ନାବାଳିକା ପ୍ରେମିକାକୁ ଧୋକ୍କା ଦେଲା ପ୍ରେମିକ ।

981 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ନାବାଳିକା ପ୍ରେମିକାକୁ ଧୋକ୍କା ଦେଲା ପ୍ରେମିକ । ବାଧ୍ୟ ହୋଇ ବେକରେ ରଶି ଲଗାଇ ଆତ୍ମହତ୍ୟା କଲା ପ୍ରେମିକା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ସଦର ଥାନା ବେଣୀପୁର ଗାଁରେ । ଗାଁର କୈଳାସ ମଲ୍ଲିକଙ୍କ ଝିଅ ରାଜେଶ୍ୱରୀଙ୍କୁ ପ୍ରେମ ଜାଲ ପଂସାଇ ସୁଜିତ୍ ମଲ୍ଲିକ ନାମକ ଯୁବକ ନେଇ ପେଂରାର ହୋଇଯାଇଥିଲା । ପେଂରାର ହେବା ପରେ ତାକୁ ନାନା ହଇରାଣ ହରକତ କରିବା ସହିତ ମାଡ ମାରୁଥିଲା । ପଂଳରେ ନାବାଳିକା ଜଣକ ନିଜ ବାପ ଘରେ ରହୁଥିଲେ ।

ବାରମ୍ବାର ସୁଜିତ ଶ୍ୱଶୁର ଘରକୁ ଆସି ଗାଳିଗୁଲଜ କରିବା ସହିତ ମାଡ ମାରୁଥିବା ଅଭିଯୋଗ ହୋଇଛି । ଏଥିରେ ମ୍ରି୍ରୟମାଣ ହୋଇ ଗତକାଲି ଯୁବତୀ ଜଣକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏ ନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ଡାକ୍ତରଖାନାକୁ ପଠାଇଛି । ଏହି ଘଟଣାର ଅଭିଯୁକ୍ତ ସୁଜିତ୍ ମଲ୍ଲିକଙ୍କୁ ଗିରପଂ କରିବାକୁ ନାବାଳିକା ଙ୍କ ପରିବାର ଲୋକଙ୍କ ପକ୍ଷରୁ ଦାବୀ କରାଯାଇଛି ।

Related Post

ଜମି ବିବାଦ ପାଇଁ ବୃଦ୍ଧ ଙ୍କୁ ହତ୍ୟା

Posted by - June 22, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ତାରାସିଂଙ୍ଗି ଥାନା ଅଧିନ ସଳୁଆ ପଲ୍ଲୀ ଗ୍ରାମ ରେ ବୃଦ୍ଧ ଙ୍କୁ ହତ୍ୟା ।  ଜମି ଜମା କନ୍ଦଳ…

ଚିତ୍ରକୋଣ୍ଡା ରେ ୫୩ ଏକର ଗଞ୍ଜେଇ ଗଛ କରାଗଲା ନଷ୍ଟ

Posted by - November 26, 2021 0
ମାଥିଲି:(ଅବଦୁଲ ଗନି)ଗତ ଗୁରୁବାର ଦିନ ମାଲକାନଗିରି ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଫୁଲପଦାର ଓ ଖିଲଗୁଡା ଗ୍ରାମ ନିକଟରେ ଥିବା ଜଙ୍ଗଲ ରେ ୫୩…

ପ୍ରେମ ନିବେଦନ କରି ବିଫଳ ପରେ ଅପହରଣ ଓ ଦୁଷ୍କର୍ମ 

Posted by - December 12, 2019 0
ମୟୂରଭଞ୍ଜ:ନାବାଳିକାଙ୍କୁ ପ୍ରେମ ନିବେଦନ ପରେ ବିଫଳ ହୋଇ ଅପହରଣ ସହ ଦୁଷ୍କର୍ମ। ଶେଷରେ ଗର୍ଭପାତ କରାଇ ଧରାପଡ଼ି ପୋଲିସ ହାତରେ ଗିରଫ ହେଲା ଅପହରଣକାରୀ। ଏଭଳି ଏକ…

ବାଘଛାଲ ଜବତ-୨ଗିରଫ

Posted by - December 10, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ କୁଚିଣ୍ଡା ବନ୍ୟପ୍ରାଣୀ ବନାଞ୍ଚଳର ଗୁଣ୍ଡୁରୁଚୁଆଁ ପଞ୍ଚାୟତ ଘୋଡାବାନ୍ଧୁଣୀ ଗ୍ରାମରେ କଲରାପତରା (Leopard) ବାଘଛାଲ ୫ ଲକ୍ଷ ଟଙ୍କାରେ ବିକ୍ରି ପାଇଁ…

Leave a comment

Your email address will not be published.