ବୌଦ୍ଧ:(ଚିତ୍ତ ରଞ୍ଜନ ସିଂ)ଓଡ଼ିଶାର କୃଷି କ୍ଷେତ୍ରରେ କୃଷକର ଆର୍ଥିକ ମlନଦଣ୍ଡ ସୁଦୃଢ କରିବାରେ ସମସ୍ତ କୃଷି ବିଭାଗ ମୁଖ୍ୟ ଅଙ୍ଗ ଭଳି କାର୍ଯ୍ୟକରୀ ଆସୁଛି !କିନ୍ତୁ ଦିନକୁ ଦିନ ସରକାରଙ୍କ ବିଭିନ୍ନ ଯୋଜନା କୃଷି ବିଭାଗ ଉପରେ ବିଭିନ୍ନ ଦାୟିତ୍ୱ ଦେଉଥିବା ଓ ଅଧିକାରୀ ମlନେ ଦାୟିତ୍ୱ ସୁଚାରୁ ରୂପେ ତୁଲାଉଥିବା ବେଳେ ଦୀର୍ଘ ବର୍ଷ ଧରି ଏହି କୃଷି ବିଭାଗ କେଡର ପୁନର୍ବିନ୍ୟାସ ହୋଇପାରିନାହିଁ!
ଏହାକୁ ନେଇ ଗତ ୩୦ ତାରିଖ ସୁଦ୍ଧା ସରକାର କେଡର ପୁନର୍ବିନ୍ୟାସ ନ କଲେ ୩୧ ତାରିଖ ରୁ ସାମୁହିକ ଛୁଟି ରେ ରହିବେ ବୋଲି ରାଜ୍ୟ ସଂଘ ର ଅନୁମୋଦନ ରେ ବୌଦ୍ଧ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଚେତାବନୀ ଦାବିପତ୍ର ଦେଇଥିଲେ
ଦାବିପତ୍ର ଚେତାବନୀ ଅନୁଯାଇ ୩୦ ତାରିଖ ସୁଦ୍ଧା କୌଣସି କାଯ୍ୟନୁଷ୍ଠାନ ସରକାର ନେଇନଥିବାରୁ ଆଜି ୩୧ତାରିଖ ରୁ ରାଜ୍ୟ ସଂଘ ଙ୍କ ନିର୍ଦେଶ ରେ ବୌଦ୍ଧ ଜିଲ୍ଲାରେ କାର୍ଯ୍ୟରତ ଓଡିଶା ଉଦ୍ୟାନ କୃଷି ଅଧିକାରୀ ସେବା ସଂଘବୌଦ୍ଧ ,ଓଡିଶା କୃଷି ସେବାସଙ୍ଘ ବୌଦ୍ଧ ,ଓଡିଶା ମୃତ୍ତିକା ସଂରକ୍ଷଣ ଅଧିକାରୀ ସେବାସଂଘ ବୌଦ୍ଧ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପଯ୍ୟନ୍ତ ସାମୁହିକ ଛୁଟି ରହିବା ସହିତ କାର୍ଯ୍ୟାଳୟ ଗୁଡିକରେ କାର୍ଯ୍ୟ ବନ୍ଦ ବେନର ଲାଗିଥିବା ଦେଖିବାକୁ ମିଳିଛି!