କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ପାଖାପାଖି ଏକ ମାସ ଧରି ଲଗାଣ ବର୍ଷା ଲାଗି ରହିଥିବା ବେଳେ କାଶୀପୁର ବ୍ଲକର ଉପାନ୍ତ ଅଞ୍ଚଳରେ ସାଧାରଣ ଜନତାଙ୍କ ଜୀବନ ଯାପନ ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇ ପଡିଛି ।
ଏହି ସ୍ଥିତିରେ କାଶୀପୁର ବ୍ଲକ ଅନ୍ତର୍ଗତ ସୁଙ୍ଗେର ପଞ୍ଚାୟତରେ ଏକ ମହାନତା କାର୍ଯ୍ୟ ଦେଖିବାକୁ ମିଳିଥିଲା । କାଶୀପୁର ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ୱାମୀ ଗବିନ୍ଦ ନାଏକଙ୍କ ସମେତ ସୁଙ୍ଗେର ସରପଞ୍ଚ, କଂଗ୍ରେସ ସଭାପତି ଓ କର୍ମୀ ମାନେ PDS ଚାଉଳ ଖାଉଟିଙ୍କ ସୁବିଧା ଅନୁଯାୟୀ ଏକ ଟ୍ରାକ୍ଟର ଯୋଗେ ଉପାନ୍ତ ଅଞ୍ଚଳକୁ ପହଞ୍ଚଇଥିଲେ ।
ସୁଙ୍ଗେର ଗ୍ରାମ ଠାରୁ ୧୨ କିଲୋମିଟର ଦୂର ଉପାନ୍ତ ଅଞ୍ଚଳର ଡୁମୁରି ପଦର, ଆଲିଗୁଣା,ବିରାବାଫଳା,ପରଲୁଙ୍ଗ ଓ ବୋରିଙ୍ଗି ଭଳି ଅପହଞ୍ଚ ଉପାନ୍ତ ଅଞ୍ଚଳର ୫ ଗୋଟି ଗ୍ରାମର ଲୋକଙ୍କୁ ସୁଣ୍ଡି ପଢା ଛକ ନିକଟରେ PDS ଚାଉଳ ବଣ୍ଟନ କରାଯାଇଥିଲା । ଚାଉଳ ବଣ୍ଟନରେ ବ୍ଲକ ଉପାଧ୍ୟାକ୍ଷାଙ୍କ ସ୍ୱାମୀ ଗୋବିନ୍ଦ ନାଏକ ସ୍ୱୟଂ ଚାଉଳ ଅଜନ କରି ଲୋକଙ୍କୁ ସାହାଯ୍ୟ କରୁଥିବା ଦର୍ଶନ ହେଉଛି ।
ଏହି ଭଳି ମାନବିକତା ଦେଖାଇ ଥିବା ବେଳେ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।