Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ମହିଳା ମହାବିଦ୍ୟାଳୟ ର ନୂତନ ଶ୍ରେଣୀ ଗୃହ ଉଦ୍ଘାଟିତ

180 0

ଧର୍ମଗଡ:୮/୭(ହେମନ୍ତ କୁମାର ମାଝୀ)ଧର୍ମଗଡ ମହିଳା ମହାବିଦ୍ୟାଳୟ ର ନୂତନ ଶ୍ରେଣୀ ଗୃହ ଆଜି ଧର୍ମଗଡ ବିଧାୟକ ମୌଷଧୀ ବାଗ ଙ୍କ ଦ୍ଵାରା ଉଦ୍ଘାଟିତ ହୋଇ ଯାଇଛି । ୧୯୯୨ ମସିହା ରେ ସ୍ଥାପିତ ଅଞ୍ଚଳ ର ସର୍ଵ ପୁରାତନ ମହିଳା ମହାବିଦ୍ୟାଳୟ ରେ ଶ୍ରେଣୀ ଗୃହ ର ଅଭାବ ରହିଥିଲା । ବିଦ୍ୟାଳୟ ଯୁକ୍ତ ଦୁଇ କଳା ବିଭାଗ ରେ ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷ ରେ ମୋଟ ୫୧୨ ଜଣ ଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏତେ ସଂଖ୍ୟକ ଛାତ୍ରୀ ଙ୍କ ପାଈ ମାତ୍ର ତିନିଟି ଶ୍ରେଣୀ ଗୃହ ରହିଥିବା ବେଳେ ଏକ ପୁରୁଣା ଶ୍ରେଣୀ ଗୃହ ରେ କାମଚଳା ଭାବେ ପାଠ ପଢା ଯାଉଥିଲା ।

ଭିତ୍ତି ଭୂମୀ ର ଅଭାବ ଯୋଗୁ ଉଭୟ ଛାତ୍ରୀ, ଶିକ୍ଷୟତ୍ରୀ, କର୍ମଚାରୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉ ଥିଲେ । ଦୀର୍ଘ ଦିନ ଧରି ଶ୍ରେଣୀ ଗୃହ ନିର୍ମାଣ ପାଇଁ ଦାବୀ କରା ଯାଉଥିଲା ବେଳେ ବିଧାୟକ ପାଣ୍ଠି ରୁ ୫୦ ଲକ୍ଷ ଟଙ୍କା ର ଅନୁଦାନ ସହାୟତା ରାଶି ପ୍ରଦାନ କରିଥିଲେ। ଫଳ ରେ ତିନିଟି ଶ୍ରେଣୀ ଗୃହ ରୁ ଏବେ ଏହା ବଢି ୬ଟି ଶ୍ରେଣୀ ଗୃହ ରେ ପହଞ୍ଚିଛି । ଆଜି ଏହି ଅବସର ରେ ବିଦ୍ୟାଳୟ ପରିସର ରେ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇ ଥିଲା।

ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟମ୍ବଦା ଚାନ୍ଦ ଙ୍କ ସଭାପତିତ୍ବ କରିଥିଲେ। ମୂଖ୍ୟ ଅତିଥି ଭାବେ ବିଧାୟକ ମୌଷଧି ବାଗ, ସମ୍ମାନିତ ଅତିଥି ଭାବେ ଏନଏସି ଉପାଧ୍ୟକ୍ଷା ମନିଷା ମିଶ୍ର, ପୂର୍ବତନ ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ, ବିବେକ ରଞ୍ଜନ ମିଶ୍ର, ହୃଷୀକେଶ ମିଶ୍ର, ଯୁକ୍ତ ତିନି ଅଧ୍ୟକ୍ଷା ଶ୍ରୀମତୀ ମୂର୍ତ୍ତୀ ମଞ୍ଜରୀ ପଣ୍ଡା, ସାମ୍ୱାଦିକ ଇଙ୍ଗିତ ପଣ୍ଡା, ବିରଞ୍ଚି ନାରାୟଣ ଜାଲ, ସ୍ୱାଧୀନ ବାଗ ପ୍ରମୁଖ ମଞ୍ଚାସିନ ଥିଲେ । ଅଧ୍ୟାପକ ବଙ୍କିମ ଚନ୍ଦ୍ର ମୁଣ୍ଡ ସ୍ବାଗତ ଭାଷଣ ପ୍ରଦାନ କରିଥିଲା ବେଳେ ସଞ୍ଜୀବ ମୁଣ୍ଡ ଧନ୍ୟବାଦ ପ୍ରଦାନ କରିଥିଲେ । ଅଧ୍ୟାପିକା ମମତା ତ୍ରିପାଠୀ, ସବିତା ପାଇକ ରାୟ, ସରିତା ସାମଲ, ଡମ୍ବରୁଧର ନାଏକ, ମନୋଜ ସେଠୀ, ସୁଶାନ୍ତ ପଟ୍ଟଯୋଷୀ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।

Related Post

ବୌଦ୍ଧ ବନଖଣ୍ଡ କାର୍ଯ୍ୟାଳୟ ଠାରେ ବାଉଁଶ କାରିଗରମାନଙ୍କୁ ସମ୍ବର୍ଦ୍ଧିତ କଲେ ବନଖଣ୍ଡ ଅଧିକାରୀ

Posted by - August 29, 2023 0
ବୌଦ୍ଧ: (ଚିତ୍ତ ରଞ୍ଜନ ସିଂହ)ବୌଦ୍ଧ ବନଖଣ୍ଡ କାର୍ଯ୍ୟାଳୟ ଠାରେ ବାଉଁଶ କାରିଗରମାନଙ୍କୁ ବନଖଣ୍ଡ ଅଧିକାରୀ ଦେବପ୍ରୀୟ କମ୍ପ ସମ୍ବର୍ଦ୍ଧିତ କରିଛନ୍ତି । ବୌଦ୍ଧ ଜିଲା ମନମୁଣ୍ଡା ଥାନା…

ବାରିକ ମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲାପାଳ ଙ୍କୁ ଦାବି ପତ୍ର

Posted by - June 8, 2020 0
ଯାଜପୁର;(ଆନନ୍ଦ ଚନ୍ଦ୍ର ସାହୁ )କୋରୋନା ପାଇଁ ସବୁ ଆଡେ ଲକ ଡାଉନ ଜାରି ରହିଥିବା ବେଳେ ସେଲନ ଗୁଡିକୁ ଖୋଲିବା ପାଇଁ ଅଦ୍ୟାବଧି ଅନୁମତି ମିଳିନାହିଁ। ଫଳରେ…

ଟିଟିଲାଗଡ଼ ଧବଳେଶ୍ଵର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - October 28, 2022 0
ଟିଟିଲାଗଡ଼  : (ସଞ୍ଜୟ କୁମାର ନାୟକ) ଶୁକ୍ରବାର ଦିନ ସ୍ଥାନୀୟ ଧବଳେଶ୍ବର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ…

ପାଣିକୋଇଲି ବରିଷ୍ଠ ନାଗରିକ ମଂଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପଂଣ୍ଡକୁ ୫୧ ହଜାର ଟଙ୍କା ପ୍ରଦାନ

Posted by - April 19, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ଭଳି ମହାବିପତି ସମୟରେ ସମସ୍ତେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେବା ପରେ ଏଥିରେ ପ୍ରଭାବିତ ହୋଇଛନ୍ତି ବରିଷ୍ଠ…