ଖପ୍ରାଖୋଲ: ୨୪/୮(ତାପସ ରଞ୍ଜନ ବେହେରା) ସ୍ଥାନୀୟ ସରକାରୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ଠାରେ ମିଳେଟ ମିଶନ ଓ କୃଷି ବିଭାଗ ର ମିଳିତ ଉଦ୍ୟମରେ ଆନ୍ତର୍ଜାତିୟ ମିଲେଟ ବର୍ଷ ଗୁରୁବାର ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପାଟଣାଗଡ଼ କୃଷି ଜିଲ୍ଲା ଅଧିକାରୀ ବାବୁଲି ଚରଣ ସେଠି, ସମ୍ମାନିତ ଅତିଥି ରୂପେ ଖପ୍ରାଖୋଲ ବ୍ଳକ କୃଷି ଅଧିକାରୀ ସନ୍ତୋଷ କୁମାର ମେହେର, ସହକାରୀ କୃଷି ଅଧିକାରୀ ସୁମନ୍ତ କୁମାର ଖମାରୀ,ଦିନବନ୍ଧୁ ବେହେରା, ୱାସନ ଜିଲ୍ଲା ସଂଯୋଜକ ଯଶୋବନ୍ତ ନାଏକ, ସମିଧା ଅଗ୍ରୱାଲ, ଖପ୍ରାଖୋଲ ୱାସିଡିଏ ବ୍ଳକ ସଂଯୋଜକ ଉମେଶ ଗୁପ୍ତା, ସମୀର ପାଣିଗ୍ରାହୀ, ଗଣେଶ ବନଛୋର, ଧଣ୍ଡାମୁଣ୍ଡା ସରପଞ୍ଚ ବୈଦ୍ୟନାଥ ମିଶ୍ର ଯୋଗଦେଇ କ୍ଷୁଦ୍ର ଶସ୍ୟ ଚାଷ ଓ ଖାଦ୍ୟ ଭାବରେ ବ୍ୟବହାର ଉପରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମ ଆରମ୍ଭ ରୁ ଉଚ୍ଚ ବିଦ୍ୟାଳୟରେ ୩୦ଜଣ ଛାତ୍ରୀ ଛାତ୍ର ଙ୍କୁ ନେଇ ଆନ୍ତର୍ଜାତିକ ମିଲେଟ ଦିବସ ଉପରେ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତା ରେ ପ୍ରଥମ ହୋଇଥିବା ସବିତ ପ୍ରଧାନ , ଦ୍ଵିତୀୟ ସ୍ୱପ୍ନା ସାହାଣୀ,ତୃତୀୟ ସୁରଜ ବେହେରା ଙ୍କୁ ଅତିଥି ମାନେ ଟ୍ରଫି ଏବଂ ମାନ ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସେହି ପରି ଅପରାହ୍ନରେ ଖେଳ ପଡିଆରେ ଫୁଟବଲ ଟୁର୍ଣ୍ଣାମେଟ ଅନୁଷ୍ଠିତ ହୋଇଥିଲା।
ଜିଲ୍ଲା କ୍ରୀଡା ଅଧିକାରୀ ପରାସର ବାଗ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିବା ବେଳେ ଧଣ୍ଡାମୁଣ୍ଡା ଏବଂ ଖପ୍ରାଖୋଲ ଦଳ ମଧ୍ୟରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା ଖପ୍ରାଖୋଲ ଦଳ ୨-୧ ଗୋଲ ଧଣ୍ଡାମୁଣ୍ଡା ଠାରୁ ବିଜୟୀ ହୋଇଥିଲା। ଶେଷରେ ସମସ୍ତ ଫୁଟବଲ ପ୍ରତିଯୋଗିଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟ ଭୋଜରାଜ ବରିହା, ପୁରନ୍ଦର ବନଛୋର, ଫକୀର ସାହୁ,ବାସନ୍ତୀ ମୁଣ୍ଡା,ସଦାନନ୍ଦ ବାଗ,ଶରତ ସାହୁ,ରାକେସ ବେହେରା ପ୍ରମୁଖ ସହଯୋଗ କରିଥିଲେ