Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ମରଣାନ୍ତକ ଆକ୍ରମଣ ପାଇଁ ଅଭିଯୁକ୍ତ ଦ୍ୱୟଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ

295 0

ଧର୍ମଗଡ଼: (ହେମନ୍ତ କୁମାର ମାଝୀ)୨୦୧୯ ମସିହାରେ କେଗାଁ ଥାନା ଅନ୍ତର୍ଗତ ଆଇଁଲି ଯୋରପଡା ଗ୍ରାମର ଅଶୋକ କଟା, ଅଷ୍ଟମ କଟା ଓ ଜିତ କେତକୀ କିଛି ଗ୍ରାମବାସୀ ଙ୍କୁ ନେଇ ଅଭିଯୋଗକାରୀ ପାର୍ଥବ କଟା ର ସରକାରୀ ଜମିରେ ନିର୍ମିତ ଚାଳଘର ନିକଟକୁ ଯାଇ ଗଣ୍ଡଗୋଳ କରିଥିଲେ । ବଚସା ସମୟରେ ଅଭିଯୁକ୍ତ ମାନେ ସେମାନଙ୍କ ପରିବାର ସଦସ୍ୟ ମାନଙ୍କୁ ପିଟିବା ସହ ଅଭିଯୋଗକାରୀ ଙ୍କ ବୃଦ୍ଧା ମାଆ ଙ୍କ ମୁଣ୍ଡରେ ଠେଙ୍ଗା ଯୋଗେ ରକ୍ତାକ୍ତ ଆକ୍ରମଣ କରି ଉକ୍ତ ଚାଳ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗକାରୀ କେଗାଁ ଥାନା ରେ ଲିଖିତ ଏତାଲା ପ୍ରଦାନ କରିଥିଲେ।

କେଗାଁ ପୋଲିସ ଏହାର ତଦନ୍ତ କରି ଥାନା କେଶ ନମ୍ବର ୩୦/ ୨୦୧୯ ବଳରେ ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୪୧/୨୯୪/୩୨୩/୩୨୫/୩୦୭/୩୫୪/୪୩୬/୫୦୬ ଓ ୩୪ ଲାଗୁ କରି ତିନି ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲେ। ଏହି ମାମଲା ଧର୍ମଗଡ଼ ସହାୟକ ଦୌରା ଜଜ୍ ଙ୍କ ଅଦାଲତରେ ସାକ୍ଷ୍ୟ ଗ୍ରହଣ ଓ ବିଚାର ନିମନ୍ତେ ଚାଲିଥିଲା।

ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ, ସାକ୍ଷୀ ମାନଙ୍କ ବୟାନ ଓ ମାମଲାର ପାରିପାର୍ଶ୍ବିକ ପରିସ୍ଥିତିକୁ ବିଚାରକୁ ନେଇ ଧର୍ମଗଡ଼ ସହାୟକ ଦୌରା ଜଜ୍ ଶ୍ରୀ ବିଶ୍ବବିସୃତ କର ଆଜି ମାମଲା ର ଚୂଡାନ୍ତ ଶୁଣାଣି କରି ଅଭିଯୁକ୍ତ ଅଶୋକ କଟା ଓ ଅଷ୍ଟମ କଟା କୁ ଭାରତୀୟ ପିଙ୍ଗଲ କୋଡ଼ ଦଫା ୩୦୭ ବଳରେ ଦୋଷୀ ସାବ୍ୟସ୍ତ କରି ୩ବର୍ଷ ସଶ୍ରମ କାରାଦଣ୍ଡ ସହ କୋଡିଏ ହଜାର ଟଙ୍କା ଜୋରିମାନା ଓ ଅନାଦେୟ ସ୍ଥଳେ ଅତିରିକ୍ତ ଛଅମାସ ଜେଲ ଦଣ୍ଡାଦେଶ ପାଇଁ ରାୟ ପ୍ରଦାନ କରିଛନ୍ତି। ଅପର ପକ୍ଷରେ ଅଭିଯୁକ୍ତ ଜିତ କେତକୀ କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ରାଜ୍ୟ ସରକାର ଙ୍କ ତରଫରୁ ଅତିରିକ୍ତ ସରକାରୀ ଓକିଲ ରାଜେନ୍ଦ୍ର କୁମାର ମୁନି ମାମଲା ପରିଚାଳନା କରିଥିଲେ।

Related Post

ପଞ୍ଚାୟତ ସ୍ତରରେ ସମବାୟ ବ୍ୟାଙ୍କ ତରଫରୁ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମ ଶଳା

Posted by - March 23, 2023 0
ରାୟଗଡା: ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଡୁକୁମ୍ ପଞ୍ଚାୟତ ଠାରେ ଏକ ଋଣ କର୍ମ ଶଳା ଅନୁଷ୍ଟିତ। ଏହି କାର୍ଯ୍ୟ କ୍ରମ ରେ ଶ୍ରୀଯୁକ୍ତ…

ବଜ୍ରଆଘାତରେ ମହିଳା ଗୁରୁତର

Posted by - July 30, 2023 0
ହରଭଙ୍ଗା:୨୯/୦୭ (ଚିତ୍ତରଞ୍ଜନ ସିଂହ) ହରଭଙ୍ଗା ବ୍ଲକ ତିଳେଶ୍ୱର ପଞ୍ଚାୟତ ଖଜୁରୀଆ ଗ୍ରାମ ରେ ଜଣେ ମହିଳା ବିଜୁଳି ଆଘାତ ରେ ଗୁରୁତର ହୋଇଥିବା ଜଣାପଡିଛି l ସୂଚନା…

କୂଅ ରେ ପଡି ବାଛୁରୀ ମୃତ, 2 ଗୁରୁତର

Posted by - March 2, 2023 0
ହରଭଙ୍ଗା: 2/03(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁମାରିଗ୍ରାମର ନୁଆଁ ସାହି ଠାରେ ଥିବା ବାଙ୍କ ଦେବୀ କୂଅ ଭିତରେ ଗୁରୁବାର ସକାଳେ 4ଗୋଟି ଗାଈବାଛୁରୀ ହଠାତ…

ଓଡିଶା ପୁନର୍ଗଠନ ପାଇଁ ରାଜ୍ୟ ସ୍ତରୀୟ ଯୁବ ଶିବିର ଉଦଯାପିତ

Posted by - September 5, 2023 0
ବୌଦ୍ଧ:( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ତିନି ଦିନିଆ ରାଜ୍ୟ ସ୍ତରୀୟ ଯୁବ ଶିବିର ସୋମବାର ଉଦଯାପିତ ହୋଇଯାଇଛି । ତୋଫାନପରି…

ତମାଖୁ ବିକ୍ରି ଦୋକାନରେ ଚଢ଼ାଉ

Posted by - February 4, 2023 0
ହରଭଙ୍ଗା:୦୩/୦୨( ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ ହରଭଙ୍ଗା, ଛତ୍ରଙ୍ଗ ଓ କରଂଜକଟା ବଜାରରେ ବେଆଇନ ଭାବେ ତମାଖୁ ଜାତୀୟ ସାମଗ୍ରୀ ବିକ୍ରି କରୁଥିବା ୧୫ ଦୋକାନରେ ଶୁକ୍ରବାର ଅବକାରୀ…