ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଶିଶୁ ଯୌନ ନିର୍ଯ୍ୟାତନା ଓ ପୋକସୋ ଆଇନ ସଂପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର,ପୋକସୋ ଆଇନର ସରକାରୀ ଆଇନଜିବି ରାଜୀବ ମହାନ୍ତି,ଶିଶୁୁ ମଂଗଳ ସମିତି ଅଧ୍ୟକ୍ଷା ରିତା ବେହେରା ପ୍ରମୁଖ ଯୋଗ ଦେଇ ଶିଶୁ ଯୌନ ନିର୍ଯ୍ୟାତନା ଓ ପୋକସୋ ଆଇନ ସମ୍ବଦ୍ଧିୟ ଘଟଣା ସଂପର୍କରେ ଖବର ସଂଗ୍ରହ ସମୟରେ ଗଣମାଧ୍ୟମ ପ୍ରତିନିଧି ମାନେ ଅତ୍ୟନ୍ତ ସତର୍କତାର ସହିତ କାର୍ଯ୍ୟକରିବା ଆବଶ୍ୟକ ବୋଲି ମତ ଦେଇଥିଲେ । ଯେପରିକି ପିଡିତା ସଂପର୍କରେ କୌଣସି ସୂଚନା ନ ଦେବା,ଗାଁ ଓ ଠିକଣାକୁ ଗୁପ୍ତ ରଖିବା ଆବଶ୍ୟକ ବୋଲି ପରାମର୍ଶ ଦିଆଯାଇଥିଲା । ଏହି କର୍ମଶାଳାରେ ଜିଲାର ବିଭିନ୍ନ ବ୍ଲକରୁ ବହୁ ଗଣମାଧ୍ୟମ ପ୍ରତିନିଧି ସାମିଲ ହୋଇଥିଲେ ।
Facebook Notice for EU!
You need to login to view and post FB Comments!