Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ହରିଶଙ୍କର ମାଁ ବିନ୍ଧ୍ୟବାସିନୀ ମନ୍ଦିର ର ୫୬ ଡିସିମିଲ ପଡ଼ିଆର ସୁରକ୍ଷା ପାଇଁ ସମ୍ବଲପୁର ଆରଡିସି ସେକ୍ରେଟାରୀ ଙ୍କୁ ଦାବିପତ୍ର

65 0

ଦାବି ପୂରଣ ନ ହେଲେ ଭୟାବହ ଆନ୍ଦୋଳନ ଚେତାବନୀ

ଭୁବନେଶ୍ବର /ପାଟଣାଗଡ଼ / ବଲାଙ୍ଗୀର ବ୍ୟୁରୋ:(ନରେନ୍ଦ୍ର ନେଗୀ)ହରିଶଙ୍କର ସ୍ଥିତ ମାଁ ବିନ୍ଧ୍ୟବାସିନି ମନ୍ଦିର ପ୍ରାଙ୍ଗଣରେ ଥିବା ୫୬ ଡିସିମିଲ ପଡ଼ିଆ ର ସୁରକ୍ଷା କରିବା ନେଇ ସର୍ବଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ସମ୍ବଲପୁର ରେଭେନ୍ୟୁ ଡିଭିଜନାଲ କମିଶନର ( ଆରଡିସି ) ସେକ୍ରେଟାରୀ ସୁକାନ୍ତ ତ୍ରିପାଠୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ସର୍ବଭାରତୀୟ ବିଞ୍ଝାଲ ସମାଜ ବିଗତ ୧୯୭୮ ମସିହାରେ
ଦୀର୍ଘ ୪୫ ବର୍ଷ ରୁ ଉର୍ଦ୍ଧ ଦିନ ଧରି ହରିଶଙ୍କର ସ୍ଥିତ ମାଁ ବିନ୍ଧ୍ୟବାସିନି ମନ୍ଦିର ସ୍ଥାପନା କରିବା ସହ ସର୍ବ ଭାରତୀୟ ବିଞ୍ଝାଲ ସମାଜ ପୂଜାର୍ଚ୍ଚନା ଓ ସମ୍ମୁଖରେ ଥିବା ଖାତା ନଂ ୪୩ ,ପ୍ଳଟ ନଂ ୪୬୩,ଓ ୪୬୫ ଜମି ପରିମାଣ ଯଥାକ୍ରମେ ୫୬ ଡିସିମିଲ ପଡ଼ିଆ କୁ ସୁରକ୍ଷା ଏବଂ ଦଖଳ କରିବା ସହ ବିଂଝାଲ ସମାଜର ଇଷ୍ଟଦେବୀ ବିନ୍ଧ୍ୟବାସନୀ ଦେବୀ ଙ୍କ ସହିତ ପାର୍ଶ ଦେବାଦେବୀ ଙ୍କୁ ସ୍ଥାପନ କରି ପୂଜାର୍ଚ୍ଚନା କରିଆସୁଛନ୍ତି ।

ବର୍ତ୍ତମାନ ସରକାର ହରିଶଙ୍କର ପର୍ଯ୍ୟଟନ ସ୍ଥଳୀ କୁ ସୌନ୍ଦର୍ଯ୍ୟ କରଣ ଓ ବିକାଶ କରିବା ପାଇଁ ପଦକ୍ଷେପ ନେଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ପ୍ରଶାସନ ପକ୍ଷରୁ ଉକ୍ତ ୫୬ ଡିସିମିଲ ପଡ଼ିଆ କୁ ସୌନ୍ଦର୍ଯ୍ୟ କରଣବାଡ଼ ନିର୍ମିତ ସହ ପ୍ଳାଭର ଟାଇଲ କରାଯାଇଛି । ଅନ୍ୟ ପଟେ ବିଞ୍ଝାଲ ସମାଜ ପୂର୍ବ ପୁରୁଷ ପରମ୍ପରା କ୍ରମେ ସ୍ଥାପନ କରାଯାଇଥିବା ପାର୍ଶ୍ଵଦେବତା ଧରଣୀ ମାତା ଭୈରବୀ, ବନଦୂର୍ଗା, ଡଙ୍ଗର ବୁଢ଼ା ଆଦି ଦେବତା ଙ୍କୁ ପୂଜାର୍ଚ୍ଚନା କରିଆସୁଛନ୍ତି । ଏହି ତିନି ପାର୍ଶ୍ଵଦେବତା ସ୍ଥଳ କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସ୍ଥାନୀୟ ଦେବୋତ୍ତର ବିଭାଗ ତଥା ଉପଜିଲ୍ଲାପାଳ କହିଛନ୍ତି । ସମାଜ ପକ୍ଷରୁ ଦୀର୍ଘ ଦିନ ର ପୂର୍ବ ପୁରୁଷ ପରମ୍ପରା ପାର୍ଶ୍ଵଦେବତା ସ୍ଥଳ ଙ୍କୁ ଭାଙ୍ଗି ଅଲଗା କରା ନ ଯିବା ସହ ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ଦଖଳ କରିଆସୁଥିବା ଜଙ୍ଗଲ ଜମି କୁ ଆଦିବାସୀ ମାନଙ୍କୁ ସ୍ୱୀକୃତି ପ୍ରଦାନ କରାଯାଇଛି ।

