Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ଅନୁସୂଚିତ ଜାତି ଓ ଜନଜାତି ର ଔଦ୍ୟଗୀକ ଯୁବକ ଯୁବତୀ ମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ

135 0

ମୁନିଗୁଡା :(ରମାକାନ୍ତ ପଡାଲ)”ଜଣେ ବ୍ୟକ୍ତି ମାଲିକ ହେବ ନା ନୌକର ହେବ ,ଏହା ତାର ନିଜସ୍ୱ ପସନ୍ଦ ” ବୋଲି କାର୍ଯ୍ୟକ୍ରମ ରେ ଉପସ୍ଥିତ ଉଦ୍ୟୋଗୀ ଯୁବକ ଯୁବକ ମାନଙ୍କୁ ପରାମର୍ଶ ଛଳରେ କହିଛନ୍ତି ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ,ଇମ୍ଫାର ଉପସଭାପତି ଶ୍ରୀମାନ ଆଶିଷ କୁମାର ରାୟ । ଜାତୀୟ ଏସ. ଟି /ଏସ.ସି ହବ ର ଓଡିଶା ଶାଖା ମୁଖ୍ୟ ଶ୍ରୀମାନ ଶୁଭାଶିଷ ଦାସ ଓ ତାଙ୍କର ସହଯୋଗୀ ଶ୍ରୀମାନ ପି.କେ.କର ଓ ଶ୍ରୀମାନ ବି.କେ.ପଣ୍ଡା ଅଂଶ ଗ୍ରହଣକାରୀ ଙ୍କୁ ନୂତନ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଉପଲବ୍ଧ ସବୁ ସୁବିଧା ସୁଯୋଗ ସମ୍ପର୍କରେ ବୁଝାଇଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ମୁଖ୍ୟ ପରିଚାଳକ ଶ୍ରୀମାନ ବିକାଶ ଚନ୍ଦ୍ର ବାଇନ, ଉପମୁଖ୍ୟ ପ୍ରବନ୍ଧକ, ନାବାର୍ଡ ଶ୍ରୀମାନ ସନ୍ତୋଷ କୁମାର ସାମଲ, ଆର.ସେ.ଟି ର ନିର୍ଦ୍ଦେଶକ ଶ୍ରୀମାନ ସରୋଜ କାନ୍ତ ପୃଷ୍ଟି, ଅଣୁ କ୍ଷ୍ୟୁଦ୍ର ଓ ମାଧ୍ୟମ ଶିଳ୍ପ ବିଭାଗ ର ସହକାରୀ ନିଦ୍ଦେଶକ ଶ୍ରୀମାନ ଏମ.କେ.କୋଟି ରତ୍ନମ ଯୋଗଦେଇ ନିଜ ନିଜ ବିଭାଗର କାର୍ଯ୍ୟକ୍ରମ ର ସୂଚନା ଦେଇଥିଲେ। ଇମ୍ଫାର ଉପ ମୁଖ୍ୟ ପ୍ରବନ୍ଧକ ଶ୍ରୀମାନ କଲୋଲ କୁମାର ନାୟକ ଅଂଶ ଗ୍ରହଣ କାରୀ ଙ୍କୁ ଇମ୍ଫା ସମସ୍ତ ପ୍ରକାର ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଜିଲ୍ଲା ଶିଳ୍ପକେନ୍ଦ୍ରର ଅଧିକାରୀ ଶ୍ରୀମାନ ସବ୍ୟସାଚୀ ସାହୁ ଯୋଗ ଦେଇ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଇମ୍ଫାର ଲୋକ ସମ୍ପର୍କ ବିଭାଗର ଅଧିକାରୀ ଶ୍ରୀମାନ ଶକ୍ତି ପାଣିଗ୍ରାହୀ ଆୟୋଜନ କରିଥିବା ବେଳେ ସ୍ଥାନୀୟ ସାମାଜିକ କର୍ମୀ ଶ୍ରୀମାନ ରାଧାଶ୍ୟାମ ପଣ୍ଡା ସଂଯୋଜନା କରିଥିଲେ। ସ୍ଥାନୀୟ ଅଞ୍ଚଳର ପ୍ରାୟ ୪୦ ଜଣ ଶିକ୍ଷିତ ଯୁବକ ଯୁବତୀ ଏହି କର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଓ ଲୋକ ସମ୍ପର୍କ ବିଭାଗର କର୍ମକର୍ତ୍ତା ଶ୍ରୀମାନ ରବି ଓ ମାନସ ମହାପାତ୍ର ସହଯୋଗ କରିଥିଲେ।

