Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ମାନବିକେତା ଦେଖାଇଲେ କେସିଙ୍ଗା ବି ଡି ଓ ପ୍ରଫୁଲ୍ଲ କୁମାର ଅଦୁ

122 0

କେସିଙ୍ଗା :(ପ୍ରୀତେଶ ପଟେଲ)ଜଣେ ବିକଳାଙ୍ଗ କୁ ସାହାଯ୍ୟ କରି ମାନବିକେତା ର ପରିଚୟ ଦେଇଛନ୍ତି କେସିଙ୍ଗା ବ୍ଲକ ରେ କାର୍ଯ୍ୟରତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର ଅଦୁ ।ଗତ କିଛି ଦିନ ତଳେ i ଗଣମାଧ୍ୟମ ଜରିଆରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ଲଇତରା ପଞ୍ଚାୟତ ରେ ବସବାସ କରୁଥିବା ଲିଙ୍ଗରାଜ ଗହିର ନାମକ ଜଣେ ଅସହାୟ ବିକଳାଙ୍ଗ ବୃଦ୍ଧାଙ୍କ ବିଷୟ ଲୋକ ଲୋଚନ କୁ ଆସିଥିଲା ।ସୂଚନା ଅନୁଯାୟୀ ଲିଙ୍ଗରାଜ ଗହିର ବାତ ରୋଗରେ ପୀଡ଼ିତ ଥିବା ବେଳେ ତାଙ୍କର ପରିବାର ରେ କେହି ନାହାନ୍ତି ।

ତାଙ୍କ ଜନ୍ମ ସ୍ଥାନ କେସିଙ୍ଗା ବ୍ଲକ ର ଦେଣ୍ଡୋଗୁଡ଼ା ଗ୍ରାମ ହୋଇଥିଲେ ମଧ୍ୟ ,ସେ ନର୍ଲା ବ୍ଲକ ଅଧିନସ୍ଥ ତାଙ୍କ ଭଉଣୀ ଘରେ ରହିଆସୁଥିଲେ ।ହେଲେ ତାଙ୍କ ଭଉଣୀ ଙ୍କ ଦେହାନ୍ତ ପରେ ନିଜ ଜନ୍ମ ମାଟିକୁ ଫେରି ଆସିଥିଲେ ।ହେଲେ ମାତ୍ର କିଛି ଦିନ ବ୍ୟବଧାନ ପରେ ସେ ବାତ ଭଳି ଦୁରୋଗ୍ୟ ରୋଗରେ ପୀଡିତ ହେଲେ ।ତାଙ୍କର ନିଜର ଘର ନ ଥିବା ବେଳେ ଗାଁ ରେ ଏକ ସ୍ଥାନରେ ଜରି ଘୋଡାଇ ରହୁଥିଲେ ଓ ଗାଁ ଲୋକ ଯାହା ଦଉଥିଲେ ଖାଉଥିଲେ ନଚେତ୍ ଭୋକରେ ରହୁଥିଲେ ।

ଏହି ଖବର ଲୋକ ଲୋଚନ କୁ ଆସିବା ପରେ ସ୍ଥାନୀୟ ବି ଡି ଓ ପ୍ରଫୁଲ୍ଲ କୁମାର ଅଦୁ ନିଜେ ଲିଙ୍ଗରାଜ ଗହିର ପାଖକୁ ଯାଇ ତାଙ୍କୁ ୧୦ କେଜି ଚାଉଳ ,ଏକ ଟ୍ରାଇ ସାଇକଲ ,ଏକ ପଲିଥିନ ପ୍ରଦାନ କରିବା ସହିତ ଆଗକୁ ଆଉ କଣ ସରକାରୀ ସହାୟତା ପ୍ରଦାନ କରାଯାଇପାରିବ ତାହା ପ୍ରତି ଚେଷ୍ଟା କରିବେ ବୋଲି କହିଛନ୍ତି ।ଲିଙ୍ଗରାଜ ଗହିର ଙ୍କ ଆଧାର କାର୍ଡ ରେ ଥିବା ଠିକଣା କୁ ସଂଶୋଧନ କରି ଆଗକୁ ଲିଙ୍ଗରାଜ କୁ ସମସ୍ତ ସରକାରୀ ସୁବିଧା ଯୋଗାଇଦେବା ପାଇଁ ଚେଷ୍ଟା କରିବେ ବୋଲି ମତ ପ୍ରକାଶ କରିଛନ୍ତି ଲଇତରା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଅଶୋକ ପୋଢ଼ କହିଛନ୍ତି ।ବି ଡି ଓ ଙ୍କ ଏହି ମହାନ୍ କାର୍ଯ୍ୟ ପାଇଁ ଚାରି ଆଡେ଼ ତାଙ୍କୁ ପ୍ରଶଂସା କରୁଛନ୍ତି ଲୋକେ ।

