ଆକ୍ସନ ମୋଡ଼ ରେ ସରପଞ୍ଚ

29 0

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ )ସରକାର ଙ୍କ ବହୁ ପ୍ରତିକ୍ଷତ ଖୋର୍ଦ୍ଧା ବଲାଙ୍ଗୀର ପ୍ରକଳ୍ପ ଟି ବର୍ତ୍ତମାନ ବୌଦ୍ଧ ଜିଲ୍ଲାର କିଛି ସ୍ଥାନ ରେ ଅନ୍ତିମ ପର୍ଯ୍ୟାୟ ଥିବା ବେଳେ ଏହି ପ୍ରକଳ୍ପ ରେ ନିୟୋଜିତ ଥିବା ଠିକା ସଂସ୍ଥା ମାନଙ୍କ ଜୁଲୁମ ଓ ମନମୁଖୀ ଶାସନ ଦିନକୁ ଦିନ ବଢ଼ିବାରେ ଲାଗିଛି lଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଆଡ଼େଣିଗଡ଼ ପଞ୍ଚାୟତ ରେ l

ସୂଚନାମତେ ଖୋର୍ଦ୍ଧା -ବଲାଙ୍ଗୀର ପ୍ରକଳ୍ପ ରେ ନିୟୋଜିତ ଥିବା ଏକ ଠିକା ସଂସ୍ଥା ପଞ୍ଚାୟତ ନଳକୂପ ରୁ ନିଜ କ୍ୟାମ୍ପ ପାଇଁ ପାଣି ଚୋରି କରି ନେଉଥିବା ଅଭିଯୋଗ ହୋଇଛି l ସମ୍ପୃକ୍ତ ସଂସ୍ଥା ଟି ଗୋଛାବାରୀ ଗେଲ୍ହାବରାଳି ସହି ର NH ୫୭ କଡ଼ ରେ ଥିବା ଏକ ନଳକୂପ ର ହେଣ୍ଡଲ ଉପାଡି ଦେଇ ସେଥିପାଇଁ ନିଜେ ଏକ ମଟର ସଂଯୋଗ କରି ନିଜ ଠିକା କାମରେ ବ୍ୟବହାର କରୁଥିଲା l

ଗ୍ରାମବାସି ସରପଞ୍ଚ ଙ୍କୁ ଡାକି ଏହା କୁ ଦେଖେଇଥିଲେ, ସରପଞ୍ଚ ଉପରକ୍ତ ଅଧିକାରୀ ଙ୍କୁ ଫୋନ ଯୋଗେ ଜଣାଇଥିଲେ ମଧ୍ୟ କେହି ଏହାର କର୍ଣ୍ଣପାତ କରି ନଥିଲେ, ଫଳତଃ ଆଜି ସରପଞ୍ଚ ନିଜେ ଉପରୋକ୍ତ ସ୍ଥାନକୁ ଯାଇ ସେଠି ଲାଗିଥିବା ପାଣି ପାଇପ ଓ କରେଣ୍ଟ ତାର କୁ କାଟି ଫୋପାଡ଼ି ଦେଇଥିଲେ l ଏହି ସଂସ୍ଥା ର ମନମୁଖୀ କାର୍ଯ୍ୟ ପାଇଁ ନଳକୂପ ଉପରେ ନିର୍ଭର ଥିବା ତିରିଶ ପରିବାର ପାଣି ପାଇଁ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଏହାର ଉପଯୁକ୍ତ ତଦନ୍ତ କରି ସମ୍ପୃକ୍ତ ଠିକା ସଂସ୍ଥା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ରେ ଦାବି ହେଉଛି l

Related Post

ସ୍ଵାମୀ ବିବେକାନନ୍ଦ ପବ୍ଲିକ୍ ସ୍କୁଲ ରେ ସ୍ୱାମୀ ବିବେକନନ୍ଦ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ

Posted by - January 12, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ର ୧୯ତମ ପ୍ରତିଷ୍ଠା ଦିବସ, ଜାତୀୟ ଯୁବ ଦିବସ…

ଓଡିଶା ଡ୍ରାଇଭର ମହାସଂଘ ତରଫରୁ ଦୁଇ ଡ୍ରାଇଭର ହେଲେ ସମ୍ମ।ନିତ

Posted by - December 28, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ହନୁମାନ ମନ୍ଦିର ପ୍ରାଙ୍ଗଣରେ ଓଡିଶା ଡ୍ରାଇବାର ମହାସଂଘ ପକ୍ଷରୁ କାଶୀପୁର ବ୍ଲକ ଡ୍ରାଇବରଙ୍କ ଏକ ବୈଠକ…

ଯାତ୍ରୀ ବହି ବସ ଦୁର୍ଘଟଣା ଗ୍ରସ୍ତ ଅଳ୍ପକେ ବର୍ତିଲେ ଯାତ୍ରୀ

Posted by - November 21, 2021 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଅନ୍ତର୍ଗତ ନାନ୍ଦୁପଲା ଗ୍ରାମ ହରିଶଙ୍କର ସ୍ବାଗତ ଗ୍ୟାଟ ନିକଟ ରେ ଏକ ଯାତ୍ରୀ ବହି…

ହରଭଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଜଳ ଦିବସ ପାଳିତ

Posted by - March 22, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ହରଭଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଜଳ ଦିବସ ଏଲଏଣ୍ଡ ଟି କମ୍ପାନୀ ତରଫରୁ ପାଳିତ ହୋଇଯାଇଛି। ଏଥିରେ କମ୍ପାନୀର ପ୍ରାଥୀବୀ ମନହୋର, ହରଭଙ୍ଗା…

ବୌଦ୍ଧ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ନେଇ ଟେବୁଲ ଟପ କର୍ମଶାଳା

Posted by - June 19, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ନେଇ ଆଜି ଏକ ଟେବୁଲ ଟପ କର୍ମଶାଳା ଆୟୋଜିତ ହୋଇଛି l ଜିଲ୍ଲା ବିପର୍ଯ୍ୟୟ ପରିଚାଳନା…