Related Post

କଣ୍ଟାବାଞ୍ଜି ଜଗନ୍ନାଥ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ନୁଆଁଖାଇ ଭେଟଘାଟ

Posted by - September 28, 2023 0
କଣ୍ଟାବାଞ୍ଜି ବ୍ୟୁରୋ: ୨୮/୦୯ (ନରେନ୍ଦ୍ର ନେଗୀ)ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଜଗନ୍ନାଥ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ପାଳନ କରାଯାଇଛି ।…

ଘଣ୍ଟାପଡ଼ା ଡିଗ୍ରୀ କଲେଜରେ ଜାତୀୟ ଯୁବ ଦିବସ ପାଳିତ

Posted by - January 12, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ଆଞ୍ଚଳିକ ଗ୍ରାମ ପଞ୍ଚାୟତ ଡିଗ୍ରୀ କଲେଜ ପରିସରରେ ଆଜି କଲେଜର ଅଧ୍ୟକ୍ଷ ଗିରିଧର ଦେହୁରୀଙ୍କ ସଭାପତିତ୍ୱରେ ଜାତୀୟ…

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ

Posted by - November 22, 2023 0
ଧର୍ମଗଡ଼:୨୨/୧୧(ହେମନ୍ତ କୁମାର ମାଝୀ)ତାଲୁକ ଆଇନ ସେବା ସମିତି, ଧର୍ମଗଡ ତରଫରୁ କାର୍ଯ୍ୟରତ ମହିଳା ମାନଙ୍କ ଉପରେ ହେଉଥିବା ଶାରୀରିକ ତଥା ମାନସିକ ଅତ୍ୟାଚାର, ଅଭିଯୋଗ ବ୍ୟବସ୍ଥା ତଥା…

ବିରଜା ସ୍ୱନକ୍ଷତ୍ର ମହୋତ୍ସବ ଓ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

Posted by - January 22, 2023 0
ଯାଜପୁର:ଯାଜପୁର ବିରଜା କଲ୍ୟାଣ ମଣ୍ଡପ ଠାରେ କ୍ଷେତ୍ରେଶ୍ୱରୀ ଶ୍ରୀବିରଜାଙ୍କ ସ୍ୱନକ୍ଷତ୍ର ଉତ୍ସବ ଉପଲକ୍ଷେ ଏକ ସାଂସ୍କୃତିକ ସଭା ସ୍ଥାନୀୟ ବିରଜା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲ୍ଲା କଳାକାର ମଙ୍ଗଳ ସଂଘ ଆନୁକୂଲ୍ୟରେ ଆୟୋଜିତ ସଭାରେ ଭୂପତି ଭୂଷଣ ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ବରିଷ୍ଠ ପ୍ରଶାସନିକ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ ଯୋଗଦେଇ ଯଜ୍ଞପ୍ରଭା ପତ୍ରିକାର ଶୁଭ ଉନ୍‌ମୋଚନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ  ଅଶୋକ ଦାସ ଫାଉଣ୍ଡେସନର ସଚିବ ଭବପ୍ରସାଦ ଦାସ ,ପୂର୍ବତନ ସାଂସଦ ଅଞ୍ଚଳ ଦାସ, ଯାଜପୁର ପୌରପାଳିକାର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇ ମା’ବିରଜାଙ୍କ ମହିମା ବର୍ଣ୍ଣନା କରିଥିଲେ ।ଏହି ଅବସରରେ ବିଭିନ୍ନ୍ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା Iପରିଶେଷରେ ସାଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ଜିଲ୍ଲାସ୍ତରୀୟ ବ୍ୟ।ଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

Posted by - March 7, 2023 0
ବୌଦ୍ଧ : (ଚିତ୍ତ ରଞ୍ଜନ ସିଂ) ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ବ୍ୟ।ଙ୍କିଙ୍ଗ ସେବା ଓ ଋଣ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।…