କଳାହାଣ୍ଡି:(ନରେନ୍ଦ୍ର ନେଗୀ)କକାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରୁ ଶୁକ୍ରବାର ୨୦୨୩ ଖରିଫ ଜଳସେଚନ ଆରମ୍ଭ ହୋଇଛି l ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ଦକ୍ଷିଣ କେନାଲ ଅଧିକ୍ଷଣ ଯନ୍ତ୍ରୀ ରାଜ କୁମାର ବେହେରା, ବାମ କେନାଲ ଅଧିକ୍ଷଣ ଯନ୍ତ୍ରୀ ତୃପ କୁମାର ପାତ୍ର, ଦକ୍ଷିଣ କେନାଲ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଣୟ କୁମାର ପ୍ରଧାନ, ବାମ କେନାଲ ସହକାରୀ ନିର୍ବାହୀ ଯନ୍ତ୍ରୀ ରଘୁନାଥ ମୁଣ୍ଡା କନିଷ୍ଠ ଯନ୍ତ୍ରୀ ପରମାନନ୍ଦ ପ୍ରଧାନ, ଶାନ୍ତନୁ କୁମାର ଲେଙ୍କାଙ୍କ ଉପସ୍ଥିତିରେ ପୂଜାର୍ଚନା ପରେ ଶୁକ୍ରବାର ସକାଳେ ଇନ୍ଦ୍ରାବତୀ ପ୍ରକଳ୍ପର ମଙ୍ଗଳପୁର ବ୍ୟାରେଜରୁ ଉଭୟ ଦକ୍ଷିଣ ଓ ବାମ କେନାଲରେ ପ୍ରଥମ ଥର ପାଇଁ ୨୦୨୩ ଖରିଫ ଚାଷ ପାଇଁ ପାଣି ଛଡ଼ାଯାଇଛି l
ଦକ୍ଷିଣ ମୁଖ୍ୟ କେନାଲରେ ସାତ କ୍ୟୁମେକ୍ସ ପାଣି ଛଡା ଯାଇଥିବାବେଳେ ବାମ ମୁଖ୍ୟ କେନାଲରେ ଦଶ କ୍ୟୁମେକ୍ସ ଜଳ ଛଡ଼ାଯାଇଛି l ଚଳିତ ଖରିଫ ଚାଷ ପାଇଁ ଇନ୍ଦ୍ରାବତୀ ପ୍ରକଳ୍ପରୁ ଜିଲ୍ଲା ଅନ୍ତର୍ଗତ ଜୟପାଟଣା ବ୍ଲକର୨୪,୪୧୫ ହେକ୍ଟର, କଲମପୁର ବ୍ଲକର ୧୧,୨୧୪ ହେକ୍ଟର, ଜୁନାଗଡ଼ ବ୍ଲକର ୩୨,୯୦୯ ହେକ୍ଟର, କୋକସରା ବ୍ଲକର ୧୪,୬୧୧ ହେକ୍ଟର, ଧର୍ମଗଡ଼ ବ୍ଲକର ୨୦,୬୬୪ ହେକ୍ଟର, ଗୋଲାମୁଣ୍ଡା ବ୍ଲକର ୬,୫୯୪ ହେକ୍ଟର, ଭବାନୀପାଟଣା ବ୍ଲକର ୩,୮୬୭ ହେକ୍ଟର ଏବଂ କେସିଙ୍ଗା ବ୍ଲକର ୧୩୧୮ ହେକ୍ଟର ଏଭଳି କଳାହାଣ୍ଡି ଜିଲ୍ଲାର ମୋଟ ୧,୧୫,୬୧୫ ହେକ୍ଟର ଚାଷ ଜମିକୁ ଖରିଫ ଜଳ ସେଚନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି l ମଙ୍ଗଳପୁର ହାତୀ ବ୍ୟାରେଜର ସର୍ବୋଚ୍ଚ ଜଳ ଧାରଣା କ୍ଷମତା ୨୬୫ ମିଟର ଥିବାବେଳେ ଶୁକ୍ରବାର ବ୍ୟାରେଜର ଜଳ ସ୍ତର ୨୬୩.୪ ମିଟର ରହିଛି l ଅନ୍ୟ ବର୍ଷ ତୁଳନାରେ ଚଳିତ ବର୍ଷ ଜିଲ୍ଲାରେ ଘୋର ବର୍ଷlଭାବ ଓ ଇନ୍ଦ୍ରାବତୀ ପ୍ରକଳ୍ପର ଖରିଫ ଜଳ ସେଚନ ଏକ ସପ୍ତାହ ବିଳମ୍ବରେ ଆରମ୍ଭ ହୋଇଥିବାରୁ ଜିଲ୍ଲାରେ ଖରିଫ ଚାଷ ରେ ବିଳମ୍ବ ଘଟିଛି l