ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ କୋଇଲିସୁତା ଗ୍ରାମରେ ଥିବା ପରମବ୍ରହ୍ମ ଅଲେଖ ମହିମା ମଠରେ ଆଜି ମଠlଧୀଶ ନିରଞ୍ଜନ ଦାସ ଙ୍କ ତତ୍ଵାବଧାନରେ ୧୫ ତମ ନବlହ୍ନ ଉତ୍ସବ ଵା ମହା ଚତୁର୍ଦଶୀ ପର୍ବ ମହା ଆଡମ୍ବରରେ ପାଳିତ ହୋଇଛି!
ବୌଦ୍ଧ ଜିଲ୍ଲା ସମେତ ପଡୋଶୀ କନ୍ଧମାଳ, ଅନଗୁଳ,ନୟାଗଡ଼, ସୁବର୍ଣ୍ଣ ପୁର ଆଦି ଜିଲ୍ଲା ଗୁଡ଼ିକରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶହଶହ ଅଲେଖ ମହିମା ଧର୍ମlବଲମ୍ବୀ ସାଧୁ ସନ୍ଥ, ଭକ୍ତ ଙ୍କ ସମାଗମ ଦେଖାଦେଇଛି!ଅଲେଖ ମହିମା ଧର୍ମlବଲମ୍ବୀ ସମସ୍ତେ ଶ୍ରlବଣ ମାସର ଚତୁର୍ଦଶୀ ଦିନରେ ପରମବ୍ରହ୍ମ ଅଲେଖ ନିରାକାର କୁ ନବlହ୍ନ ଲଗାଇ ନୂଆ ଖାଇଥାନ୍ତି!
ଓ ଏହି ଚତୁର୍ଦଶୀ କୁ ଖୁବ ଧୂମଧାମ ରେ ଅନ୍ନ ଯଜ୍ଞ, ଘୃତ ଯଜ୍ଞ, ନାମ ଯଜ୍ଞ କରି ରାତିସାରା ଉଜାଗର ରହି ପାଳନ କରିଥାନ୍ତି!ଚଳିତ ବର୍ଷ ମଧ୍ୟ ମଠlଧୀଶ ଧର୍ମବଲମ୍ବୀ ଭକ୍ତ ଓ ଗ୍ରାମବାସୀ ଙ୍କ ସହାୟତାରେ ଏହି ନବlହ୍ନ ଉତ୍ସବ ବହୁ ଧୂମଧାମ ରେ ପାଳନ କରିଥିବା ଦେଖିବାକୁ ମିଳିଛି!