ଜିଲ୍ଲା ସ୍ତରୀୟ ଜାତୀୟ ଚକ୍ଷୁଦାନ ପକ୍ଷ ପାଳିତ

43 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସ୍ଥାନୀୟ ସରକାରୀ ଏଏନଏମ ତାଳିମ କେନ୍ଦ୍ରରେ ଜିଲ୍ଳା ସ୍ତରୀୟ ଚକ୍ଷୁଦାନ ପକ୍ଷ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି l ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଶ୍ୱରଞ୍ଜନ ପତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଳା ଜନ ସ୍ୱାସ୍ଥ୍ୟ ଅଧିକାରୀ (ଟିବି ଓ ଲେପ୍ରୋସି) ଡା ପଦ୍ମହଂସ ଦୋରା,ଚକ୍ଷୁ ବିଶେଷଜ୍ଞ ଡା ସଞ୍ଜିବ କୁମାର କର ,ପ୍ରିନସିପାଲ କନକଲତା ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ଅତିଥି ମାନେ ଜାତୀୟ ଚକ୍ଷୁଦାନ ପକ୍ଷ ପାଳନର ତାର୍ପଯ୍ୟ ଉପରେ ଗୁରୁତ୍ୱାରୋପ କରି ଚକ୍ଷୁଦାନ ଏକ ମହତ କାର୍ଯ୍ୟ ଯାହା ଦୃଷ୍ଟିହୀନଙ୍କୁ ଚକ୍ଷୁ ପ୍ରଦାନ କରି ଏକ ନୂଆଁ ସକାଳ,ନୂଆଁ ଆଶା,ନୂଆଁ ଆଲୋକ ପ୍ରଦାନ କରିଥାଏ ଏଣୁ ଚକ୍ଷୁହୀନ ସଂଖ୍ୟା ନିୟନ୍ତ୍ରଣ କରି ଏକ ସୁସ୍ଥ ସମାଜ ଗଠନ କରିବାରେ ଆମେ ଯେପରି ବିଶେଷ ସହାୟକ ହୋଇପାରିବା ସେଥି ନିମନ୍ତେ ସମସ୍ତେ ସବୁ ସ୍ତରରେ ଯତ୍ନବାନ ହେବାକୁ ଗୁରୁତ୍ୱାରୋପ କରିଛନ୍ତି ।

ଅତିତିକ୍ତ ଜିଲ୍ଳା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ସଭା କାର୍ଯ୍ୟ ପରଚାଳିତ ହୋଇଥିବା ବେଳେ ଏଏମଏନସିଡି ଗୀତାଞଳୀ ମେହେର ଏସଆଇ ମନୋଜ କୁମାର ପ୍ରଧାନ ଙ୍କ ପରିଚାଳନାରେ ଅନୁଷ୍ଠିତ କୁଈଜ ପ୍ରତିଯୋଗିତାର ୧୦ ଜଣ କୃତି ଛାତ୍ରୀଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ ।ସଭାରେ ଏଏନଏମ ତାଲିମ କେନ୍ଦ୍ରର ଛାତ୍ରୀ ବୃନ୍ଦ, ଆଶା, ବିଭାଗୀୟ ଅଧିକାରୀ,ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ପ୍ରମୋଦ କୁମାର ସାହୁ ସ୍ୱାସ୍ଥ୍ୟ ପରିଦର୍ଶକ ଧନ୍ୟବାଦ ପ୍ରଦାନ କରିଥିଲେ ।

 

Related Post

କରୋନା ମୁକାବିଲା ଲାଗି ୬ ବରିଷ୍ଠ ଆଇଏଏସ ଙ୍କୁ ଭୁବନେଶ୍ୱର ଦାୟିତ୍ୱ

Posted by - April 15, 2020 0
ଭୁବନେଶ୍ୱର ୧୫।୦୪: ରାଜଧାନୀ ଭୁବନେଶ୍ୱରରେ କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଭୁବନେଶ୍ୱରକୁ ୩ ଜୋନ୍‌ରେ ବିଭକ୍ତ କରାଯାଇଛି। ଏହି ତିନି ଜୋନ୍‌ର…

ଯାଜପୁର ପୌରପାଳିକାର ୮ ନଂ ୱାର୍ଡ ଅଂଚଳକୁ କଂଟେନମେଂଟ  ଅଂଚଳ ଘୋଷିତ

Posted by - May 12, 2020 24
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଆଜି ଯାଜପୁର ପୌରପାଳିକାର ୮ ନଂ ୱାର୍ଡ ଅଂଚଳରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ଅଂଚଳକୁ କଂଟେନମେଂଟ …

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - September 27, 2022 0
ଯାଜପୁର:ଯାଜପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଶାନ୍ତି ମଣ୍ଡପ ପରିସରରେ ସେବା ସପ୍ତାହ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ଏଥିରେ ରାଜ୍ୟ ଯୁବ ମୋର୍ଚ୍ଚା ସଂଯୋଜକ ସଂଗ୍ରାମ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ   ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ହୃଷିକେଶ ମେକାପଙ୍କ ସମେତ ବହୁ ଯୁବ ନେତା ସାମିଲ ହୋଇ ରକ୍ତଦାନ କରିଥିଲେ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସେବା ସପ୍ତାହ ପାଳନ କରାଯାଉଛି ।

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ବିଶ୍ଵ ତମାଖୁ ଦିବସ ପାଳିତ

Posted by - May 31, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ବିଶ୍ଵ ତମାଖୁ ବର୍ଜନ ଦିବସ ୨୦୨୨…

ଟୀକା ନନେଇଥିଲେ ବି ,ଆସୁଛି ମେସେଜ,ଟୁଇଟ ମାଧ୍ୟମରେ ସରକାରଙ୍କୁ ଅଭିଯୋଗ କଲେ ଅଭିଯୋଗ କାରୀ

Posted by - September 15, 2021 0
ବୌଦ୍ଧ :(ଚିତରଂଜନ ସିଂ) କରନା ଟୀକା ନେଇନୀ ହେଲେ ପ୍ରତାପମେହେର ନାମରେ ଦ୍ଵିତୀୟ ଥର ଟୀକା ନେବାର ପ୍ରମାଣପତ୍ର ମେସେଜ ଆସିଛି । ଏଭଳି ଖବର ଆଜି…