ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ରୂପା ଦାଶଙ୍କୁ ଉତ୍ସ୍ୱସିତ ସମ୍ବର୍ଦ୍ଧନା

69 0

ନୂଆଦିଲ୍ଲୀ :୨୩/୦୮ ଆମେରିକାରେ ଅବସ୍ଥାପିତ ଭାରତୀୟ ଲେଖକ ରୂପା ଦାଶଙ୍କୁ ନିକଟରେ ଜାତୀୟ ରାଜଧାନୀ କ୍ଷେତ୍ରରେ ଉତ୍ସ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଗାଜିଆବାଦଠାରେ ୱାର୍ଲଡ୍ ଓଡ଼ିଶା ସୋସାଇଟି(ୱାଓସୋ) ପକ୍ଷରୁ ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସୋସାଇଟିର ସଦସ୍ୟ, କାର୍ଯ୍ୟକର୍ତ୍ତା ଓ ଶୁଭେଚ୍ଛୁମାନେ ଯୋଗ ଦେଇଥିଲେ। ଶ୍ରୀମତୀ ଦାଶ ଓ ତାଙ୍କର ଦଶ ବର୍ଷୀୟ ଆମେରିକାରେ ପଞ୍ଚମ କକ୍ଷରେ ଅଧ୍ୟୟନରତ ନକ୍ସାକାର କନ୍ୟା ଆୟାତି ଦାଶ କରଙ୍କୁ ୱାଓସୋର ମହିଳା ଶାଖାର ସଦସ୍ୟମାନେ ଭବ୍ୟ ସ୍ବାଗତ ଜଣାଇବା ସହିତ ପାରମ୍ପରିକ ଢଙ୍ଗରେ ପାଛୋଟି ନେଇଥିବା ଦେଖା ଦେଇଥିଲା।

ଏହି ଅବସରରେ ୱାଓସୋର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ ଏବଂ ବରିଷ୍ଠ କର୍ମକର୍ତ୍ତାମାନେ ଶ୍ରୀମତୀ ଦାଶଙ୍କର ଇଂରାଜୀ ଭାଷାରେ ଲିଖିତ ପୁସ୍ତକ ” ଲିଡହର” କୁ ଲୋକାର୍ପଣ କରିଥିଲେ। ବହୁ ଚର୍ଚ୍ଚିତ ଓ ବ୍ୟାପକ ଭାବେ ଆଦୃତ ଏହି ବହିଟିରେ ଶ୍ରୀମତୀ ଦାଶ, ବିଶ୍ଵର ବିଭିନ୍ନ ପ୍ରାନ୍ତରେ ତୃଣମୂଳ ସ୍ତରରୁ ନିଜ ନିଜର ଅନନ୍ୟ ପ୍ରତିଭା, ଅପାର ପାରଦର୍ଶିତା ଓ ଅସାମାନ୍ୟ ନିଷ୍ଠା ପ୍ରଦର୍ଶନ ପୂର୍ବକ ସଫଳତାର ଶିଖର ଛୁଇଁଥିବା ୬୦ ଜଣ ମହିୟସୀ ମହିଳାଙ୍କର ପେଶାଦାରୀ ସତ୍ୟ କାହାଣୀକୁ ସନ୍ନିବେଶିତ କରିଛନ୍ତି। ନକ୍ସା ସମ୍ପର୍କୀୟ କୌଣସି ଆନୁଷ୍ଠାନିକ ଶିକ୍ଷାପ୍ରାପ୍ତ ନ କରିଥିଲେ ମଧ୍ୟ, ସମଗ୍ର ପୁସ୍ତକଟିର ସୁନ୍ଦର ଓ ସୃଜନଶୀଳ ଅଳଙ୍କରଣ ଆୟାତି କରିଛନ୍ତି

