ଧର୍ମଶାଳା ମେଡିକାଲ ପରିଦର୍ଶନ କଲେ ଜିଲ୍ଲାପାଳ

549 49

ଯାଜପୁର:( ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ଧର୍ମଶାଳା ମେଡିକାଲ ପରିଦର୍ଶନ କଲେ ଜିଲ୍ଲାପାଳ ରଂଜନ କୁମାର ଦାସ । ମେଡିକାଲରେ ଲାଗି ରହିଥିବା ଡାକ୍ତର ସମସ୍ୟା ଓ ଆନୁସଙ୍ଗିକ ଅସୁବିଧାର ସରଜମିନ ତଦନ୍ତ କରିଛନ୍ତି ଜିଲ୍ଲାପାଳ । ଡାକ୍ତରଖାନାର ଭିତିଭୂମି ରହିଥିଲେ ସୁଦ୍ଧା ଏଠାରେ ନିର୍ମିତ ଏମ୍ ସି ଏଚ୍ ବିଲଡିଂ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଡାକ୍ତରଖାନାରେ ୩ଜଣ ଡାକ୍ତର ରହିଥିବା ବେଳେ ୨ଜଣ ଡାକ୍ତର ପରିଦର୍ଶନରେ ଆସି ରୋଗୀଙ୍କ ଚିକିତ୍ସା କରୁଛନ୍ତି ।

ଏଠାରେ ଶିଶୁ ଏବଂ ସ୍ତ୍ରୀ ଓ ପ୍ରସୂତୀ ଭଳି ଗୁରୁତ୍ୱପୁର୍ଣ୍ଣ ବିଭାଗରେ ଡାକ୍ତର ନାହାନ୍ତି । ଫଳରେ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ହଜାର ହଜାର ରୋଗୀ ଉପଯୁକ୍ତ ଚିକିତ୍ସା ପାଇବାରୁ ବଂଚିତ ହେଉଛନ୍ତି । ଖୁବ୍ ଶୀଘ୍ର ମେଡିକାଲର ଡାକ୍ତର ସମସ୍ୟା ଦୂର କରାଯିବା ସହ ଏହାକୁ ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଏଥିସହ ମେଡିକାଲରେ ‘ମେ ଆଇ ହେଲପ୍ ୟୁ’କରାଯାଇ ରୋଗୀମାନଙ୍କ ସୁବିଧା କରିବାକୁ ମେଡିକାଲ କର୍ତୃ କ୍ଷଙ୍କୁନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଉପସ୍ଥିତ ରହି ଆଲୋଚନା କରିଥିଲେ ।

Related Post

ଡିଷ୍ଟ୍ରିକ୍ଟ ଲୟର୍ସ ଆସୋସିଏସନ ନିର୍ବାଚିତ ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ

Posted by - December 22, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଡିଷ୍ଟ୍ରିକ୍ଟ ଲୟର୍ସ ଆସୋସିଏସନ କର୍ମକର୍ତ୍ତାଙ୍କ ନିର୍ବାଚନ ଶପଥ ଗ୍ରହଣ ଉତ୍ସବ ଯାଜପୁର କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ…

” ହମ ” ଗ୍ରୁପ ତରଫରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ

Posted by - April 23, 2020 660
ଅନୁଗୋଳ : ୨୩/୦୪(ମହେଶ ଭୋମରାଜ)ମହାମାରୀ କରୋନା ଦିନକୁ ଦିନ ଯେତେ ଭୟାବହ ହେବାକୁ ଲାଗିଛି, ସେତିକି ସଚେତନତା କାର୍ଯ୍ୟକ୍ରମ ମାନ ସରକାରଙ୍କ ତରଫରୁ ହାତକୁ ନିଆଯାଉଛି ।…

ଲୋକପ୍ରିୟ ଗାୟକ ପ୍ରସିଦ୍ଧ କଣ୍ଠଶିଳ୍ପୀ ଫକୀର ପଟ୍ଟନାୟକଙ୍କ ୯୪ ତମ ଜୟନ୍ତୀ ଉତ୍ସବ ପାଳିତ

Posted by - May 3, 2022 0
ସୋନପୁର:(ଅଜିତ କୁମାର ପୂଜାହାରି)ପଶ୍ଚିମ ଓଡିଶାର ଲୋକପ୍ରିୟ ଗାୟକ ପ୍ରସିଦ୍ଧ କଣ୍ଠଶିଳ୍ପୀ ଫକୀର ପଟ୍ଟନାୟକଙ୍କ ୯୪ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଫକୀର ପଟ୍ଟନାୟକ ସୃତି…

There are 49 comments

  1. Pingback: 2worn-out

Leave a comment

Your email address will not be published.