କଣ୍ଟାବାଞ୍ଜି ବ୍ୟୁରୋ:୨୫/୦୮:(ନରେନ୍ଦ୍ର ନେଗୀ)କଣ୍ଟାବାଞ୍ଜି ତହସିଲ ଅଫିସ ପାଖରେ ଥିବା ଏକ ଲୁହାର ବିଦ୍ୟୁତ ଖୁଣ୍ଟ ରେ ଅନେକ ସମୟରେ ବିଦ୍ୟୁତ୍ ସରବରାହ ହେଉଥିବା ଦେଖିବାକୁ ମିଳିଛି । ସେହି ଖୁଣ୍ଟରେ ଆଜି ପ୍ରାୟ ୨ ଟା ସମୟରେ ଗଣେଶ ହାତୀ ନାମକ ଏକ ୧୧ ବର୍ଷୀୟ ଶିଶୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବା ଫଳରେ ତାର ହାତରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି ।
କିଛି ଦିନ ଆଗରୁ ଏକ ଛେଳି ସେହି ଖୁଣ୍ଟ ସଂସ୍ପର୍ଶରେ ଆସିବା ଫଳରେ ତାର ମୃତ୍ୟୁ ଘଟିଥିଲା । ସେହି ସମୟରେ ଅନେକ ଲୋକ ବିଦ୍ୟୁତ୍ ବିଭାଗ ଯନ୍ତ୍ରୀଙ୍କୁ ଏହି ଖୁଣ୍ଟ ବଦଳି କରି ସିମେଣ୍ଟ ଖୁଣ୍ଟ ଲଗେଇବା ପାଇଁ ଦାବି କରିଥିଲେ ହେଲେ ସେହି ସମୟରେ ଯନ୍ତ୍ରୀ ଏହି ବିଷୟରେ କିଛି ଧ୍ୟାନ ଦେଲେ ନାହିଁ ।
ଆଜି ପୁଣି ଏକ ଶିଶୁ ସହ ଏଭଳି ଘଟଣା ହେବାରୁ ସେହି ସ୍ଥାନରେ ଉପସ୍ଥିତ ଥିବା ଅନେକ ଓକିଲ ଅତିଶିଘ୍ର ଏହି ବିଦ୍ୟୁତ୍ ଖୁଣ୍ଟକୁ ବଦଳି ସିମେଣ୍ଟ ଖୁଣ୍ଟ ଲଗେଇବା ପାଇଁ ଦାବି କରିବା ସହ ଯନ୍ତ୍ରୀଙ୍କ ସହ କଥା କଟା କଟି କରିଥିଲେ । ଫଳରେ ସଙ୍ଗେ ସେହି ଲୁହା ଖୁଣ୍ଟ ଜାଗାରେ ଅନ୍ୟ ଖୁଣ୍ଟ ବଦଳି କରାଯାଇଥିଲା ।