରେ ଆଜି ତ୍ରିନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମରେ କର୍ତ୍ତା ଭାବେ…

ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପକ୍ଷରୁ ସ୍ବରଚିତ ଦେଶାତ୍ମବୋଧକ କବିତା ପାଠ ଅନୁଷ୍ଠିତ

Posted by - August 18, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଓଡିଆ ଭାଷା ସଂସ୍କୃତି ବିଭାଗ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ କବିତା ପାଠ ସ୍ଥାନୀୟ…

ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ନିକ୍ଷୟ ମିତ୍ର ପୋଷଣ ବାସ୍କେଟ୍ ବଣ୍ଟନ

Posted by - December 31, 2022 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥ ତାଲିମ କେନ୍ଦ୍ର ଠାରେ ଯକ୍ଷ୍ମାରୋଗୀଙ୍କୁ ଅତିରିକ୍ତ ପୋଷଣ ବାସ୍କେଟ୍ ପ୍ରଦାନ…