ବୌଦ୍ଧ :(ଚିତ୍ତ ରଞ୍ଜନ ସିଂ) ହରଭଙ୍ଗା ବ୍ଲକ୍ ବୀରନରସିଂହପୁର ଠାରେ ଆଜି ଏକ ଦିବସୀୟ ଧୁନକେଲୀ ଏବଂ ଦଣ୍ଡ ନୃତ୍ୟ ସମ୍ପର୍କୀତ ଆଲୋଚନାଚକ୍ର ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି l ପ୍ରାଣୀ କଲ୍ୟାଣ ମଞ୍ଚ ପକ୍ଷରୁ ଆୟୋଜିତ ଉକ୍ତ ଆଲୋଚନା ଚକ୍ରରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ତଥା ୭ ନଂ ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱଜିତ ମିଶ୍ର ଯୋଗ ଦେଇଥିଲେ |
ସେହିପରି ସମ୍ମାନୀତ ଅତିଥି ଭାବରେ ବିଶିଷ୍ଟ କଳାକାର ତଥା ସଂଗୀତ ନାଟକ ଏକାଦେମୀ ସଦସ୍ୟ ଓଡ଼ିଶା ଶାଶ୍ୱତ କୁମାର ତ୍ରିପାଠୀ, ବସନ୍ତ କୁମାର ସାହୁ ଯୋଗ ଦେଇଥିଲେ | ଆଲୋଚକ ଭାବରେ ସଂସ୍କୃତି ଗବେଷକ ସତ୍ୟଜିତ କୁମାର ପଣ୍ଡା, ସତ୍ୟ ନାରାୟଣ ପାଣି, ଦେବାଙ୍ଗନ୍ ମେହେର, ଦିବ୍ୟ ରଞ୍ଜନ ତ୍ରିପାଠୀ, ଚାପଧାରୀ ଭୋଇ ପ୍ରମୁଖ ଯୋଗ ଦେଇଥିଲେ | ରମେଶ ପ୍ରସାଦ ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ପ୍ରାଣୀ କଲ୍ୟାଣ ମଞ୍ଚର ଅରୁଣ କୁମାର ମେଣ୍ଡିଲି ଓ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ | ଧୁନିକେଲୀ ବାଦ୍ୟ କଳାକାର ମାନଂକ ଦ୍ବାରା ବାଦ୍ୟ ପରିବେଷଣ କରା ଯାଇଥିଲା l