Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

୯୧ ତମ ଗୁରୁ ଜୟନ୍ତୀ ପାଳନ ନିମନ୍ତେ ଦ୍ୱିତୀୟ ବୈଠକ ଅନୁଷ୍ଠିତ

71 0

ମୁନିଗୁଡା :(ରମାକାନ୍ତ ପୋଡାଳ )ଗତ କାଲି ସଂନ୍ଧ୍ୟା ୭:୩୦ ମି. ସମୟରେ ଗୁରୁତୀର୍ଥ ଗୁଡିଆବନ୍ଧ ଦିବ୍ୟ ଦର୍ଶନ ଜ୍ଞାନ ମନ୍ଦିର ପରିସରରେ ୨ୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ଜୁଲାଇ ମାସ ୧୮ ତାରିଖରେ ଦିବ୍ୟ ଦର୍ଶନ ସଂଘ ପ୍ରତିଷ୍ଠାତା ପରମ ପୂଜ୍ୟ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ୯୧ତମ ଜୟନ୍ତୀ ମହୋତ୍ସବ ପଦ୍ମପୁର, ରାମନାଗୁଡା,ଗୁଣପୁର,ଓ ଗୁଡାରି ବ୍ଳକର କର୍ମକର୍ତ୍ତା ଓ ଗୁରୁଭାଇ ଭଉଣୀ ମାନଙ୍କୁ ନେଇ ମହା ଆଡମ୍ବରର ସହ ପାଳନ କରିବା ନିମନ୍ତେ ଗୁଡିଆବନ୍ଧ ଶାଖା ଆନୁକୂଲ୍ୟରେ ଏହାର ପ୍ରାକପ୍ରସ୍ତୁତି ନିମନ୍ତେ ଗତ ଜୁନ ମାସ ୨୨ ତାରିଖରେ ପ୍ରଥମ ବୈଠକ, ଓ ଗତକାଲି ଅର୍ଥାତ୍ ଜୁଲାଇ ୭ ତାରିଖରେ ଏହାର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରକ୍ତ ଦାନ ଶିବିର , ବୃକ୍ଷ ରୋପଣ, ନଗର ସଂକୀର୍ତ୍ତନ ଓ ମିଷ୍ଟାନ୍ନ ବଣ୍ଟନ କରାଯିବା ସହ ଅଞ୍ଚଳର ବହୁ ଆଧ୍ୟାତ୍ମିକ ଅନୁଷ୍ଠାନ, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରିବାର ନିଷ୍ପତି କରାଗଲା । ଜୟନ୍ତୀ ମହୋତ୍ସବ ଶୃଙ୍ଖଳା ର ସହ ସମସ୍ତ କାର୍ଯ୍ୟ ପରିଚାଳନା ନିମନ୍ତେ ଭାଇ ଭଉଣୀ ମାନଙ୍କୁ ଦାୟିତ୍ଵ ଅର୍ପଣ କରାଗଲା । ଭଜନ ପରିବେଷଣ ଓ ଦିବ୍ୟ ଜ୍ଞାନ ଆଲୋଚନା ପ୍ରବଚନ ସୁରୁଖୁରୁରେ ସମାପନ ନିମନ୍ତେ ସମସ୍ତ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା ।

ବୈଠକକୁ ॐକାର ଧ୍ୱନି, ଗୁରୁବନ୍ଦନା, ପ୍ରାରମ୍ଭିକ ଭଜନ ଦ୍ୱାରା ଆରମ୍ଭ କରାଯାଇଥିଲା । ଗୁଡିଆବନ୍ଧ ଶାଖା ସଭାପତି ଲାଡି ଉଦୟ ଶଙ୍କର ସଭାରେ ସଭାପତିତ୍ବ କରିଥିଲେ , ସଂପାଦକ ଜନାର୍ଦ୍ଦନ ସେନାପତି ବିବରଣୀ ପାଠ ଓ ବୈଠକର ଉଦେଶ୍ୟ ଅବଗତ କରାଇ ଥିଲେ । ଆଞ୍ଚଳିକ ପ୍ରତିନିଧି ଲାଡି ନାଗେଶ୍ୱର ରାଓ ଉପସ୍ଥିତ ଭାଇ ଭଉଣୀ ମାନଙ୍କ ମତାମତ ଲୋଡିବା ସହ ଯୋଜନା ପ୍ରସ୍ତୁତ କରିଥିଲେ । ଉପ ସଭାପତି ଉଦୟ ଶବର ଭାଇ ଭଉଣୀ ମାନଙ୍କୁ ବିଭିନ୍ନ ବିଭାଗ ତୁଲାଇବାକୁ ଦାୟୀତ୍ବ ଅର୍ପଣ କରିଥିଲେ । ପରିଶେଷରେ କେନ୍ଦ୍ରୀୟ କମିଟି ସଦସ୍ୟ ପୂଜ୍ୟ ବାହିନୀ ଭୂଜଙ୍ଗ ଭାଇ ସମସ୍ତ ଭାଇ ଭଉଣୀ ନିଜ ଗୁରୁଙ୍କର ଜୟନ୍ତୀ ମହୋତ୍ସବ କୁ ସବୁଦିଗରୁ ସଫଳ କରିବାକୁ ଉତ୍ସାହିତ କରିଥିଲେ ।

