ଜୟପୁର: (ନରେନ୍ଦ୍ର ନେଗୀ):ଗତ କିଛିଦିନ ଧରି ଜୟପୁର ସହରରେ ଚାଲିଛି ପୋଲିସ ର କଡାକଡି ଜାଞ୍ଚ l କୋଉଠି ହେଲମେଟ ଚେକିଙ୍ଗ ତ ଆଉ କୋଉଠି ଉଚ୍ଚ ସ୍ଵର ବାହାର କରି ଚାଲାଉଥିବା ଗାଡି ତ ଆଉ କୋଉଠି ମଦ୍ୟପ ଚାଳକ ଏବେ ପୋଲିସ କବ୍ଜା ରେ |
୨୬ ଅଗଷ୍ଟ ଦିନ ଜୟପୁର ସହର ରେ ଜୟପୁର ଟାଉନ ପୋଲିସ ତରଫରୁ କରା ଯାଉଥିବା ଡ୍ରିଂକ ଆଣ୍ଡ ଡ୍ରାଇଭ ଚେକିଙ୍ଗ ବେଳେ ଧରା ପଡିଲା ସରକାରୀ କାର୍ଯ୍ୟ ରେ ବ୍ଯବହୃତ ହେଉଥିବା ଗାଡି | ଏହି ଗାଡିଟି ଭଡାରେ ସରକାରୀ କାର୍ଜ୍ୟାଳୟରେ ବ୍ୟବହୃତ ହେଉଥିଲା l
ସୂଚନା ମୁତାବକ ଗାଡି ଟି ପୋଲିସ ପେଟ୍ରୋଲିଂ ସମୟରେ ଧାରା ପଡିଥିବାବେଳେ ଜୟପୁର ଟାଉନ ପୋଲିସ ପକ୍ଷରୁ ମଦ୍ୟପ ଚାଳକ ତ୍ରିନାଥ ମହାରଣା କୁ ଗିରଫ କରିବା ସହିତ ଓଡି 10 ଏସ 4821 ନମ୍ବର ବିଶିଷ୍ଠ ବୋଲେରୋ ଗାଡିକୁ ଜବତ କରାଯାଇଛି | ଏହି ଗାଡି ଟି ଜୟପୁର ସହର ର ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବାରେ ନିୟୋଜିତ ହେଉଥିବା ନେଇ ପୋଲିସ ସୁତ୍ରରୁ ଜଣାପଡିଛି l