ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ,୨ ମୃତ ୨ ଗୁରୁତର

765 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ,୨ ମୃତ ୨ ଗୁରୁତର । ଯାଜପୁର ଜିଲା ପାଣିକୋଇଲି ଥାନା ୧୬ ନଂ ଜାତୀୟ ରାଜପଥର ବ୍ରଜନଗର ଠାରେ ଆଜି ଅପରାହ୍ନରେ ଘଟିଛି ଏହି ଦୁର୍ଘଟଣା ।

ଭଦ୍ରକ ମୁଖ୍ୟ ଚିକିତ୍ସାଳୟରୁ ଗୁରୁତର ଅବସ୍ଥାରେ ଜଣେ ମହିଳା ରୋଗୀଙ୍କୁ କଟକ ଯାଉଥିବା ବେଳେ ବ୍ରଜନଗର ନିକଟରେ ସମ୍ମୁଖରୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ମହିଳା ରୋଗୀଙ୍କ ସହିତ ତାଙ୍କର ଜଣେ ସଂପର୍କୀୟଙ୍କର ମୃତ୍ୟୁ ଘଟିଥିଲା

। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ସଂପର୍କୀୟ ଓ ଆମ୍ବୁଲାନ୍ସ ଡ୍ରାଇଭର ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ମୃତକଙ୍କ ସଂପୁର୍ଣ୍ଣ ଏବଂ ସଠିକ୍ ପରିଚୟ ଏ ପର୍ଯ୍ୟନ୍ତ ମିିଳିିପାରି ନାହିଁ । ତେବେ ରୋଗୀଙ୍କ ଘର ଭଦ୍ରକ ଜଗନ୍ନାଥପୁର ଅଂଚଳର ବୋଲି କୁହାଯାଉଛି । ବର୍ତମାନ ୧୬ ନଂ ଜାତୀୟ ରାଜପଥରେ ରାସ୍ତା ଦୋହରିକରଣ କାମ ଚାଲୁଥିବାରୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଛି ।

Facebook Notice for EU! You need to login to view and post FB Comments!

Related Post

ଶ୍ରୀମନ୍ଦିର ଭିତରେ ହେବ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା,ରଥଯାତ୍ରା ଆୟୋଜନର ନିଷ୍ପତ୍ତି ଏବେ ନୁହେଁ

Posted by - April 24, 2020 0
ପୁରୀ :(ସମୀର ରଞ୍ଜନ ନାୟକ )କୋଭିଡ୍ ୧୯ ମହାମାରୀ ମୁକାବିଲା ଲାଗି  ସରକାରଙ୍କ ପକ୍ଷରୁ ଜାରି ନିୟମକୁ ପାଳନ କରାଯାଇ  ଅକ୍ଷୟ ତୃତୀୟା ନୀତିବିଧି ମନ୍ଦିର ବାହାରେ…

ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଙ୍କ ଧାରଣା

Posted by - June 20, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ପଶ୍ଚିମ ଓଡ଼ିଶାର ୫ ଗୋଟି ଜିଲ୍ଲାର ଛାତ୍ରଛାତ୍ରୀ ଦେଲେ ଧାରଣା । ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ପଶ୍ଚିମ ଓଡିଶାର ସମସ୍ତ…

ଧର୍ମଗଡ଼ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା,ନୀତିକାନ୍ତି ପରେ ଅଣସର ଗୃହକୁ ଗଲେ ଶ୍ରୀଜୀଉ

Posted by - June 14, 2022 0
ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ମହା ସମାରୋହରେ ପାଳିତ ହୋଇଯାଇଛି।ପଣ୍ଡିତ ପ୍ରଭାକର ନନ୍ଦ ଓ ମନ୍ଦିର ପୂଜକ ଭଣ୍ଡେଶ୍ୱର ଆଚାର୍ଯ୍ୟ ଙ୍କ…

ଗଣମାଧ୍ୟମ ପ୍ରତିନିଧି ଙ୍କୁ ମାଡମାରିବା ଘଟଣାରେ ଅଭିଯୋଗ ଦେଲା ପୁରୀ ଜ଼ିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ

Posted by - May 4, 2020 0
ପୁରୀ :(ସମୀର ରଞ୍ଜନ ନାୟକ)ମହାବାତ୍ୟା ଫନି ର ବର୍ଷେ ପୁରୁଥିବା ବେଳେ ବାଲୁଖଣ୍ଡ ଅଭେୟାରଣ୍ୟ ର ସ୍ଥିତି ଏବଂ ପରିସ୍ଥିତି କୁ ନେଇ ଗଣମାଧ୍ୟମ ପ୍ରତିନିଧି ଫୋଟୋ…

ବ୍ୟାଙ୍କ ସିକୁରିଟି ଗାର୍ଡ ଙ୍କ ଆକ୍ରମଣ ରେ ଚାଷୀ ଆହତ

Posted by - July 30, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ବ୍ୟାଙ୍କ ସିକୁରିଟି ଗାର୍ଡ ଙ୍କ ଆକ୍ରମଣ ରେ ଚାଷୀ ଆହତ ହୋଇଥିବା ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ଯାଜପୁର କଟକ କେନ୍ଦ୍ର…

Leave a comment

Your email address will not be published.