Related Post

୩୧୪ଦିନରେ ପହଁଚିଲା କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ

Posted by - February 3, 2021 0
ଯାଜପୁର ଅଫିସ: ମାର୍ଚ୍ଚ ୨୨ତାରିଖରୁ ମହାମାରୀ କରୋନାକୁ ମୁକାବିଲା କରିବା ଲାଗି ନିରସ୍ତ୍ର ସୈନିକ ଭାବେ ଜୀବନକୁ ବାଜି ଲଗାଇ ଲଢ଼ୁଥିବା ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ…

ସାମାଜିକସଂଗଠନର ସଫେଇ କାର୍ଯ୍ୟକ୍ରମ

Posted by - November 6, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ଗତକାଲି ଦୀପାବଳୀ ଯାଇଛି । ବାଣ ଫୁଟିବାର କଟକଣା ଥିଲେ ସୁଦ୍ଧା ଲୋକମାନେ ବାଣଫୁଟାଇ ମଜା ମଧ୍ୟ ନେଇଛନ୍ତି ।ବାଣର ଅବସେଷ ରାସ୍ତା ଘାଟ ପଡିଆରେ…

ପ୍ରଦୂଷଣମୁକ୍ତ ସଚେତନତା ବାର୍ତ୍ତା ନେଇ ସାରା ଭାରତ ସାଇକେଲ ଯାତ୍ରା

Posted by - November 29, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଁ )ସାମ୍ପ୍ରତିକ ପରିସ୍ଥିତିରେ ସମଗ୍ର ବିଶ୍ୱ ପ୍ରଦୂଷଣର ବିଷ ବଳୟ ମଧ୍ୟରେ ପୂରି ରହିଛି l ପ୍ରଦୂଷଣମୁକ୍ତ ନିମନ୍ତେ ପଶ୍ଚିମବଙ୍ଗ ରାଜ୍ୟର ପ୍ରାଥମିକ ଶିକ୍ଷକ ରାମ…

ସମୟ ପୂର୍ବରୁ କେଶ ଧଳା ହୋଇଯିବା ଦେଇଥାଏ ଏହି ୮ଟି ରୋଗର ସଙ୍କେତ

Posted by - December 6, 2018 78
ଧଳା କେଶ ବୃଦ୍ଧାବସ୍ଥାର ସଙ୍କେତ ବୋଲି ଧରା ଯାଇଥାଏ । କିନ୍ତୁ ଆଜିକାଲି ବଢ଼ୁଥିବା ପ୍ରଦୂଷଣ ପାଇଁ କିଛି ଲୋକଙ୍କ କେଶ ବୟସ ହେବା ପୂର୍ବରୁ ହିଁ…

କୋରନା ମୁକାବିଲା ପାଇଁ ସାହାଯ୍ୟ ର ହାତ ବଢ଼ାଇଲେ ବିଭିନ୍ନ ସଂସ୍ଥା ଓ ଲୋକପ୍ରତିନିଧି

Posted by - March 27, 2020 63
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )କରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲା ପ୍ରଶାସନ ବିଭିନ୍ନ ଉଦ୍ୟମ ଜାରି ରହିଛି । ସାମାଜିକ ଦୂରତ୍ୱ ଏବଂ ଲକ ଡାଉନ…