ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ)ବ୍ଲକ ସଦର ମହକୁମାରେ ତରବରିଆ ଭାବେଚିଲିଛି ନିମ୍ନ ମାନର ଡ୍ରେନ କାର୍ଯ୍ୟ!କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି!ସୂଚନା ଅନୁଯାଇ ଖୋର୍ଦ୍ଧା -ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ପ୍ରଶସ୍ତି କରଣ ଚାଲିଥିବା ନେଇ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ବ୍ଲକ ଅଫିସ ସମ୍ମୁଖରେ ଡ୍ରେନ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ହୋଇ ପାରିନଥିଲା!ବର୍ତମାନ ବର୍ଷା ଦିନେ ଏହି କାର୍ଯ୍ୟ ଯୁଦ୍ଧ କାଳୀନ ଭିତରେ ତରବରିଆ ହୋଇ ଡ୍ରେନ ଖୋଳି ତଳେ ବାଲି ନ ପକାଇ ସିଧା ସଳଖ ମେଟାଲିଂ କରି କାର୍ଯ୍ୟ ଚାଲୁ ରହିଥିବା ନେଇ ସାଧାରଣ ରେ ଅସନ୍ତୋଷ ଦେଖା ଦେଇଛି।
ପୂର୍ବରୁ ସେମିତି ଚାରିଛକ ବଜାର ରେ ହୋଇଥିବା ଡ୍ରେନ କାର୍ଯ୍ୟ ନିମ୍ନ ମାନର ସହିତ ଡ୍ରେନ ସଫା ନ କରିସ୍ଲାପ ପକାଇ ଦେଇଥିବାରୁ ଚଳିତ ବର୍ଷ ପହିଲି ବର୍ଷା ରେ ଏହି ଡ୍ରେନ ପାଣି ନିଷ୍କାସନ ହୋଇ ନ ପାରିବାରୁ ବିଭିନ୍ନ ଲୋକଙ୍କ ଘରେ ପାଣି ପସିରହିଥିଲା!ଗଣ ମାଧ୍ୟମରେ ପ୍ରକାଶ ପରେ ସ୍ଲାପ ଗୁଡ଼ିକ କାଢି ଡ୍ରେନ ପାଣି ନିଷ୍କାସନ କରାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ସ୍ଲାପ ଗୁଡିକ ସେମିତି ପଡ଼ିରହିଛି ଓ ଡ୍ରେନ ମୁକୁଳା ହୋଇ ପଡିଛି।
ଉକ୍ତ ସମସ୍ତ କାର୍ଯ୍ୟ ARSS ନାମକ ଠିକା କମ୍ପାନୀ କାର୍ଯ୍ୟ କରୁଥିବା ବେଳେ କାର୍ଯ୍ୟ ସମୟରେ କମ୍ପାନୀ ର କୋଣସି ଯନ୍ତ୍ରୀ ଉପସ୍ଥିତ ନ ରହି ମୁଲିଆ ଓ ମିସ୍ତ୍ରୀରେ କାର୍ଯ୍ୟ ଚାଲୁଛି ନେଇ ସ୍ଥାନୀୟ ଜନସାଧାରଣ ଅଭିଯୋଗ ଆଣୁଛନ୍ତି!ତତ ସହିତ ଜଳ ପରିମଳ କାଯ୍ୟlଳୟ ସମ୍ମୁଖ ରେ ଯାଇଥିବା ଡ୍ରେନ ରେ କୁଡ଼ କୁଡ଼ ଅଳିଆ ଥିବା ବେଳେ ଅସରାଏ ବର୍ଷାରେ ବ୍ଲକ ଭିତରକୁ ଏହି ଅଳିଆ ଆବର୍ଜନା ପାଣି ପଶୁଥିବାର ଦେଖାଦେଉଛି!ଠିକା ସଂସ୍ଥା ର ଏପରି ମନମୁଖୀ କାର୍ଯ୍ୟ କୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି!ଏଣୁ NH ଭିଭାଗ ଉକ୍ତ କାର୍ଯ୍ୟ ଗୁଡିକୁ ଠିକ ଭାବର କାର୍ଯ୍ୟକ୍ଷମ କରାଇବା ସହିତ ଠିକା ସଂସ୍ଥା କୁ ତାଗିଦ କରିବା ନେଇ ସାଧାରଣରେ ଦାବି ହେଉଛି