ବିଷାକ୍ତ ଚିଟିସାପ କାମୁଡ଼ାରେ ବୃଦ୍ଧା ମୃତ

33 0

ବେଲଗୁଣ୍ଠା:୨୫/୦୮ (ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ପଂଚାୟତ ମରାଇପାଟ ଗ୍ରାମର ହରି ଗୌଡ଼ଙ୍କ ସ୍ତ୍ରୀ ଶଶୀ ଗୌଡ଼ (୬୫ ) ଏକ ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି I ସୂଚନା ପ୍ରକାରେ କିଛି ଦିନ ତଳେ ହରି ଗୌଡ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ I ସେଥିପାଇଁ ସେ ତାଙ୍କର ଦୁଇଟି ଚାଳଛପର ଘରୁ ଗୋଟିଏ ବଖରା ଭାଙ୍ଗି ଘର କାମ ଆରମ୍ଭ କରିବା ସହିତ ଗୋଟିଏ କୋଠରୀରେ ହିଁ ବସବାସ କରୁଥିଲେ I ଗତ ରାତିରେ ଖାଇପିଇ ଉଭୟ ସ୍ୱାମୀ ସ୍ତ୍ରୀ ଶୋଇଥିଲେ I ରାତ୍ର ଦୁଇଟାରୁ ତିନିଟା ମଧ୍ୟରେ ଏକ ବିଷାକ୍ତ ଚିଟି ସାପ ହରି ଗୌଡ଼ଙ୍କ ସ୍ତ୍ରୀ ଶଶୀ ଗୌଡ଼ଙ୍କର ହାତକୁ କାମୁଡ଼ି ଦେଇଥିଲା I

ଯନ୍ତ୍ରଣା ହେବାରୁ ଶଶୀ ଗୌଡ଼ ନିଦରୁ ଉଠି ସାପଟିକୁ ଦେଖିବାକୁ ପାଇଥିଲେ I ସାପଟି ପୁଣି ଥରେ ଶଶୀଙ୍କୁ କାମୁଡ଼ିବା ସହିତ ଶଶୀଙ୍କ ଦେହରେ ଗୁଡ଼ାଇ ହୋଇଯାଇଥିଲା I ଶଶୀ ନିଜ ଦେହରୁ ସାପଟିକୁ ବାହାର କରିବାକୁ ଚେଷ୍ଟା କରୁ୍ଥିବା ବେଳେ ସାପଟି ଚାରି ପାଞ୍ଚ ଥର ପର୍ଯ୍ୟନ୍ତ ଶଶୀଙ୍କୁ କାମୁଡ଼ି ଚାଲିଥିଲା I ଶେଷରେ ଶଶୀ ଅନ୍ୟ ଉପାୟ ନପାଇ ଶଶୀ ନିଜକୁ ସାପ କବଳରୁ ଋକ୍ଷ କରିବା ପାଇଁ ସାପଟିକୁ ମାରିଦେଇଥିଲେ I ସାପଟି ମରିଯିବା ପରେ ଶଶୀ ସ୍ୱାମୀ ହରିଙ୍କୁ ଉଠାଇ ସାପ କାମୁଡ଼ିବା ସମ୍ପର୍କରେ କହିଥିଲେ I

ଏହାପରେ ସକାଳ ସାତ ଘଣ୍ଟା ସମୟରେ ଶଶୀଙ୍କୁ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରାଯାଇଥିଲା I କିନ୍ତୁ ସେଠାରେ ଶଶୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଞ୍ଜନଗର ମେଡ଼ିକାଲ୍ କୁ ସ୍ଥାନାନ୍ତର କରାଯାଇଥିଲା I ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶଶୀଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା I ଘଟଣା ସମ୍ପର୍କରେ ଶଶୀଙ୍କ ପୁଅ ବୀରେନ୍ଦ୍ର ଗୌଡ଼ ଗାଙ୍ଗପୁର ଥାନାରେ ଜଣାଇବା ପରେ ଗାଙ୍ଗପୁର ପୋଲିସ୍ ୧୪/୨୩  ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ମେଡ଼ିକାଲ୍ ରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଥିଲା I ଶଶୀଙ୍କର କୌଣସି ସନ୍ତାନ ସନ୍ତତି ନଥିବାରୁ ତାଙ୍କ ମଝିଆ ଦିଅରର ପୁଅ ବିରେନ୍ଦ୍ର ଗୌଡ଼ଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଛନ୍ତି I ଶଶୀଙ୍କ ଶବ ଗ୍ରାମରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି I

Related Post

କଂଗ୍ରେସ ଦଳ ପକ୍ଷରୁ କାଶୀପୁର ଠାରେ ଗୌରବ ଯାତ୍ରା ଅନୁଷ୍ଠିତ

Posted by - August 13, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ)କାଶୀପୁର କଂଗ୍ରେସ ଦଳ ପକ୍ଷରୁ ଆଜି କାଶୀପୁର ବ୍ଲକ ସଦର ମହକୁମା ସ୍ଥିତ ଗାନ୍ଧି ମଣ୍ଡପ ଠାରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଗୌରବ ଯାତ୍ରା…

ଗୌତମ ବୁଦ୍ଧ ସଂସ୍କୃତି ଭଭନ ପରିସରରେ ଏକ ଇଫତାର ପାର୍ଟି

Posted by - April 22, 2023 0
ଯାଜପୁର :ପବିତ୍ର ରମଜାନ ମାସ ଅବସରରେ ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭଭନ ପରିସରରେ ଏକ ଇଫତାର ପାର୍ଟି ଅନୁଷ୍ଠିତ ହୋଇଯାଇଛି। ଏହି ପାର୍ଟିରେ ଶତାଧିକ ସଂଖ୍ୟାଲଘୁ…

ଶୂନ୍ୟ ପଥ ମାଧ୍ୟମରେ ସର୍ବଭାରତୀୟ ସାହିତ୍ୟ ଆସର

Posted by - February 28, 2022 0
ମାଲକାନଗିରି:(ଅବଦୁଲ ଗନି)ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ତଥା ଉପାନ୍ତ ଜିଲ୍ଲା ମାଲକାନଗିରିରେ ସ୍ଥାପିତ ହୋଇଥିବା ମାଟିଲଗ୍ନା ସର୍ବଭାରତୀୟ ସାହିତ୍ୟ ମହାମଞ୍ଚ କମିଟିର ଅଧ୍ୟକ୍ଷ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ…

ବୌଦ୍ଧ ତହସିଲର ତିନି କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

Posted by - June 30, 2022 0
ବୌଦ୍ଧ : (ଚିତ୍ତ ରଂଜନ ସିଂ) ବୌଦ୍ଧ ତହସିଲର ତିନିଜଣ କର୍ମଚାରୀ ଗୋଟିଏ ଦିନରେ ଅବସର ଗ୍ରହଣ କରିଛନ୍ତି । ସୂଚନା ମୁତାବକ ବୌଦ୍ଧ ତହସିଲର ସଂସ୍ଥାପନା…