କାଶୀପୁର:ଗରିବ ବାପା ମାର ଆଶା ବିଶ୍ୱାସ ଓ ଭରସାକୁ ପୂରଣ କରୁଛନ୍ତି କଲେ ଦୁର୍ଗମ ଅଞ୍ଚଳର ସବୁଜ ସୁନ୍ଦର ବଣ ଜଙ୍ଗଲ ଚାରିଆଡେ ପାହାଡ଼ ମଝିରେ ଝରଣାର କଢ଼ର ଅଙ୍କାବଙ୍କା ଘାଟିର ପାଦଚଲା ରାସ୍ତାରେ ଆଗ ଚାଲି ଚାଲି ଯିବାକୁ ପଡୁଥିଲା ସେହି ଗାଁର ପୁଅ ! ପ୍ରଥମ ପ୍ରଚେଷ୍ଟା ବଳରେ ଓଡିଶାରେ ଟପ ୱାନ ହୋଇ ଅଞ୍ଚଳର ସୁନାମ ଅର୍ଜନ କରିଛନ୍ତି ! ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ତଳଝିରି ପଞ୍ଚାୟତର ତଳପଙ୍ଗା ଗ୍ରାମର ଗରିବ ଖଟିଖିଆ ଦିନ ମଜୁରୀଆ ଶ୍ରୀପତି ନାଏକଙ୍କ ପୁଅ ଜଲନ୍ଦର ନାଏକ ।
ପରିବାର ଅଭାବ ଅନାଟନ ଭିତରେ ଥାଇବି ପିଲାଟି ଦିନରୁ ପାଠପଡା ପ୍ରତି ଆଗ୍ରହ ରଖି ନିଜର ଲକ୍ଷ ସ୍ଥଳିରେ ପହଞ୍ଚଛନ୍ତି ! ପିଲାଟି ଦିନରୁ ପାଠପଡିବା ପାଇଁ ଖରା ବର୍ଷା ନଦୀ ନାଳ ପାରହୋଇ ଅଙ୍କାବଙ୍କା ଘାଟି ରାସ୍ତାରେ ଚାଲି ଚାଲି ଘାଟି ଚଡ଼ି ଘାଟି ଓହ୍ଲାଇ କାଶୀପୁରକୁ ଆସି ପାଠ ପଡି ଘରକୁ ଫେରୁଥିଲେ ! ସେହି ସମୟରେ ଗାଁରେ ରାସ୍ତା କି ବିଜୁଳି କହିଲେ ସ୍ୱପ୍ନ ପାଲଟି ଥିଲା ସେହି ସମୟରେ କାଶୀପୁର ପାଠ ପଢ଼ିବା ପାଇଁ ବିଦ୍ୟାଳୟକୁ ଆସି ପ୍ରଥମରୁ ସପ୍ତମ ଶ୍ରେଣ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ ! ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଭୁବନେଶ୍ୱର ୟୁନିଟ ଥ୍ରୀ କ୍ୟାପିଟେଲ ସ୍କୁଲରେ ଦଶମ ଶ୍ରେଣୀ ଯାଏ ପାଠ ପଡି ଦଶମ ପାସ କରିଥିଲେ !
ଦଶମ ପାସପରେ ପିଲାଟି ଦିନରୁ ସଙ୍ଗୀତ ପ୍ରତି ରୁଚି ରହିଥିବାରୁ ଉତ୍କଳ ସଙ୍ଗୀତ ମୁହାବିଦ୍ୟାଳୟ ଭୁବନେଶ୍ୱରରେ ଯୁକ୍ତଦୁଇ ଓ ଯୁକ୍ତ ତିନିରେ ଚାରିବର୍ଷ ପାଠପଢା ସରିଲା ପରେ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ପିଜି ପାଠପଢା ଭିତରେ ନେସନାଲ ସ୍କଲାରସିପ ୟଙ୍ଗ ଆର୍ଟିସ ମିନିଷ୍ଟର ଗୋବରମେଣ୍ଟ ଅଫ ଏଣ୍ଡିଆ ଓଡିଶୀ ମ୍ୟୁଜିକରେ ପ୍ରଥମ ଥର ପ୍ରଚେଷ୍ଟା ବଳରେ ଟପ ୱାନରେ ପହଞ୍ଚିବା ପରେ ପରିବାର ସହ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି!
