ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)5ଟି ସଚିବ VK ପାଣ୍ଡିଆନ ଙ୍କ ବୌଦ୍ଧ ଜିଲ୍ଲା ଗ୍ରସ୍ତ ଆରମ୍ଭ ହୋଇଯାଇଛି! ପ୍ରଥମେ ଜିଲ୍ଲା ର କଣ୍ଟାମlଳ ବ୍ଲକ ଆମ୍ବଗାଁ ଜନତା ହାଇସ୍କୁଲ ପଡିଆ ହେଲି ପେଡ ରେ ଓଲ୍ହାଇ 5ଟି ସ୍କୁଲପରିଦର୍ଶନ,ଯୁକ୍ତ ୨ ଓ ଡିଗ୍ରୀ କଲେଜ କୁ 5ଟି ରେ ରୂପାନ୍ତରିତ ସହିତ ସ୍ଥାନୀୟଞ୍ଚଳ ର ବିକାଶଦିଗରେ ଆଲୋଚନା କରିସାରିବାପରେ ବୌଦ୍ଧଜିଲ୍ଲା ଷ୍ଟାଡିୟମ ପଡ଼ିଆ ଠାରେ ଅବତରଣପରେ ମିଶନ ଶକ୍ତିଙ୍କ ସହ ଆଲୋଚନା, ବିଜୁ ଆଦର୍ଶ, କୃଷକବଜାର, ମାର୍ଜକୁଦ ସେତୁପରିଦର୍ଶନ, ଜିଲ୍ଲା ସଂଗ୍ରହାଲୟ , ମହାନଦୀ ଆରାତିଘାଟ, ଚନ୍ଦଚୁଡ଼ ମନ୍ଦିର,ସର୍କିଟ ହାଉସ ପରିଦର୍ଶପରେ ସଡ଼କପଥ ଦେଈ ହରଭଙ୍ଗା ବ୍ଲକ ମଡେଲ ଡିଗ୍ରୀକଲେଜ ବାମଣ୍ଡା,5ଟି ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟ ବଡ଼ବନ୍ଧ , ଭୈରବୀ ମନ୍ଦିର ଦର୍ଶନ,ଶେଷରେ ପୁରୁଣା କଟକ ମିନି ଷ୍ଟାଡିୟମ ଠାରେ ସାଧାରଣ ଉଦବୋଧନ କାର୍ଯ୍ୟକ୍ରମ ଯୋଗ ଦେଇ, ଜିଲ୍ଲା ର ମନ୍ଦିର, ମସଜିତ, କମ୍ୟୁନିଟି ସେଣ୍ଟର ଆଦିର ଅଭିଯୋଗ କୁ ଆସନ୍ତା ୭ ଦିନ ଭିତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଅଭିଯୋଗ ର ସମାଧାନ ଘୋଷଣା ଚାଷୀଙ୍କ ସମସ୍ୟା କୁ ଅଗ୍ରାଧିକାର ଏବଂ ଜିଲ୍ଲାର ର ବିକାଶ ଦିଗରେ ସବୁକ୍ଷେତ୍ରରେ ଆଲୋଚନା କରିଥିଲେ।
ସଚିବ ଙ୍କ ଏହି ଗ୍ରସ୍ତ ରେ ହଜାର ହଜାର ଜନସାଧାରଣ, ଅଙ୍ଗନ ୱାଡି କର୍ମୀ, ଆସl କର୍ମୀ, ଏମ ବି କେ, ମିଶନ ଶକ୍ତି ର ବହୁ ମହିଳା ସଂଘ ଆଦି ଉପସ୍ଥିତ ରହିଥିଲେ!ଗୋଟିଏ ପଟେ ଜିଲ୍ଲାରଅଗ୍ରଗତି ନେଇ ସଚିବ ଙ୍କ ଗ୍ରସ୍ତ ସଫଳ ହୋଇଥିବା ବେଳେ ଅନ୍ୟ ପଟେ କଣ୍ଟlମାଳ ବ୍ଲକ ରେ ସଚିବ ଙ୍କୁ ବିଜେପି କର୍ମୀ ଙ୍କ ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ, ବୌଦ୍ଧ ବ୍ଲକ ରେ କଂଗ୍ରେସ କର୍ମୀଙ୍କ ଦ୍ୱାରା କଳା ପତାକା ପ୍ରଦର୍ଶନ କରିଥିବା ବେଳେ ହରଭଙ୍ଗା ବ୍ଲକ ରେ ସଚିବ ଙ୍କ ଗ୍ରସ୍ତ ଶାନ୍ତି ଶୃଙ୍ଖଳା ସହିତ ସମାପନ ହୋଇ ପରେ ଭୁବନେଶ୍ୱର ଅଭିମୁଖେ ପୁରୁଣା କଟକ ମିନି ଷ୍ଟାଡିୟମ ପଡିଆରୁ ହେଲି କ୍ୟାପ୍ଟର ଉଡାଣ ହୋଇଥିଲା l