ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ କ୍ଲବ ସଭାପତି ଶ୍ରୀ ସନ୍ତୋଷ ମହାନ୍ତିଙ୍କ ସଭାପତିତ୍ବରେ ଟିଟିଲାଗଡ ନିକଟସ୍ଥ ଚାଂହାରଭଟା ଠାରେ ଥିବା ଓମ ଭ୍ୟାଲି ପବ୍ଲିକ ସ୍କୁଲ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଓମ ଭ୍ୟାଲି ସ୍କୁଲର ଚେୟାରମେନ ତଥା ଲାୟନ୍ସ କ୍ଲବର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ଦୀପକ ସାହୁ ଯେହେତୁ ଗ୍ରୀନ ସ୍କୁଲ କନସେପଟ ଅନୁସାରେ ସ୍କୁଲ ପରିସରରେ ବ୍ୟାପକ ବ୍ୟବସ୍ଥା କରୁଛନ୍ତି ତତ୍ ସହିତ ଏଠାରେ ଲାୟନ୍ସ କ୍ଲବ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିବାର କାରଣ ହେଉଛି ଯେ ଏଠାରେ ଗଛ ଲାଗିଲା ପରେ ଯତ୍ନ ନେବା ପାଇଁ ଲୋକ ମଧ୍ଯ ନିଯୁକ୍ତ ହୋଇଛନ୍ତି, ଯାହା ଫଳରେ ଗଛ ଲଗାଇଲା ପରେ ମଧ୍ୟ ଗଛର ଭଲ ଭାବରେ ଯତ୍ନ ନେଇ ହେବ, କେବଳ ଗଛ ଲଗାଇବା ବଡ ଜିନିଷ ନୁହେଁ, ଲଗାଇବା ପରେ ଦେଖାରେଖା ବ୍ୟବସ୍ଥା ନ କଲେ କିଛି ସୁଫଳ ମିଳିବ ନାହିଁ.
ସେଥିପାଇଁ ଏଠାରେ ଏହି କାର୍ଯ୍ୟକ୍ରମ ଆମେ କରୁଛୁ ବୋଲି କ୍ଲବ ସଭାପତି ସୁଚନା ଦେଇଛନ୍ତି। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ କ୍ଳବର ମାର୍କେଟିଂ ଚେୟାର ପର୍ସନ ଶ୍ରୀ ସଞ୍ଜୟ କୁମାର ନାୟକ, ପୂର୍ବତନ ସଭାପତି ଶ୍ରୀ ଲିଙ୍ଗରାଜ ସାହୁ, କ୍ଲବ ସମ୍ପାଦକ ଅଜିତ ପାତ୍ର, ଲାୟନ ନିହାର ରଞ୍ଜନ ପାଣ୍ଡିଆ, ଆନନ୍ଦ ଜୈନ, ଆବାସ ଖାଁ, ଲିଓ କ୍ଲବର ଅଙ୍କିତ ଗୁପ୍ତା, ସାହିଲ ମେମନ, ସୁଖଦୀପ ସାମନ୍ତ ଉପସ୍ଥିତ ଥିବା ବେଳେ ଓମ ଭ୍ୟାଲି ସ୍କୁଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ମହେଶ୍ଵର ପ୍ରସାଦ ମିଶ୍ର ଓ ଶିକ୍ଷୟତ୍ରୀ ରାନି ଯୋଶୀ ଉପସ୍ଥିତ ଥିଲେ।