ବିଜେପି ସରସରା ମଣ୍ଡଳର ମହା ଜନ ସମ୍ପର୍କ ଅଭିଯାନର ଲାଭାର୍ଥୀ ସମ୍ମିଳନୀ

49 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧବିଜେପି ବୌଦ୍ଧ ଜିଲ୍ଲା ର ୭ନମ୍ୱର୍ ମଣ୍ଡଳ ସରସର। ର ” ମହା ଜନ ସମ୍ପର୍କ ଅଭିଯାନ ଅନ୍ତର୍ଗତ ଲ।ଭ। ର୍ଥି ସମ୍ମିଳନୀ” ଅନୁଷ୍ଟିତ ହୋଇଥିଲା ବାମଣ୍ଡ ଠାରେ ।ଏହି ସମ୍ମିଳନୀ ରେ ମଣ୍ଡଳ ସଭାପତି ଶ୍ରୀ ଶମ୍ଭୁ ପ୍ରସାଦ ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲାଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଯୋଗଦାନ କରି ଆଜିର ଏହି ସମ୍ମିଳନୀ ଉପରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ଜି ଙ୍କ ୯ ବର୍ଷ ଶାସନ ପୂର୍ତ୍ତି ଅବସରରେ ଓଡ଼ିଶାରେ ତାଙ୍କର ବିକାଶ ବହୁମୁଖି ଯୋଜନା ଉପରେ ଦିଗଦର୍ଶନ ପ୍ରଦାନ କରିଥିଲେ ଓ କିପରି ଭାବରେ କେନ୍ଦ୍ର ର ସେବା ସୁଶାସନ ଓ ଗରିବ କଲ୍ୟାଣ ଯୋଜନା ଉପରେ , ବିଶେଷ କରି ସମସ୍ତ ଙ୍କୁ ପାକ୍କା ଘର,ସ୍ୱଚ୍ଛ ଭାରତ ରେ ପାଇଖାନା,ଉଜୋଲ। ରେ ଗ୍ୟାସ , ସୌଭାଗ୍ୟ ରେ ବିଜୁଳି ଯୋଗାଣ, କୋଭିଡ ଟିକ। ମାଗଣା ଚାଉଳ ,ମହିଳାଙ୍କ ପାଇଁ ଆତ୍ମ ନିର୍ଭରଶୀଳ ଯୋଜନ।,ଚାଷୀ ଙ୍କ ପାଇଁ ସହାୟତା, ପ୍ରଭୁତି ବହୁ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେବ ସେଥି ପାଇଁ ମାର୍ଗ ଦର୍ଶନ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ର ବରିଷ୍ଠ ନେତା ସର୍ବଶ୍ରି ଶାନ୍ତନୁ କୁମାର ପ୍ରଧାନ, ସୂର୍ଯୟନାରାୟଣ ମହାପାତ୍ର, ପୁର୍ଣ୍ଣ ଚନ୍ଦ୍ର ଗାଈ ଗୌରୀ ଆ,ବିଶି କେଷଣ୍ ପ୍ରଧାନ,କୈବଲ୍ୟ ପ୍ରଧାନ,ସଞ୍ଜୀବ ପ୍ରଧାନ,ଶେଷ ଛାନ୍ଦ,ଆଶୁତୋଷ ପ୍ରଧାନ,ହୃଷୀକେଶ ପ୍ରଧାନ,ଉସତ ପ୍ରଧାନ,ରଞ୍ଜନ କ୍ଷେତି, ଗଣେଶ ପ୍ରଧାନ,ଆନନ୍ଦ ପ୍ରଧାନ ପ୍ରଭୁତି ଦଳୀୟ କର୍ମ କର୍ତ୍ତା ମାନେ ଉପସ୍ଥିତ ଥିଲେ lସଭାପତି ବିଜେପି ବୌଦ୍ଧ ଜିଲ୍ଲା ଙ୍କସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଯୋଗଦାନ୍ କରି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ଜି ଙ୍କ ନ ବର୍ଷ ଶାସନ ପୂର୍ତ୍ତି ଉପଲକ୍ଷେ ମଣ୍ଡଳ ସ୍ତରରେ ଜନ ସମ୍ପର୍କ ଅଭିଯାନ ର ଲକ୍ଷ ଓ ଆଭିମୁଖ୍ୟ ଉପରେ ଆଧାରିତ ଆଲୋଚନା କରି କହିଥିଲେ ଯେ ବିଗତ ,୯ ବର୍ଷ ଧରି ଶାସନ କାଳରେ ଭାରତ ର ବିଶେଷ କରି ଓଡ଼ିଶାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସେବା,ସୁଶାସନ, ଗରିବୀ କଲ୍ୟାଣ ଯୋଜନା ଉପରେ ବକ୍ତବ୍ୟ ପ୍ରଦାନ କରି ତଥ୍ୟ ଉପସ୍ଥାପନ କରି ଓଡ଼ିଶାରେ ୧୮ ଲକ୍ଷ ରୁ ଉର୍ଦ୍ଧ ଗରିବ ଲୋକଙ୍କୁ ମାଗଣାରେ ପ୍ରଧାମନ୍ତ୍ରୀ ଆବାସ ଯୋଜନା ଯୋଗାଣ, ୩ କୋଟି ୨୫ ଲକ୍ଷ ଲୋକଙ୍କୁ ମାଗଣାରେ ଚାଉଳ , ୭୬ ଲକ୍ଷ ପରିବାରକୁ ମାଗଣା ଶୌଚାଳୟ , ଉଜୋଲା ଯୋଜନା ରେ ୫୪ ଲକ୍ଷ ପରିବାରକୁ ମାଗଣା ରୋଷେଇ ଗ୍ୟାସ, ସୌଭାଗ୍ୟ ଯୋଜନାରେ ୨୪ ଲକ୍ଷ ପରିବାର କୁ ମାଗଣା ବିଦୁତ ସଂଯୋଗ , ଜଳ ଜୀବନ ମିଶନ ରେ ୫୩ ଲକ୍ଷ ପରିବାର କୁ ଟ୍ୟାପ ଯୋଗେ ପିଇବା ପାଣି ଏପରି ବହୁ ଯୋଜନା ଉପରେ ଆଧାରିତ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଉପସଭାପତି ଶ୍ରୀ ରବି ପ୍ରଧାନ , ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ମାଗୁଣି ଗାଈ ଗୌରୀ ଆ, ସୁଶାନ୍ତ କୁମାର ପ୍ରଧାନ, ସୁକାନ୍ତ କୁମାର ପାଣିଗ୍ରାହୀ , ପ୍ରଣବ ନାୟକ , ପ୍ରସନ୍ନ କୁମାର ପ୍ରଧାନ ମୋଦୀ ଜି ଙ୍କ ଲୋକ ହିତକର ଯୋଜନା ର ସୁଫଳ କୁ ସବୁ ସ୍ତରରେ ସୁବ୍ୟବସ୍ଥିତ ଭାବରେ ପହଞ୍ଚାଇବା ପାଇଁ ମାର୍ଗ ଦର୍ଶନ ପ୍ରଦାନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସର୍ବ ଶ୍ରୀ ଶମ୍ଭୁ ପ୍ରସାଦ ମୁଣ୍ଡା,କାଳିନ୍ଦୀ ଖେତି , ବିଶି କେଷଣ ପ୍ରଧାନ, ନବୀନ ମହାକୁଡ ,ଚକ୍ର ଧର ବେହେରା ,ଚିତ ରଞ୍ଜନ ସେଠୀ, ଅରୂପା ଦୀପ ପ୍ରମୁଖ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l