୧୬ ଜୁଲାଇ ରବିବାର ସକାଳୁ ସ୍ଥାନୀୟ କର୍ମ କର୍ତ୍ତା ଓ ଭାଇ ଭଉଣୀ ମାନଙ୍କୁ ନେଇ ଗ୍ରାମ ସଫେଇ, ଜୁଲାଇ ୧୭ ତାରିଖରେ ଗୁଡିଆବନ୍ଧ, ଅଭ୍ୟାସ ଟେକ୍ନୋ ସ୍କୁଲ, ପଦ୍ମପୁର, ତଥା ଅନ୍ତରଝୋଲି ଦିବ୍ୟ ଦର୍ଶନ ଆଶ୍ରମ ପରିସରରେ ବୃକ୍ଷ ରୋପଣ, ଓ ଜୁଲାଇ ୧୮ ତାରିଖରେ ସକାଳ ୬ ଘଣ୍ଟାରେ ନଗର ସଂକୀର୍ତ୍ତନ ଓ ମିଷ୍ଟାନ୍ନ ବଣ୍ଟନ , ୧୦:୩୦ ମି. ରେ ରକ୍ତଦାନ କାର୍ଯ୍ୟକ୍ରମ ର ଶୁଭାରମ୍ଭ ତଥା ୧୧:୦୦ ଠାରୁ ଦିବ୍ୟ ସତସଂଗ କାର୍ଯ୍ୟକ୍ରମ କରାଯିବାର ସ୍ଥିର କରାଯାଇଥିଲା । ପରିଶେଷରେ ଶାନ୍ତି ପାଠ କରି ସଭା ସାଙ୍ଗ କରାଗଲା । ସଭାରେ ଅଞ୍ଚଳ ବହୁ ଭାଇ ଭଉଣୀ ଯୋଗଦାନ କରିଥିଲେ ।

Related Post

ଜାମ୍ମୁକୋଳି ଗଛରୁ ପଡ଼ି ନାବାଳକ ମୃତ

Posted by - June 29, 2023 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅଧିନସ୍ଥ ବିରିପଟା ଗ୍ରାମର ଗୌତମ ମଲ୍ଲିକ ଙ୍କ ପୁଅ ସୁମନ ମଲ୍ଲିକଙ୍କର ଆଜି ଅପରାହ୍ନରେ ଜାମୁକୋଳି…

ବରୀରେ ସି.ଏସ୍‌.ସି. ଦିବସ ପାଳନ

Posted by - July 16, 2020 108
ବରୀ:(ସ୍ନେହଂଶୁ ଶେଖର ମହାନ୍ତି )ବରୀ ବ୍ଲକର ବାଲିଆପାଳ ଛକ ସ୍ଥିତ ଜନ ସେବା କେନ୍ଦ୍ର ରେ ଆଜି ସି.ଏସ୍‌.ସି. ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଭଅଁରା…

ବିଦ୍ୟୁତ ସୁପରଭାଇଜରଙ୍କୁ ଆକ୍ରମଣ ଅଭିଯୋଗ, ହରଭଙ୍ଗା ଥାନାରେ ମାମଲା

Posted by - August 3, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ )ବୌଦ୍ଧ ଜିଲ୍ଲା ପୁରୁଣାକଟକ ସେକସନ ବିଦ୍ୟୁତ୍ କର୍ମଚାରୀଙ୍କୁ ବିନା କାରଣରେ ଜନୈକ ବ୍ୟକ୍ତି ଆକ୍ରମଣ କରିବା ସହ ଜୀବନରେ ମାରି ଦେବାକୁ ଧମକ…

ଚଳିତ ବର୍ଷ ଅନୁଷ୍ଠିତ ହେବ ବ୍ରହ୍ମପୁର ବୁଢୀ ଠାକୁରାଣୀଙ୍କ ଯାତ୍ରା

Posted by - March 21, 2021 0
ବ୍ରହ୍ମପୁର: ଚଳିତ ବର୍ଷ ଅନୁଷ୍ଠିତ ହେବ ବ୍ରହ୍ମପୁର ବୁଢୀ ଠାକୁରାଣୀଙ୍କ ଯାତ୍ରା । ଏନେଇ ଅନୁମତି ଦେଇଛନ୍ତି ବିଇଏମସି କମିଶନର ଡା.ସିଦ୍ଧେଶ୍ୱର ବଳିରାମ ବୋନ୍ଦର । ଏନେଇ…

ନିଜକୁ ସୁସ୍ଥ ରଖିବାକୁ ଶପଥ ନେଲେ ଖଜୁରିଆ ଯୁବପିଢ଼ି

Posted by - August 30, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ହରଭଙ୍ଗା ବ୍ଲକ ର ବିଭିନ୍ନ ଅଂଚଳ ରେ ନେହେରୁ ଯୁବକେନ୍ଦ୍ର ତରଫରୁ ଫିଟ ଇଣ୍ଡିଆ ଦୌଡି ଆରମ୍ଭ ହୋଇଯାଇଛି!ସେହିପରି ଜାତୀୟ ଯୁବ ସ୍ବେଚ୍ଛାସେବୀ ପ୍ରଶାନ୍ତ…