ଠିକାଦାର ଓ ଯନ୍ତ୍ରୀ ଙ୍କ ମନମୁଖୀ କାର୍ଯ୍ଯ, ପାଣି ପାଇଁ ହନ୍ତସନ୍ତ ସାହିବାସିନ୍ଦା

32 0

ହରଭଙ୍ଗା: (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଧଳପୁର ପଂଚୟତର ବେତ୍ରାସାହି ରେ ପଂଚାୟତ ସମିତି ଜଳ ପରିମଳ ବିଭାଗ ତରଫରୁ ଗତ ମେ ମାସରେ ନୂତନ ଭାବେ ବୋର୍ ୱେଲ ପାଇପ ଯୋଗେ ପାଣି ଯୋଗେଇ ଦିଆଯାଇଥିଲା। ନଦୀ କୁଳିଆ ଅଞ୍ଚଳ ହେଲେବି ପିଇବା ପାଣି ର ଘୋର ଅଭାବ। କିନ୍ତୁ ଦୁଃଖ ଓ ପରିତାପ ର ବିଷୟ ଆଜିକୁ ପ୍ରାୟ ଏକ ମାସ ହେବ ବୋର୍ ୱେଲ୍ ଟି ଖରାପ ହୋଇଛି।

କେଉଁଠି କେଉଁଠି ପାଇପ ମଧ୍ଯ ଫାଟିଯାଇଛି। ଯାହାଦ୍ଵାରା ଜଳ ଯୋଗାଣ ସମ୍ପୂର୍ଣ ବନ୍ଦ୍ ହୋଇଯାଇଛି। ପିଇବା ପାଣି ଟୋପାଏ ପାଇଁ ଧଳପୁର ବେତ୍ରାସାହି ବାସିନ୍ଦା ହନ୍ତସନ୍ତ ହେଉଛନ୍ତି। ଅଭିଯୋଗ ପରେ ଅଭିଯୋଗ କଲେ ମଧ୍ୟ କେହିଶୁଣୁନାହାନ୍ତି ତାଙ୍କ କଥା।ଠିକାଦାର ଓ ଯନ୍ତ୍ରୀ ଙ୍କ ମନମୁଖୀ କାର୍ଯ୍ଯ ପାଇଁ ଆଜି ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା। ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ସ୍ଵତନ୍ତ୍ର ଦୃଷ୍ଟି ଦେଇ ଯୁଦ୍ଧ କାଳୀନ ଭିତିରେ ଜଦି ସମସ୍ୟା ର ସମାଧାନ ନ କରିବ ତା ହେଲେ ଆଗାମୀ ଦିନରେ ବେତ୍ରାସାହି ବାସିନ୍ଦା ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେବା ପାଇଁ ବସ୍ତି ବାସିନ୍ଦା ଦାବୀ କରିଛନ୍ତି।

Related Post

ସରକାରୀ ନିୟମକୁ ବେଖାତିର ଜେସିବିରେ ଚାଲିଛି ମୋରମ ଚାଲାଣ

Posted by - December 10, 2019 21
ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାରେ ଲଘୁଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ ସାଙ୍ଗକୁ ଚୋରା ଚାଲାଣ ପ୍ରଶାସନର ଜ୍ଞାତସାରରେ ବେଧଡକ ଚାଲିଛି। ଆଉ ବିପୁଳ ପରିମାଣର ରାଜସ୍ବ ହରାଉଛନ୍ତି ସରକାର।…

୧୬ ଦିନରେ ପହଞ୍ଚିଲା “ଧର୍ମଗଡକୁ ଜିଲ୍ଲା ଦାବୀ” ଜଗନ୍ନାଥ ସେବା ସମିତିର ଗଣଧାରଣା

Posted by - September 12, 2023 0
ପ୍ରବଳ ବର୍ଷା ସତ୍ତ୍ୱେ ସମର୍ଥନରେ ବସିଲେ ୧୦୪ ବର୍ଷୀୟା ବୃଦ୍ଧା ମା ଚାମେଲି ଦେବୀ…. ଧର୍ମଗଡ଼ :(ହେମନ୍ତ କୁମାର ମାଝୀ)ଆଜି ୧୬ ତମ ଦିବସରେ ୧୦୪ ବର୍ଷୀୟା…

ଯାଜପୁର ପୌରପାଳିକା ରେ ସ୍ଵଛସାଥି ମାନଙ୍କୁ ସମ୍ବର୍ଦ୍ଧିତ

Posted by - September 17, 2021 0
ଯାଜପୁର ପୌରପାଳିକା ରେ ସ୍ଵଚ୍ଛତା କୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ସ୍ଵଚ୍ଛତା ରକ୍ଷା କରିବା ପାଇଁ ନିୟମିତ ସ୍ଵଛ ସାଥି ମାନଙ୍କୁ ତାଲିମ ର ବ୍ୟବସ୍ଥା କରାଯାଉଛି।ସ୍ଵଚ୍ଛତା ରକ୍ଷା କ୍ଷେତ୍ର ରେ ପ୍ରତ୍ୟେକ ସହରବାସୀ ଙ୍କ ଅବଦାନ ରହିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ଆଜି ପୌର କାର୍ଯ୍ୟାଳୟ ରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ, ଡି ଆର ଡି ଏ ପ୍ରକଳ୍ପ ନିର୍ଦ୍ଦେଶକ, ନିର୍ବାହୀ ଅଧିକାରୀ ସୁର୍ୟମଣି ପାଟଜୋଶୀ  ପ୍ରମୁଖ ଯୋଗ ଦେଇ ସ୍ଵଛସାଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସର ରେ ବଡଖାନାର ଆୟୋଜନ କରଯାଇଥିଲା      

ଟାଙ୍ଗରା ହୋଇଗଲାଣି କୁଚିଲାଖାଇ ଗ୍ରାମ୍ୟ ଜଙ୍ଗଲ,ନିଦ୍ରାରେ ବନ ବିଭାଗ

Posted by - May 19, 2023 0
ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ).ଜଙ୍ଗଲ ଓ ପରିବେଶ ସୁରକ୍ଷା ନେଇ ସରକାର ବହୁ ସଚେତନତା ରହୁଛନ୍ତି l ଏପରିକି ଜଙ୍ଗଲ ବୃଦ୍ଧି, ବିଭିନ୍ନ ସ୍ଥାନ ରେ ବୃକ୍ଷ ରୋପଣ ଭଳି…

ନୀଳାଚଳକୁ ଘରୋଇ କରଣକୁ ବିରୋଧ :କଳିଙ୍ଗନଗର ରୁ ଦିଲ୍ଲୀ ଯାଏ ଆନ୍ଦୋଳନ କରିବ ଟ୍ରେଡ ୟୁନିଅନ୍

Posted by - January 10, 2020 0
ଯାଜପୁର :୦୯/୦୧(ଆନନ୍ଦ ଚନ୍ଦ୍ର ସାହୁ) କେନ୍ଦ୍ର ସରକାର ରାଷ୍ଟ୍ରୀୟ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମରୁ ପୁଞ୍ଜିପ୍ରତ୍ୟାହାର କରିବାକୁ କ୍ୟାବିନେଟରେ ନିଷ୍ପତି ନେବା ପରେ ମିଳିତ ଟ୍ରେଡ଼୍ ୟୁନିୟନ…