ଉଭୟ ରୂପା ଦାଶ ଓ ଆୟାତି ଦାଶ କରଙ୍କୁ ୱାଓସୋର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଫଳକ ପ୍ରଦାନ କରି ସମ୍ମାନୀତ କରିଥିଲେ। ସଭାରେ ସ୍ବାଗତ ଭାଷଣ ପ୍ରଦାନ କରି ଶ୍ରୀ ଦ୍ଵିବେଦୀ, ଶ୍ରୀମତୀ ଦାଶଙ୍କୁ ତାଙ୍କର ସାହିତ୍ୟିକ କୃତୀ ଏବଂ ବିଶ୍ଵଭରି ମହିଳା ସଶକ୍ତିକରଣ ସକାଶେ ନିରବିଛିନ୍ନ ପ୍ରୟାସ ପାଇଁ ସାଧୁବାଦ ଜଣାଇଥିଲେ। ଶ୍ରୀ ଦ୍ଵିବେଦୀ ଉଭୟ ଶ୍ରୀମତୀ ଦାଶ ଓ ଆୟାତିଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।ସମ୍ବର୍ଦ୍ଧନାର ଉତ୍ତର ଦେଇ ରୂପା ଦାଶ, ତାଙ୍କୁ ନୈତିକ ପ୍ରୋତ୍ସାହନ ଯୋଗାଇଥିବାରୁ ୱାର୍ଲଡ୍ ଓଡ଼ିଶା ସୋସାଇଟି ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ। ଭବିଷ୍ୟତରେ ନାରୀ ଜାଗରଣ ନେଇ ତାଙ୍କର ଉଦ୍ୟମ ପ୍ରତି ସେ ସମସ୍ତଙ୍କର ସାହାଯ୍ୟ ସହଯୋଗ କାମନା କରିଥିଲେ।

ଶ୍ରୀମତୀ ଦାଶ ତାଙ୍କର ବ୍ୟବସାୟିକ ପ୍ରଶସ୍ତି ଓ ସାହିତ୍ୟିକ ସ୍ଵୀକୃତି ପାଇଁ ଆଧ୍ୟାତ୍ମିକ ସଂଯୋଗୀକରଣକୁ ଶ୍ରେୟ ପ୍ରଦାନ କରିଥିଲେ। ଶ୍ରୀମତୀ ଦାଶଙ୍କୁ ହାର୍ଦ୍ଧିକ ବଧାଇ ଜଣାଇଥିବା ଅନ୍ୟମାନଙ୍କ ମଧ୍ୟରେ ଡଃ ମନୋରଞ୍ଜନ ମହାନ୍ତି, ଅବନୀ ସାହୁ, ସୁଧୀର ଦାଶ, ନିର୍ମଳ ପଟ୍ଟନାୟକ, ଆଚାର୍ଯ୍ୟ ଅଭିମନ୍ୟୁ, ପୁଷ୍ପାଞ୍ଜଳି ବାରିକ, ରୀତା ପାତ୍ର, ବିମଳ ଭଲ, ବିଭୁ ପ୍ରସାଦ ସାହୁ, ଜ୍ଞାନ ଜେନା, ଅଳ୍ପନା ପଟ୍ଟନାୟକ, ସୁମନ୍ତ ବିଶ୍ଵାଳ, ଜୀତେନ୍ଦ୍ର ବେହେରା ଓ ନନ୍ଦନ ଦ୍ଵିବେଦୀ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ବନ୍ଧୁ ମିଳନର ବିଶେଷ ଆକର୍ଷଣ ସୁପ୍ରସିଦ୍ଧ ସଙ୍ଗୀତକାର ଆଚାର୍ଯ୍ୟ ଅଭିମନ୍ୟୁ, ଲବ୍ଧପ୍ରତିଷ୍ଠ ଚାଟାର୍ଡ ଆକାଉଣ୍ଟାଣ୍ଟ ସୁଧୀର ଦାଶ ଏବଂ ୱାଓସୋର ବ୍ୟଞ୍ଜନ ବିଭାଗର ଯୁଗ୍ମ ସାଧାରଣ ସମ୍ପାଦକ ପୁଷ୍ପାଞ୍ଜଳି ବାରିକଙ୍କ ଦ୍ଵାରା ପରିବେଷଣ କରାଯାଇଥିବା ସୁମଧୁର ଓଡ଼ିଆ ଓ ହିନ୍ଦୀ ସଂଗୀତମାନ ଥିଲା।