ଅଭାବ ଅନାଟନ ଭିତରେ ରହିବି ପାଠପଢା ସହିତ ଅନ୍ୟ ଜାଗାରେ କାମକରି ଏବେ ନିଜର ପିଲାଟି ଦିନର ଲକ୍ଷ ପୂରଣ କରିଛନ୍ତି! ତେବେ ଇଚ୍ଛାଶକ୍ତି ଥିଲେ ମଣିଷର ସବୁ କିଛି ସମ୍ଭବ ହୋଇପାରେ ! ତାହା ପ୍ରମାଣିତ କରି ଦେଖାଇଛନ୍ତି ଜଳନ୍ଦର ନାଏକ!
ପରିବାରର ଆର୍ଥିକ ସ୍ଥିତି କହିଲେ ବାପା ମା ପରିଣତ ବୟସରେ ବି ଦିନ ମଜୁରିଆ ଭାବରେ ପର ଘରେ ମୂଲ ଲାଗିଲେ ଘରର ଚୁଲି ଜଳେ ନହେଲେ ନାହିଁ ! ପରିବାର କହିଲେ ଦୁଇପୁଅ ଓ ଦୁଇ ଝିଅ ବହୁ କଷ୍ଟରେ ଦୁଇ ଓ ଗୋଟିଏ ପୁଅକୁ ବାହାଘର କରିଛନ୍ତି! ସେଥିମଧ୍ୟରୁ ସାନ ଝିଅ ପରାଲେସିସ ହୋଇ ବାପା ଘରେ ଅଛନ୍ତି ! ଆଉ ଘର କଥା ନକହିବା ଭଲ ଦିନରେ ସୂର୍ଯ୍ୟ ଆଉ ରାତିରେ ତାରା ଦିସୁଥିବା ଗାଇଗୁହାଳ ଭଙ୍ଗା ଦଦରା ଘରେ ରହି ଜୀବନ କାଟୁଛନ୍ତି ! ତାହାରି ଭିତରେ ସାନ ପୁଅ ଜଳନ୍ଦରକୁ କୁଲିଭୂତି ଯାଇ ପୁଅକୁ ପାଠ ପଢାଇ ଥିଲେ !
ପୁଅ ନେସନାଲରେ ଟପ ୱାନ ହୋଇଥିବା ଏହି ଖବର ଶୁଣି ପରିବାରରେ ଖୁସିର ଲହରୀ ଖେଳିଯାଇଛି ! ପରିବାର ଲୋକ ସରକାରଙ୍କୁ ନିବେଦନ କରିଛନ୍ତି ସରକାରୀ ସହାୟତା ଯୋଗାଇ ଦେଲେ ପୁଅ ଟିକେ ଆଗକୁ ଯାଇପାରିବ ବୋଲି କଇଛନ୍ତି ! ଆଗକୁ ଆଶା କରୁଛୁ ଚଲାପଥ ସବୁଦିନ ପାଇଁ କୁସମିତ ହେଉ !ତେବେ ଆଗକୁ ଏହିଭଳି ଗରିବ ଛାତ୍ରଙ୍କୁ ସରକାର ସହାୟତା ଯୋଗାଇଦେବେ ବୋଲି ଆଶା ବିଶ୍ୱାସ ଅଛି ବୋଲି କହିଛନ୍ତି ତାଙ୍କ ବଡ଼ ଭାଇ! ଏହି ଟପୱାନରେ ପହଁଞ୍ଚି ଥିବା ଛାତ୍ରଙ୍କୁ ସରକାର କଣ ସହାୟତା ଯୋଗାଇ ଦେବ ସେ ସମୟକୁ ଅପେକ୍ଷା !