ହରିଚନ୍ଦନପୁର ପୋଲିସକୁ ବଡ଼ ଚ୍ୟାଲେଞ୍ଜ, ଥାନାର ୧୦୦ମିଟରରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି

315 0

ହରିଚନ୍ଦନପୁର:ତା ୨୬ ଡିସେମ୍ବର  କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ନିକଟସ୍ଥ ଶୁଭ ଲକ୍ଷ୍ମୀ ଟେଲିସର୍ଭିସ ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଖବର ମୁତାବକ ବୁଧବାର ବିଳମ୍ବିତ ରାତିରେ ଥାନାର ମାତ୍ର ୧୦୦ମିଟର ଦୂରତାରୁ ମୋବାଇଲ ଦୋକାନର ଆଜବେଷ୍ଟସ ଭାଙ୍ଗି ଲକ୍ଷାଧିକ ଟଙ୍କାର ମୋବାଇଲ ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଛି ।ଏହି ଘଟଣାକୁ ନେଇ ଭୟଭୀତ ଅବସ୍ଥାରେ ହରିଚନ୍ଦନପୁର ବ୍ୟବସାୟୀ ଓ ଜନସାଧାରଣ । ହରିଚନ୍ଦନପୁର ଛକରେ ପ୍ରତ୍ୟେକ ଦିନ ଏବଂ ରାତିରେ ପୋଲିସ କର୍ମଚାରୀ ନିୟୋଜିତ ସହ ପେଟ୍ରୋଲିଂ ଚାଲିଥିବା ବେଳେ କେମିତି ଭାବେ ଚୋର ଆଜବେଷ୍ଟସ ଭାଙ୍ଗି ଚୋରି କରିବାରେ ସଫଳ ହେଲେ ତାହା ଏବେ ସାଧାରଣରେ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଛି ।

ଗତ କିଛି ଦିନ ପୂର୍ବରୁ ଏହି ଭଳି ଉକ୍ତ ଦୋକାନ ସହ ଅନ୍ୟ ଦୋକାନମାନଙ୍କରୁ ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ବାରମ୍ବାର ଚୋରି ହେଉଥିବାର ପୋଲିସର ତଦନ୍ତ ଓ ପୋଲିସର ପେଟ୍ରୋଲିଂ କଡ଼ାକଡ଼ି ଯୋଗୁଁ ଚୋରି ବନ୍ଦ ହେବା ସହ କେତେକ ଚୋରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।ହେଲେ ଏବେ ପୁଣି ପୋଲିସକୁ ବଡ଼ ଚ୍ୟାଲେଞ୍ଜ ଦେଇ ପୁଣିଥରେ ଥାନା ନିକଟସ୍ଥ ଶୁଭ ଲକ୍ଷ୍ମୀ ଟେଲିସର୍ଭିସ ମୋବାଇଲ ଦୋକାନରୁ ଚୋରି କରିବାରେ ସଫଳ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ ଆଜି ସକାଳେ ଶୁଭ ଲକ୍ଷ୍ମୀ ଟେଲିସର୍ଭିସ ମୋବାଇଲ ଦେକାନର ପ୍ରୋପାଇଟର ଦିବ୍ୟଜ୍ୟୋତି ସାହୁ ଦୋକାନ ଖୋଲିବା ସମୟରେ ଦେକାନରୁ ଚୋରି ହୋଇଥିବାର ଜାଣିବା ପରେ ସଙ୍ଗେ ସଙ୍ଗେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରିଛି ।

Facebook Notice for EU! You need to login to view and post FB Comments!

Related Post

ଲୋକନାଥ ରଣା ନିଖୋଜ ମାମଲା,ସତହେଲା ଆଶଙ୍କା, ଭାଇ ହେଲା ଭଗାରୀ

Posted by - October 1, 2021 0
ବୌଦ୍ଧ,(ଚିତ୍ତରଂଜନ ସିଂ) : କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ଅଧିନ କୁଲୁତାଜୋର୍ ପଞ୍ଚାୟତ ଦେଉଳୀ ଗ୍ରାମର ଲୋକନାଥ ରଣା (୩୦) ନିଖୋଜ ମାମଲାର ଅନ୍ତ ହୋଇଛି ।…

ଗଚ୍ଛ ରେ ଝୁଲୁଛି ଶବ,ଆତ୍ମହତ୍ୟା ନା ସୁଚିନ୍ତିତ ହତ୍ୟା,ପୋଲିସ ର ତଦନ୍ତ ଆରମ୍ଭ

Posted by - September 23, 2020 0
ନୀଳଗିରି:(ସୌମ୍ଯସାଇ ବାରିକ)ରାସ୍ତା କଡ ବର ଗଚ୍ଛ ରେ, ଝୁଲନ୍ତା ଅବସ୍ଥାରେ, ଏକ ମଧ୍ଯ ବୟସ୍କ ବ୍ୟକ୍ତି ର ଶବ କୁ ଉଦ୍ଧାର କରିଛି ପୋଲିସ.। ସୂଚନା ରୁ…

ଚୋର ମଦ ଚାଲାଣ ବେଳେ ୧୬୦ ଲିଟର ଦେଶୀ ମଦ ଜବତ. ଜଣେ ବ୍ୟକ୍ତିଙ୍କୁ ଅଟକ

Posted by - June 13, 2021 0
ଵାରଙ୍ଗ:(ସନ୍ତୋଷ ରାଉତ)ରାଜଧନୀ ଉପକଂଣ୍ଠ ବାରଙ୍ଗ ଅଂଚଳରେ ଚୋର ମଦ ଚାଲାଣ ବେଳେ ପୋଲିସ ଚଢ଼ାଉ କରି ଉକ୍ତ ବ୍ୟକ୍ତି ସହିତ ଏକ ଅଟୋ କୁ ଜବତ କରିଛି…

ଯୁବତୀଙ୍କୁ ଧମକ ଦେଇ ଯୁବକ ଗିରଫ

Posted by - September 28, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଜଣେ ଯୁବକ ଭିଓଆଇପି (ଭଏସ୍‌ ଓଭର୍‌ ଇଣ୍ଟରନେଟ୍‌ ପ୍ରୋଟୋକଲ୍‌) କଲ୍‌ ମାଧ୍ୟମରେ ସମ୍ବଲପୁର ଅଞ୍ଚଳର ଜଣେ ଯୁବତୀଙ୍କୁ କଲ କରି ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ…

Leave a comment

Your email address will not be published.