ବିକାଶ ର ନଗ୍ନ ଚିତ୍ର,ଖଟିଆ ରେ ବୁହାହେଲା ରୋଗୀ

41 0

ବୌଦ୍ଧ;(ଚିତ୍ତ ରଂଜନ ସିଂ)ବାସ୍ତବ ଚିତ୍ର ବୟାନ କରୁଛି ବିକାଶ କେତେ!ଦୁର୍ଗମ ଅଚଳରେ ପୁଣି ଖଟିଆ ରେ ବୁହାହେଲା ରୋଗୀ!ରୋଗୀ ଖୋଦ ୱାର୍ଡ ସଭ୍ୟା ଙ୍କ ସ୍ୱାମୀ!ବିକାଶ ନାଁ ରେ କୋଟି କୋଟି ସରକାରୀ ରାଜସ୍ବ ହରିଲୁଟ ଫଳ ଶୂନ!ଠିକାଦାର ଓ ଯନ୍ତ୍ରୀ ମାଲାମାଲ ସାଧାରଣ ଜନତା ବେହାଲ!ଏମିତି ଏକ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ ତଳ ଗାଁ ପଞ୍ଚାୟତ ର 1ନଂ ୱାର୍ଡ ଉଡୁଗୁଜୁ ଗ୍ରାମରେ!ଗ୍ରାମକୁ ଆମ୍ବୁଲାନ୍ସ ନ ଯିବାରୁ ଗ୍ରାମର ଖୋଦ ୱାର୍ଡ ସଭ୍ୟା ଙ୍କ ସ୍ୱାମୀ ଙ୍କୁ ଅଧ କିଲୋମିଟର ଖଟିଆ ରେ ବୁହା ହେଲା!

ସୂଚନା ମତେ ୱାର୍ଡ ସଭ୍ୟା ଙ୍କ ସ୍ୱାମୀ ଜ୍ୱର ରେ ପୀଡିତ ଥିବା ବେଳେ ହଠାତ ଦେହ ଅତ୍ୟଧିକ ଖରାପ ହେବାରୁ ଗତ କାଲି 108ଆମ୍ବୁଲାନ୍ସ କୁ ଖବର ଦିଆଯାଇଥିଲା!ଖବର ପାଇ ଆମ୍ବୁଲାନ୍ସ ଆସିଲା ସତ କିନ୍ତୁ ରାସ୍ତା ଖରାପ ଥିବାରୁ ଗାଁ କୁ ଯାଇପାରିଲା ନ ଥିବାରୁ ଅଧକିଲୋମିଟର ଖଟିଆ ରେ ବୋହି ଆମ୍ବୁଲାନ୍ସ ପାଖକୁ ଅଣାଯାଇଥିଲା!ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଂଚଳ ରେ ବିଭିନ୍ନ ସମାଲୋଚନା ଦେଖିବାକୁ ମିଳିଛି!କାହିଁକି ନାଁ ହରଭଙ୍ଗା ବ୍ଲକ ରେ ମନୋରେଗା ଯୋଜନାର ଉକ୍ତ ତଳଗାଁ ପଞ୍ଚାୟତ ସର୍ବାଧିକ କାର୍ଯ୍ୟ ହୋଇଥିବା ନେଇ ରେକଡ଼ କରୁଥିବା ବେଳେ ଦେଢ଼କୋଟି ଟଙ୍କା ବିକାଶ ମୂଳକ କାର୍ଯ୍ୟ ଜନତାଙ୍କ କାର୍ଯ୍ୟରେ ଲାଗୁଛି!

ଠିକାଦାର ଓ ଯନ୍ତ୍ରୀ ଙ୍କ ଲାଭଖୋର ମନବୃତି ନେଇ ସରକାରୀ ଅର୍ଥ ହଡପ ହୋଇଛି ଏହାର ଉଚ୍ଚତର ତଦନ୍ତ ପାଇଁ ପଞ୍ଚାୟତ ର ବିଭିନ୍ନ ସ୍ଥାନରେ ଆଲୋଚନା ହେଉଛି!ଉକ୍ତ ଉଡୁଗୁଜୁ ଗ୍ରାମକୁ ମଧ୍ୟ ମନୋରେଗା ଓ ପଞ୍ଚଦସ ଅର୍ଥ କମିସନ ରୁ ଅର୍ଥ ଖର୍ଚ୍ଚ ହୋଇ ରାସ୍ତା ନିର୍ମାଣ ପାଇଁ ସୂଚନା ଫଳକ ଲାଗିଛି କିନ୍ତୁ “ରାଧେ ରାଧେ “କାଯ୍ୟରେ ସଂପୂର୍ଣ୍ଣ ହୋଇଛି ରାସ୍ତା କାର୍ଯ୍ୟ ଯାହାର ଜ୍ୱଳନ୍ତ ଉଦାହରଣ ଖଟିଆ ରେ ବୁହାହେଲା ରୋଗୀ!ତେଣୁ ବ୍ଲକ ପ୍ରଶାସନ ଉକ୍ତ ଘଟଣାକୁ ନେଇ ତଳଗଁl ପଞ୍ଚାୟତ ରେ ବିକାଶ ମୂଳକ କାର୍ଯ୍ୟ ରେ ସରକାରଙ୍କ କୋଟି କୋଟି ଟଙ୍କା କେଉଁ କେଉଁ କାର୍ଯ୍ୟରେ ଖର୍ଚ୍ଚ ହୋଇଛି ନାଁ ବିକାଶ ନାଁ ରେ ଅର୍ଥ ହରିଲୁଟ ହୋଇଛି ତାହାର ସଠିକ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି!

Related Post

ଜବର ଦଖଲ କାରୀଙ୍କ କବ୍ଜା ରେ ସରକାରୀ ଆୟୁର୍ବେଦିକ ଦିସ୍ପେନସରି ଓ ଗୋଷ୍ଠୀ ଗୃହ

Posted by - March 5, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ଯାମଖୁଣ୍ଟା ପଞ୍ଚାୟତ ତୁରେକେଲା ଗାଁ ରୁ ଆସିଛି ସାଂଘାତିକ ଅଭିଯୋଗ ଗାଁ ରେ ୧୯୯୪ ମସିହା ଠାରୁ ଏକ ଆୟୁର୍ବେଦିକ ଦିସ୍ପେନସରି…

କରୋନା ସତର୍କତା:ବିଦେଶ ଫେରନ୍ତାଙ୍କ ଲାଗି ପଞ୍ଜିକରଣ ବାଧ୍ୟତା ମୂଳକ, ନ ମାନିଲେ ଦଣ୍ଡ

Posted by - March 16, 2020 0
ଭୁବନେଶ୍ବର୧୬/୩: ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରତିଷେଧ ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି।  ବର୍ତ୍ତମାନ ପରିସ୍ଥିତିରେ ବିଦେଶରୁ ଓଡ଼ିଶାକୁ ଆସୁଥିବା ବ୍ୟକ୍ତିମାନେ…

ଜୁନାଗଡ଼ ଗୋଲାମୁଣ୍ଡା ବ୍ଲକ ପ୍ରାର୍ଥୀ ଙ୍କ ଭାଗ୍ୟ ଭୋଟ ବାକ୍ସରେ ସିଲ, ଭିନ୍ନ ମତରେ ତିନି ଦଳର ଗୋଟିଏ ସଂଖ୍ୟା, ଦୁଣ୍ଡା ଗ୍ରାମବାସୀ ଙ୍କ ଭୋଟ ବର୍ଜନ

Posted by - February 17, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ରେ ପ୍ରଥମ ପର୍ଯ୍ୟାୟରେ ଜୁନାଗଡ଼ ଓ ଗୋଲାମୁଣ୍ଡା ବ୍ଲକ ର ମତଦାନ…

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ଦର ବୃଦ୍ଧି ପ୍ରତିବାଦରେ ସାଇକେଲ ରାଲି

Posted by - July 9, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ )ରାଜ୍ୟରେ ବଢ଼ି ଚାଲିଥିବା ଡିଜେଲ,ପେଟ୍ରୋଲ,ଇନ୍ଧନ ଗ୍ୟାସ, ଖାଇବା ତେଲ,ସାଙ୍ଗକୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ଦର ବୃଦ୍ଧି ପ୍ରତିବାଦରେ,ପିସିସି ସଭାପତି…

ବିଜେପି କୃଷକ ମୋର୍ଚାର ନବରଙ୍ଗପୁର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର

Posted by - June 9, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲ୍ଲା ବିଜେପି କୃଷକ ମୋର୍ଚା ତରଫରୁ ଆଜି ନବରଙ୍ଗପୁର ଜିଲ୍ଲାପାଳ ଙ୍କ ଜରିଆରେ ଓଡିଶା ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ।…