Related Post

ବଣମଲ୍ଲୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ହିଁ ମାଟିଲଗ୍ନାର ସୃଷ୍ଟି

Posted by - November 13, 2021 0
ମାଥିଲି :(ଅବଦୁଲ ଗନି)ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମାଟିଲଗ୍ନା ସାହିତ୍ୟ ସଂସଦ ତରଫରୁ ଆଜି ମାଲକାନଗିରି ଜିଲ୍ଲାର ମାଥିଲି ଜୁନିୟର କଲେଜ ସଭାଗୃହ ଠାରେ ମାଟିଲଗ୍ନା ରାଜ୍ୟ…

ଓଡିଶା ଡ୍ରାଇଭର ମହାସଂଘ ତରଫରୁ ଦୁଇ ଡ୍ରାଇଭର ହେଲେ ସମ୍ମ।ନିତ

Posted by - December 28, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ହନୁମାନ ମନ୍ଦିର ପ୍ରାଙ୍ଗଣରେ ଓଡିଶା ଡ୍ରାଇବାର ମହାସଂଘ ପକ୍ଷରୁ କାଶୀପୁର ବ୍ଲକ ଡ୍ରାଇବରଙ୍କ ଏକ ବୈଠକ…

ଟ୍ରକ ବୋଲେରୋ ଧକ୍କା ରେ ଦୁଇ ମୃତ, ଦୁଇ ଗୁରୁତର

Posted by - May 24, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଭୟଙ୍କର ଦୁର୍ଘଟଣା।ଜଣେ ପୋଲିସ କର୍ମଚାରୀ ସମେତ ଡ୍ରାଇଭର ମୃତ lମର୍ମତୁନ୍ତ ସଡ଼କ ଦୁର୍ଘଟଣା।ଛାତିଥରା ଦୃଶ୍ୟ।ଆଉ ୧୫  କିମି ଯାଇଥିଲେ ପହଞ୍ଚିଥାନ୍ତେ ପୋଲିସ କାର୍ଯ୍ୟଳୟରେ। କମଲପୁର ନିକଟରେ…

ଜହ୍ନାପଡା ଗ୍ରାମର ରାସ୍ତାକୁ ମରାମତି ପାଇଁ ଜିଲ୍ଲାପାଲଙ୍କୁ ଦାବିପତ୍ର ପ୍ରଦାନ

Posted by - October 27, 2021 0
ବରଗଡ/ଅତାବିରା:ବରଗଡ ଜିଲ୍ଲା ଅତାବିରା ବ୍ଲକ ଜହ୍ନାପଡା ଗ୍ରାମର ରାସ୍ତା ଦିର୍ଘ ଦିନରୁ ସୋଚନିୟ ଅବସ୍ଥାରେ ପଡିରହିଥିବାବେଲେ । ଦେବାହାଲ ରୁ ଜହ୍ନାପଡା ଗ୍ରାମର ମୁଖ୍ୟରାସ୍ତା ଟି ପ୍ରଧାନମନ୍ତ୍ରି…