Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ବିବାଦ ଘେରରେ ତିଲେଶ୍ବର ସରପଞ୍ଚ,ନିଜ ପଇସାରେ ଡ୍ରେନ ସଫା କଲେ ବ୍ୟବସାୟୀ

25 0

ବୌଦ୍ଧ: (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲାର ତିଲେଶ୍ବର ସାପ୍ତାହିକ ହାଟ ଓ ଦୈନିକ ବଜାର ପାଇଁ ଜିଲ୍ଲାର ଏକ ପ୍ରମୂଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ । ତିଲେଶ୍ବର ପଞ୍ଚାୟତର ସାପ୍ତାହିକ ହାଟ, ପୋଖରୀ ଆଦିରୁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ଆଦାୟ ହୋଇଥାଏ । ହରଭଙ୍ଗା ବ୍ଲକର ତିଲେଶ୍ବର ପଂଚାୟତରେ ସର୍ବାଧିକ ରାଜସ୍ବ ଆଦାୟ ହେଉଥିବା ବେଳେ ଉନ୍ନୟନ ମୂଳକ କାର୍ଯ୍ୟରେ ତାଲା ଲାଗିଛି । ଗତ ପଂଚାୟତ ନିର୍ବାଚନରେ ନୂତନ ଭାବେ ସରପଞ୍ଚ ନିର୍ବାଚିତ ହେବା ପରେ ସବୁ ବେଳେ ବିବାଦ ଘେରରେ ରହି ଆସୁଛନ୍ତି ।

ନିକଟରେ ଏକ ସଡକ ଦୁର୍ଘଟଣା ସମୟରେ ଜଣେ ମହିଳାଙ୍କୁ ଅସଦାଚରଣ ସହ ମାଡ଼ ମାରି ଟଙ୍କା ସୁନା ଲୁଟିନେବା ବେଳେ ଖବର ସଂଗ୍ରହ ପାଇଁ ଯାଇଥିବା ୨ ଜଣ ସାମ୍ବାଦିକ ତାଙ୍କୁ ଉଦ୍ଧାର କରିଥିବା ବେଳେ ତାଙ୍କୁ ମଧ୍ୟ ସରପଞ୍ଚଙ୍କ ପରିବାର ପକ୍ଷରୁ ଆକ୍ରମଣ ଶିକାର ହେବାକୁ ପଡିଥିଲା । ଯାହା ପୃଥକ ଭାବେ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା । ସରପଞ୍ଚ ଗ୍ରାମର ଆନୁଷ୍ଠାନିକ କାର୍ଯ୍ୟକୁ ବିରୋଧ କରିବା ସହ ଉନ୍ନୟନମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି । ପ୍ରତ୍ୟକ ବର୍ଷ ବର୍ଷା ଦିନ ଆଗରୁ ପଂଚାୟତ ପକ୍ଷରୁ ଡ୍ରେନ ସଫେଇ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥାଏ ।

