ମୟୂରଭଞ୍ଜ:27/12/2019 ଗ୍ରାମରକ୍ଷୀଙ୍କ ମୃତଦେହ ଉଦ୍ଧାର। ଗତକାଲି ଘରୁ ବାହାରି ଆସିଥିବା ବେଳେ ଆଜି ତାଙ୍କର ମୃତଦେହ ସ୍ଥାନୀୟ ହାଟଚାଳିରୁ ଉଦ୍ଧାର ହୋଇଛି। ତେବେ ଘଟଣା ପ୍ରଚାର ହେବାରୁ ଘଟଣାସ୍ଥଳରେ ଲୋକଙ୍କ ଗହଳି ଜାଣିଥିଲା। ଏଭଳି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଯୋକା ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମରକ୍ଷୀ ଜଣକ ଝାରପୋଖରିଆ ଥାନା ଅନ୍ତର୍ଗତ ଯୋକା ଗ୍ରାମର ଲକ୍ଷିଧର ମହାପାତ୍ରଙ୍କ ପୁଅ ପୁରୁଷୋତ୍ତମ ମହାପାତ୍ର ।
ଗତକାଲି ଅପରାହ୍ନରେ ସେ ଘରୁ ବାହାରି ଆସିଥିବା ବେଳେ ତାଙ୍କର ମୃତଦେହ ହାଟଚାଳିରେ ସନ୍ଦେହଜନକ ଅବସ୍ଥାରେ ପଡିଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇ ଝାରପୋଖରିଆ ଥାନାକୁ ଖବର ଦେଇଥିଲେ । ଖବରପାଇ ଝାରପୋଖରିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ କେଶ ନଂ ୫୧/୨୦୧୯ରେ ଏକ ମାମଲା ରୁଜୁ କରିବା ସହିତ ଶବଜବତ କରି ବ୍ୟବଛେଦ ପାଇଁ PRM ମେଡିକାଲ କଲେଜକୁ ପଠାଇସିଛି ।
ତେବେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ଜଣାପଡିବା ସହିତ ତଦନ୍ତ ସେହି ଆଧାରରେ ଆଗକୁ ବଢ଼ିବ ବୋଲି ଏସଆଇ ପଞ୍ଚାନନ ମହାନ୍ତି ସୂଚନା ଦେଇଛନ୍ତି। ଅନ୍ୟପଟେ ମୃତ ଗ୍ରାମରକ୍ଷୀଙ୍କ ପରିବାର ନିହାତି ଗରିବ ହୋଇଥିବାରୁ ପଞ୍ଚାୟତ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ଶବ ସଂସ୍କାର ପାଇଁ ୨ହଜାରଟଙ୍କା ଯୋଗାଇ ଦିଆଯିବ ବୋଲି ସ୍ଥାନୀୟ ସରପଞ୍ଚ କହିଥିଲେ।ତେବେ ମୃତ ଗ୍ରାମରକ୍ଷୀଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ବେଳେ ତାଙ୍କ ପରିବାରର ଜଣକୁ ନିଯୁକ୍ତି ସହିତ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି।