ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଦିନକୁ ଦିନ ଲୋକ ଯେତେ ଆଧୁନିକ ହେଉଛନ୍ତି ସେହିପରି ରୀତିନୀତି ଅନୁସାରେ ନିଜର ପର୍ବ ପର୍ବାଣୀ, ବିବାହ, ବ୍ରତ, ଜନ୍ମଦିନ, ବିବାହ ବାର୍ଷିକୀ ପାଳନ ପାଈଁ ନିଯେ ସମୟ ଦେଇ ନ ପାରିବା ଯୋଗୁଁ କାର୍ଯ୍ୟ ତଥା ଆୟୋଜନ କରିବାରେ ହଇରାଣ ହରକତ ହେଉଥିଲେ। ପ୍ରଥମେ କପଡା ସାଜସଜ୍ଜା, ବାସନ କୁସନ୍ ପାଇଁ ଟେଣ୍ଟ,ରନ୍ଧା ବଢ଼ା ପାଇଁ ରୋଷେୟା, ଲାଇଟ ପାଇଁ ଲାଇଟ ୱ।ଲା, ଫୁଲ ସାଜସଜ୍ଜା ପାଇଁ ଫୁଲ ୱାଲା, ଖାଇବା ପାଇଁ ବ୍ୟବହୃତ ଜିନିଷ ପାଇଁ ଖଲି ଦନା ବ୍ୟବସାୟୀ, ପାଣି ପାଇଁ ପୌର ପରିଷଦ ପକ୍ଷରୁ ପାଣି ଟ୍ୟାଙ୍କର ତାପରେ ଅତି ଜରୁରୀ କ୍ଷେତ୍ରରେ ଟେଣ୍ଟ ହାଉସ ଦ୍ବାରା କେବଳ ନିର୍ଭର ରହୁଥିଲେ ଲୋକେ, ଧୀରେ ଧୀରେ ସମୟ ବଦଳିଲl।
ଲୋକ ଏହି ସବୁ କାର୍ଯ୍ୟକ୍ରମ କରିବା ପାଇଁ ନିଜେ ସମୟ ଦେବା ସହ ଧାଁ ଧପଡ ହୋଇ ନାନା ହଇରାଣ ହରକତ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ଇଭେଣ୍ଟ ବା କେଟେରର ମାନେ ବଜାରକୁ ପ୍ରବେଶ କଲେ। ଯେଉଁମାନଙ୍କୁ କେବଳ ଆପଣ ପେକେଜ ଦେଇଦେଲେ ସେମାନେ ସବୁ ଜିନିଷର ବ୍ୟବସ୍ଥା କରି ସମସ୍ତ ଦାୟିତ୍ବ ତୁଲାଉଛନ୍ତି। ଏହି ବ୍ୟବସାୟରେ କିଛି ବର୍ଷ ପୂର୍ବେ ଟିଟିଲାଗଡ ସହରରେ ଠିକାଦାର ପଡା ନିବାସୀ ଶ୍ରୀ ସଞ୍ଜୟ ଶର୍ମା ପ୍ରଥମେ କେଟରିଂ ବ୍ୟବସ୍ଥା ଆରମ୍ଭ କଲେ ଯେଉଁଥିରେ କେବଳ ଭୋଜି ମାନଙ୍କରେ ରନ୍ଧା ଖାଦ୍ୟ ଦେବାର ଦାୟିତ୍ୱ ତୁଲାଇଥିଲେ, ସେଥିରେ ସଫଳ ହେବା ପରେ ତାଙ୍କ ସହ ତାଙ୍କ ପୁଅ ମିଁଣ୍ଟୁ ଶର୍ମା ଏହି ବ୍ୟବସାୟରେ ବାପାଙ୍କୁ ସାହାଯ୍ୟ ଦେବାରେ ସହଯୋଗ କଲେ।
ଧୀରେ ଧୀରେ ଓଡ଼ିଶା ତଥା ଅନ୍ୟ ରାଜ୍ୟର ପୁରୁଷ ମହିଳା ମାନଙ୍କୁ ନିୟୋଜିତ କରି ସୁସ୍ୱାଦୁ ଖାଦ୍ୟ ପରିବେଷଣ କରି ଧୀରେ ଧୀରେ ଲୋକପ୍ରିୟ ହେବାରେ ଲାଗିଲେ। କିଛି ଦିନ ତଳେ ଦିଲ୍ଲୀ ଠାରେ ଆୟୋଜିତ ଆକାର ଏକ୍ସିଲେନ୍ସି ଆୱାର୍ଡ଼ରେ ସମ୍ମାନୀତ ହୋଇଛନ୍ତି ନିଲମ୍ କେଟରର ର ପରିଚାଳକ ମିଣ୍ଟୁ ଶର୍ମା। ଏହି ଖବର ପ୍ରଚାରିତ ହେବା ପରେ ତାଙ୍କୁ ସହରର ବହୁତ ଲୋକ ଶୁଭେଚ୍ଛା ଜଣାଇବା ସହିତ ଆଗାମୀ ଦିନରେ ଆହୁରି କିଛି ନୂତନ କାର୍ଯ୍ୟ ହାତକୁ ନେଇ ଏହି ସେବା ଜାରି ରଖିବେ ବୋଲି ଆଶା ପ୍ରକଟ କରିଛନ୍ତି।