ତେବେ ଗତ ୨ ବର୍ଷ ହେଲା ଏହା ହୋଇପାରୁ ନାହିଁ । ଫଳରେ ତିଲେଶ୍ବର ବଜାରରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେବା ସହ ଚରିତ ବର୍ଷା ଋତୁରେ କେତେକ ଦୋକାନରେ ଡ୍ରେନ ପାଣି ପଶି ଅନେକ କ୍ଷତି ହୋଇଥିଲା । ତିଲେଶ୍ବର ବ୍ୟବସାୟୀ ସଂଘ ଓ ଗ୍ରାମବାସୀ ଏନେଇ ବାରମ୍ବାର ଗ୍ରାମ ପଂଚାୟତ ସରପଞ୍ଚଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ବି କୌଣସି ସୁଫଳ ମିଳୁନାହିଁ । ତେଣୁ ଗତକାଲି ବ୍ୟବସାୟର ମାସିକ ଛୁଟି ଦିନରେ କିଛି ବ୍ୟବସାୟୀ ମିଶି କେସିବି ଓ ଟ୍ରାକ୍ଟର ଲଗାଇ ଡ୍ରେନ ସଫେଇ କାମ କରିଥିଲେ । ଏହି କାର୍ଯ୍ୟକୁ ଶ୍ରୀବତ୍ସ ମେହେ, ଆର୍ତ୍ତତ୍ର।ଣ ଭୋଇ, ସୋନୁ ଅଗ୍ରୱାଲ, ବାସୁଦେବ ପ୍ରଧାନ, ବାବୁଲି ସାହୁ, ବରୁଣ କର୍ଣ, ଆଦି ବ୍ୟବସାୟୀ ନିଜ ନିଜ ପଇସାରେ ଡ୍ରେନ ସଫା କରିଛନ୍ତି । ଆଗାମୀ ଦିନରେ ପ୍ରଶାସନ ହସ୍ତକ୍ଷେପ କରି ବର୍ଷା ଦିନ ପୂର୍ବରୁ ଡ୍ରେନ ସଫେଇ କରିବା ପାଇଁ ଦାବି ହେଉଛି ।

Related Post

ଟ୍ରେନରେ କଟି ଯୁବକ ମୃତ

Posted by - August 10, 2023 0
କଣ୍ଟାବାଞ୍ଜି:(ନରେନ୍ଦ୍ର ନେଗୀ)ଟିଟିଲାଗଡ ରାୟପୁର ପାସେଞ୍ଜର ସ୍ପେସାଲ ଟ୍ରେନ ନଂ ୦୮୨୭୭ ରେ ଗୋଟିଏ ଅଜଣା ମଣିଷ ମୁଣ୍ଡ ଦେଖିବାକୁ ମିଲିଥିଲା। ସୂଚନାଯୋଗ୍ଯ ଯେ ବୁଧବାର ଦିନ ରାତି…

ଟିଟିଲାଗଡ ସହରରେ ବୁଲା ଗାଈଗୋରୁଙ୍କ ଦୌରାତ୍ମ୍ୟ ବୃଦ୍ଧି – ବିଚ ରାସ୍ତାରେ ହେଉଛି ଷଣ୍ଢ ଲଢେଇ – ପଦକ୍ଷେପ ଗ୍ରହଣ କରିବ କିଏ ?

Posted by - August 8, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସହରରେ ଦିନକୁ ଦିନ ବୁଲା ଗାଈଗୋରୁଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ଥାନା ସମ୍ମୁଖରେ, ରେଳ ଓଭର ବ୍ରିଜ ଉପରେ,ପେଟ୍ରୋଲ ପମ୍ପ ଛକରେ,…

ସିନ୍ଧେକେଲା ତେରାପନ୍ଥ ସଭାର ବିଶେଷ ବୈଠକ , ସଭାପତି ମନୋନୟନ ହେଲେ ବଜରଙ୍ଗ ଜୈନ

Posted by - June 2, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ଅଗ୍ରୱାଲ ଜୈନ ତେରାପନ୍ଥ ଭବନ ଠାରେ ସ୍ଥାନୀୟ ତେରାପନ୍ଥ ସଭାର ଆଗାମୀ ୨୦୨୨-୨୪ ହେତୁ  ନୂତନ…

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଶୁଣାଣି ଶିବିର

Posted by - September 13, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ) ବୋୖଦ୍ଧ ଜ଼ୀଲ୍ଲା ହରଭଙ୍ଗା ବ୍ଳକ କାର୍ଯ୍ୟଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣି ଓ ସମାଧାନ ଶିବିର…

କୃତି ଛାତ୍ରଛାତ୍ରୀ ଙ୍କୁ ଆର୍ଥିକ ରାଶି ପ୍ରଦାନ

Posted by - September 7, 2021 0
ବୌଦ୍ଧ ୬/୯(ଚିତରଂଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ଲାଲବାହାଦୂର ବିଦ୍ୟାପୀଠ ର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ମାଝୀ ଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା…