Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଟିଟିଲାଗଡ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ କ୍ରୀଡା ଦିବସ ପାଳିତ

112 0

ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ମଙ୍ଗଳବାର ଦିନ ସ୍ଥାନୀୟ ଟିଟିଲାଗଡ଼ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପରେ ଶ୍ରୀଯୁକ୍ତ ଉମାକାନ୍ତ ଷଡ଼ଙ୍ଗୀ ଯୋଗଦେଇ ଶିଶୁ ଭାଇଭଉଣୀ ମାନଙ୍କୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ କ୍ରୀଡାର ମହତ୍ତ୍ଵ ଓ ଜୀବନରେ କ୍ରୀଡାର ଆବଶ୍ୟକତା ବିଷୟରେ ସାରଗର୍ଭକ ମାର୍ଗଦର୍ଶନ ଦେଇଥିଲେ।

ଜାତିୟ ହକି ଅଲମ୍ପିକ୍ସର ସ୍ପେଶିଆଲ କୋଚ ଓ ବଲାଙ୍ଗିର ଜିଲ୍ଲା ଖେଳ ଏବଂ ଜିମ୍ନ।ଷ୍ଟିକ, ନାମରେ ସୁପରିଚିତ। ବିଦ୍ୟାଳୟର ସଭାପତି ମାନନୀୟ ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ଗଡତ୍ୟାଙ୍କ ଦ୍ଵାରା ଶିଶୁ ଭାଇଭଉଣୀ ମାନଙ୍କ ଠାରେ ଉତ୍ସାହ ସୃଷ୍ଟି କରିବା ନିମନ୍ତେ କ୍ରୀଡା ଓ ଯୁଗପୁରୁଷ ମେଜର ଧ୍ୟନଚାନ୍ଦଙ୍କ ବିଷୟରେ କିଛି କୁଇଜ୍ ପ୍ରତିଯୋଗିତା ଅୟୋଜନକରି କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ବିଦ୍ୟାଳୟର ସଂସ୍କୃତ ଆଚାର୍ଯ୍ୟ ଶ୍ରୀଯୁକ୍ତ ପଙ୍କଜ ବେହେରା ଅତିଥି ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ। ଜାତୀୟ କ୍ରୀଡା ଦିବସ ଅବସରରେ ବିଦ୍ୟାଳୟର ସମସ୍ତ ଶିଶୁ ଭାଇଭଉଣୀ ମାନଙ୍କୁ ବିଭିନ୍ନଖେଳ ଖେଳିବାର ସୁଯୋଗ ଦିଆଯାଇଥିଲା।ଶିଶୁ ଭାଇଭଉଣୀମାନେ ମଧ୍ୟ ଉତ୍ସାହର ସହିତ କ୍ରୀଡ଼ାରେ ଅଂଶଗ୍ରହଣକରି ଆନନ୍ଦ ଅନୁଭବ କରିଥିଲେ।ଶେଷରେ ବିଦ୍ୟାଳୟର ସମସ୍ତଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମାପ୍ତି ହୋଇଥିଲା।

Related Post

ମହାତ୍ମାଗାନ୍ଧୀଙ୍କ  ପବିତ୍ର ମହାପ୍ରୟାଣ ଦିବସ ପାଳିତ

Posted by - January 30, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ମହାତ୍ମାଗାନ୍ଧୀଙ୍କ  ପବିତ୍ର ମହାପ୍ରୟାଣ ଦିବସ ଅବସରରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଥିବା ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲା ପ୍ରଶାସନ, ସଂସ୍କୃତି…

ଶିକ୍ଷୟିତ୍ରୀ ଙ୍କୁ ଅବସରରେ କାଳୀନ ବିଦାୟ ସମ୍ବର୍ଦ୍ଧନା

Posted by - October 1, 2021 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ କ୍ଲଷ୍ଟର ତରଫରୁଅବସର ପୁରୁଣାକଟକ ନୋଡାଲ ୟୁପି ସ୍କୁଲ ର ଶିକ୍ଷୟିତ୍ରୀ କସ୍ତୁରୀ ଦାସ ଙ୍କୁ ଅବସର…

୫ ଦଫା ଦାବି ନେଇ ଅଣ ଗେଜେଟେଡ ବନ କର୍ମଚାରୀ ସଂଘ ପକ୍ଷରୁ ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

Posted by - June 27, 2023 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂହ)୫ ଦଫା ଦାବି ନେଇ ବୌଦ୍ଧ ଜିଲା ଅଣ ଗେଜେଟେଡ ବନ କର୍ମଚାରୀ ସଂଘ ପକ୍ଷରୁ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷାଭ ପ୍ରଦର୍ଶନ…

ଟ୍ରକ ସହ ଧକ୍କା ହେଲା ଅଟୋ , ଅଟୋ ଡାଇଭର ସମେତ ୬ ଜଣ ଛାତ୍ରଛାତ୍ରୀ ଆହତ, ୩ ଗୁରୁତର

Posted by - September 10, 2022 0
ରାୟଗଡା :(ରାମାକାନ୍ତ ପୋଡାଲ) ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ହାଟ ଦହିଖାଲ ନିକଟରେ ଟ୍ରକ ସହ ଅଟୋ ର ଧକ୍କା ହେବା ଫଳରେ ଅଟୋ ରେ…