ହେଲେ ଦୀର୍ଘ ୪୬ବର୍ଷଧରି ସୁରକ୍ଷା ସହ ପୂଜାର୍ଚ୍ଚନା କରିଆସୁଥିଲେ ସୁଦ୍ଧା ଗୋଷ୍ଠୀ ଓ ବିନ୍ଧ୍ୟବାସନୀ ଦେବୀ ଙ୍କ ନାମ ରେ ୫୬ ଡିସିମିଲ ପଡ଼ିଆ କୁ ସମାଜ ନାମରେ ଦଖଲ ନୋଟ କାରିବାକୁ ବିଂଝାଲ ସମାଜ ପକ୍ଷରୁ ଦାବି କରାଯାଇଛି । ଆଗାମୀ ଦିନରେ ଦାବି ପୂରଣ ନ ହେଲେ ଭୟାବହ ଆନ୍ଦୋଳନ କରିବାକୁ ବିଂଝାଲ ସମାଜ ପକ୍ଷରୁ ଚେତାବନୀ ଦିଆଯାଇଛି । ଦାବି ପତ୍ର ପ୍ରଦାନ ସମୟରେ ସର୍ବଭାରତୀୟ ସ୍ଵାଲାଖ ବିନ୍ଧ୍ୟଗିରୀ ବିଞ୍ଝାଲ ସମାଜ ଉପଲାଟ ସଭାପତି ତଥା ଜିଲ୍ଲା ସଭାପତି ଚନ୍ଦ୍ରଶେଖର ବାଗ , ବଲାଙ୍ଗୀର ବ୍ଳକ ସଭାପତି କୁଶ ବରିହା, ଖପ୍ରାଖୋଲ ବ୍ଲକ ସଭାପତି ଚନ୍ଦ୍ରଶେଖର ବରିହା, ପାଟଣାଗଡ଼ ବ୍ଳକ ସଭାପତି କିଶୋର ଚନ୍ଦ୍ର ବରିହା, ଜିଲ୍ଲା ମିଡ଼ିଆ ସେଲ୍ ସଂଯୋଜକ ଗୋରେଖନାଥ ବରିହା, ମନ୍ଦିର କମିଟି ସଂପାଦକ ବିରଞ୍ଚି ବରିହା, ମନ୍ଦିର କମିଟି ସଦସ୍ୟ ଯଦୁମଣି ବରିହା, ମହେଶ ବରିହା ,ହୃଷିକେଶ ବରିହା, ଉପସଭାପତି ପୁଟୁଲ ବରିହା ପ୍ରମୁଖ ଉପସ୍ଥିତ ଥିଲେ ।

Related Post

ସୁବର୍ଣ୍ଣପୁର ରେ ଓକିଲଙ୍କ ସତ୍ୟାଗ୍ରହ

Posted by - December 12, 2022 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ମାନ୍ୟବର ଉଚ୍ଚ ନ୍ୟାୟାଳୟ ଆନ୍ଦୋଳନକାରୀ ଓକିଲଙ୍କ ଲାଇସେନ୍ସ ରଦ୍ଦ ଆଦେଶକୁ ବିରୋଧ କରି ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ କରିଛି…

ଡିଏଭି ମହାବିଦ୍ୟାଳୟ ପରିସରରେ ନିର୍ମାଣ ହେବ ଟାଉନ ହଲ – ଚିହ୍ନଟ ହୋଇଥିବା ସ୍ଥାନରୁ ଚାଲିଛି ଗଛ କଟା କିନ୍ତୁ ଅନ୍ୟ ଜାଗାରୁ ଶାଗୁଆନ ଗଛ କଟିଲା କିପରି?

Posted by - May 5, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ରାଜ୍ୟ ସରକାର ସହର ମାନଙ୍କର ବିକାଶ ନିମନ୍ତେ ବିଭିନ୍ନ ପ୍ରକାରର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ଡିଏଭି…

ପାକିସ୍ତାନକୁ କଡ଼ା ଚେତାବନୀ ଦେଲା ଆମେରିକା,ଆତଙ୍କବାଦୀ ସଙ୍ଗଠନଗୁଡିକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅ’

Posted by - February 27, 2019 267
ପାକିସ୍ତାନର ବାଲାକୋଟ୍‌ରେ ଭାରତର ଏୟାର୍ ଷ୍ଟ୍ରାଇକ୍ ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି।…

ପ୍ରଧାନମନ୍ତ୍ରୀ ଙ୍କୁ ଉପଜିଲ୍ଲାପାଳ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ

Posted by - February 2, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ) ସାର୍ନାଧର୍ମ କୁ ସମ୍ବିଧାନର ଧାରା ୨୫(୧), ଅନୁଯାୟୀ ମାନ୍ୟତା ପ୍ରଦାନ ଏବଂ ୨୦୨୧ ଜନଗଣନାରେ ସାର୍ନା ଧର୍ମ କୁ ସମ୍ବିଧାନ ମାନ୍ୟତା ଦାବୀ ନେଇ, ଆଜି…