Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ

33 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବ୍ଳକ୍ ବଙ୍କା ପଂଚାୟତ ଗିରିସୋଲା ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଧୋବା ମହାରଣା (୮୧) ଙ୍କ ଆଜି ଦିନ ଏକ ଘଣ୍ଟା ତିରିଶି ମିନଟ୍ ସମୟରେ ପରଲୋକ ଘଟିଛି I ସେ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ବ୍ୟାଧିରେ ପୀଡ଼ିତ ହୋଇ ବେଲଗୁଣ୍ଠାରେ ରହୁଥିବା ସାନପୁଅ ସାମ୍ବାଦିକ ମନୋରଞ୍ଜନ ମହାରଣାଙ୍କ ନିକଟରେ ରହି ଆସୁଥିଲେ ।

ସ୍ବର୍ଗତ ଧୋବାଙ୍କ ବଡ଼ପୁଅ ମଧୁସୂଦନ ଦୁଇଦିନ ତଳେ ଆସି ଅଧିକ ଚିକିତ୍ସା ପାଇଁ ନିଜ କର୍ମସ୍ଥଳୀ କୋଣାର୍କକୁ ନେଇଯାଇଥିଲେ I ସେଠାରେ ଆଜି ଧୋବାଙ୍କର ପରଲୋକ ଘଟିଥିଲା I ସ୍ଵର୍ଗତ ଧୋବାଙ୍କ ମର ଶରୀରକୁ କୋଣାର୍କରୁ ପୁରୀ ସ୍ଵର୍ଗଦ୍ଵାରକୁ ନେଇ ସେଠାରେ ଅନ୍ତିମ ସଂସ୍କାର କରାଯାଇଥିଲା I ସ୍ଵର୍ଗଦ୍ଵାର ଠାରେ ସ୍ୱର୍ଗତ ମହାରଣାଙ୍କ ବଡ଼ପୁଅ ମଧୁସୂଦନ,ମଝିଆ ପୁଅ କିଶୋର ଚନ୍ଦ୍ର ଏବଂ ସାନପୁଅ ମନୋରଞ୍ଜନଙ୍କ ସହ ସ୍ତ୍ରୀ ତିଳୋତ୍ତମା,ଝିଅ ସୁଦେଷ୍ଣା, ଜ୍ଵାଇଁ, ନାତି ନାତୁଣୀ,ବୋହୂ ଏବଂ ପରିବାରର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ I

ସ୍ୱର୍ଗତ ମହାରଣା ଜଣେ ମେଳାପୀ ଏବଂ ଅମାୟିକ ବ୍ୟକ୍ତିତ୍ୱ ହୋଇଥିବା ବେଳେ ଜଣେ ଛାତ୍ର ବତ୍ସଳ ଶିକ୍ଷକ ଭାବେ ବେଶ୍ ପରିଚିତ ଥିଲେ I ସେ ପ୍ରଧାନ ଶିକ୍ଷକ ଭାବେ ବଙ୍କା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ I ତାଙ୍କ ମୃତ୍ୟୁ ଖବର ପାଇ ବଙ୍କାର ପୂର୍ବତନ ସରପଞ୍ଚ ରୋହିତ ଲେଙ୍କା, ପୂର୍ବତନ ସମିତିସଭ୍ୟ ନାରାୟଣ ସ୍ଵାଇଁ, ସରପଞ୍ଚ ଶୁଭଶ୍ରୀ ପରିଡ଼ା,ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

Related Post

ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଭୋଟର ସଚେତନତା ଶିବିର

Posted by - July 15, 2023 0
ମୁନିଗୁଡା :(ରମାକାନ୍ତ ପଡ଼ାଲ)ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟରେ ଶନିବାର ଭୋଟର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ପ୍ଲସ ଟୁ ଶ୍ରେଣୀର ଦ୍ଵିତୀୟ ବର୍ଷର ନୂତନ ଓ…

ଖୋର୍ଦ୍ଧା ଓଳସିଁଙ୍ଗ ଗ୍ରାମରେ ହାତୀ ଉପଦ୍ରବ

Posted by - August 4, 2021 0
ଖୋର୍ଦ୍ଧା: ଓଳସିଁଙ୍ଗ ଗ୍ରାମରେ ହାତୀ ଉପଦ୍ରବ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ ଓଳସିଙ୍ଗ ଗ୍ରାମପଞ୍ଚାୟତ ର ଓଳସିଙ୍ଗ ଗ୍ରାମରେ ବଣୁଆ ହାତୀ ପଶି ଆତଙ୍କ…

ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ଚାଲିଛି ସାତ ଦିନ ବ୍ୟାପି ଫୁଡ ଫର ହଙ୍ଗର କାର୍ଯ୍ୟକ୍ରମ

Posted by - September 14, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ବର୍ଷ ତମାମ ଟିଟିଲାଗଡ଼ ଲାୟନ୍ସ କ୍ଲବ ସଦା ସର୍ବଦା ବିଭିନ୍ନ ସାମାଜିକ ତଥା ସେବା କାର୍ଯ୍ୟ କରିଥାନ୍ତି। ଏହି ମାସ ୧୧ ତାରିଖ…

ଜିଲ୍ଳା ସ୍ଵଳ୍ପ ସଞ୍ଚୟ ବିଦ୍ଭାଗ ତରଫରୁ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର

Posted by - September 29, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଳା ସ୍ଵଳ୍ପ ସଞ୍ଚୟ ବିଦ୍ଭାଗ ତରଫରୁ ହରଭଙ୍ଗା ବ୍ଳକ ଆଡ଼େଣିଗଡ଼ ଠାରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସଚେତନତା ଶିବିର ବୁଧବାର…