ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ର ଅନ୍ୟତମ ପର୍ଯ୍ୟଟନସ୍ଥଳ କୁସୁମାର ନୀଳ ଜଳରାଶିରେ ନୈା ଯାତ୍ରାର ଶୁଭାରମ୍ଭ ହୋଇଚ୍ଥି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଜିଲ୍ଳ୍ାପାଳ ରଂଜନ କୁମାର ଦାସ ଏହାକୁ ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ । ନୈା ବିହାର ପାଇଁ ଯାତ୍ରୀ ମାନଙ୍କୁ ୫୦ ଟଙ୍କା ଅତିରିକ୍ତ ଦେୟ ଦେବାକୁ ପଡିବ ଓ ପ୍ରତ୍ୟେକ ନୈା ଯାତ୍ରୀ ଲାଇପଂ ଜ୍ୟାକେଟ ପିନ୍ଧିବା ବାଧ୍ୟତାମୂଳକ ବୋଲି ପୈାର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଚ୍ଥି ।
ଏହି ନୈା ଯାତ୍ରା ଶୁଭାରମ୍ଭ ସମୟରେ ଜିଲ୍ଳ୍ା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ୍ାପାଳ ସନ୍ତୋଷ କୁମାର ମିଶ୍ର, ଯାଜପୁର ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ । ନୂଆବର୍ଷରେ ବୋଟିଂ ସହିତ କୁସୁମାର ସୁନ୍ଦର ପରିବେଶକୁ ଉପଭୋଗ କରିବା ପାଇଁ ବହୁ ପର୍ଯ୍ୟଟକଙ୍କ ଭିଡ ଜମିଥିଲା । ସଂଧ୍ୟାରେ ପରିବାର ସହିତ ନୂଆ ବର୍ଷକୁ ଉପଭୋଗ କରିବା ପାଇଁ ବେଶ ଭିଡ ଦେଖିବାକୁ ମିଳିଥିଲା । ଛୋଟ ଛୋଟ ପିଲା ବିଭିନ୍ନ ପ୍ରକାରର ଦୋଳିର ମଜା ନେଉଥିବା ବେଳେ କେତେକ ସେଲପିଂ ଉଠାଇ ନିଜ ସ୍ମୃତିକୁ ସାଇତିବା ପାଇଁ ଚେଷ୍ଟା କରିିଥିଲେ