Related Post

ଭାରତରେ ଓମିକ୍ରନ ଭୁତାଣୂ ର ପ୍ରଭାବ ବୃଦ୍ଧି, ସଂକ୍ରମିତଙ୍କ ସଂଖ୍ୟା ତିନି ଶହ ପାର୍

Posted by - December 24, 2021 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ବିଶ୍ବର ବିଭିନ୍ନ ଦେଶରେ ଦୃତ ଗତିରେ ବ୍ୟାପିବାରେ ଲାଗିଛି ଓମିକ୍ରନ ଭୁତାଣୁ। ଦିନ ପ୍ରତିଦିନ ସଂକ୍ରମିତ ଙ୍କ ସଂଖ୍ୟା…

ନୂଆଦିଲ୍ଲୀରେ ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କର ଏକକ ଚିତ୍ର କଳା ପ୍ରଦର୍ଶନୀ ୪୫ ବର୍ଷର ସୃଜନଶୀଳ ଉପଲବ୍ଧି ପ୍ରଦର୍ଶିତ

Posted by - April 7, 2023 0
ନୂଆଦିଲ୍ଲୀ: ୦୭.୦୪ ସୁନାମଧନ୍ୟ ଚିତ୍ର ଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁଙ୍କର ଏକକ ଚିତ୍ର କଳା ପ୍ରଦର୍ଶନୀ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ହାବିଟାଟ୍ ସେଣ୍ଟରର ଭିଜୁଆଲ ଆର୍ଟ ଗ୍ୟାଲେରୀଠାରେ ଉଦଘାଟିତ…

ଆଗକୁ ସ୍ଥିତି ସାଙ୍ଘାତିକ:-ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

Posted by - June 7, 2020 361
ନୂଆଦିଲୀ:ଭାରତର କରୋନା ସ୍ଥିତି ଉପରକୁ ଉଠି ଏବେ ଷଷ୍ଠ ସ୍ଥାନରେ ପହଞ୍ଚିଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ଯଦିଓ ସଂକ୍ରମଣର ଶୀର୍ଷ ଛୁଇଁନାହିଁ; ତଥାପି ଇଟାଲୀ, ସ୍ପେନ୍‌, ଜର୍ମାନୀ…

ରୁଟସ ଅଫ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ପରିବେଶ ଆଲୋଚନା ଚକ୍ର ଆୟୋଜିତ

Posted by - June 7, 2021 0
ଲଣ୍ଡନ/ନୂଆଦିଲ୍ଲୀ/ମୁମ୍ବାଇ/ ଭୁବନେଶ୍ୱର:(ସ୍ନେହଂଶୁ ଶେଖର ମହାନ୍ତି ) ରୁଟସ୍ ଅଫ ଓଡ଼ିଶା ଫାଉଣ୍ଡେସନ ଓ “ହାଇଫାଇପ ସୋସିଆଲ ଇନୋଭେସନସ” (ଏଚ୍ ଏଫ୍ ଏସ ଆଇ)ର ମିଳିତ ସହଯୋଗରେ ଅନଲାଇନ୍…

ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ପ୍ରାୟ ୧୦ ପ୍ରତିଶତ ପୁଣିଥରେ ସଂକ୍ରମିତ

Posted by - June 28, 2021 0
ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରରେ ବ୍ୟାପକ ସଂକ୍ରମଣ ଘଟାଇ ଆତଙ୍କ ସୃଷ୍ଟି କରିଥିବା ଡେଲ୍‌ଟା ଭାରିଆଣ୍ଟ (ବି.୧.୬୧୭.୨) ଟିକା କବଚକୁ ଭାଙ୍ଗିବାରେ ସକ୍ଷମ ହେଉଛି ।…