ଚନ୍ଦ୍ରପୁର :(ରମାକାନ୍ତ ପଡାଲ)ରାୟଗଡା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଚନ୍ଦ୍ରପୁର ବ୍ଲକ ହନୁମନ୍ତ ପୁର ଗ୍ରାମ ପଞ୍ଚାୟତ ଅଧୀନ ଶ୍ରୀମିନାଝୋଲା ଜନ କଲ୍ୟାଣ ଆଶ୍ରମ ପରିସରରେ ଆଜି ସମୋବାର ଦିନ ବ୍ୟାସ ଦେବ ଜନ୍ମ ତି ଥୀ ରେ ଗୁରୁପୂର୍ଣ୍ଣିମା ପାଳିତ କରାଯାଇ ଅଛି । ଦିତୀୟ ପ୍ରୟାଗ ରାଜ ତ୍ରିବେଣୀ ସଙ୍ଗମ ଜନ କଲ୍ୟାଣ ଆଶ୍ରମ ଠାରେ ଶତାଧିକ ଭକ୍ତ ବୃନ୍ଦ ଙ୍କ ସହ ଗୁରୁପୂର୍ଣ୍ଣିମା ଉଛବ ପାଳନ କରାଯାଇଥିଲା ।
ଏଥିରେ ଶ୍ରଦ୍ଧାଳୁ ଭକ୍ତମାନେ ମଠାଧୀଶ ସ୍ବାମୀ ଜନକାନନ୍ଦ ଗିରୀ ଙ୍କୁ ଦୀର୍ଘ ଜୀବନ କାମନା କରି ଉପଢୌକନ ପ୍ରଦାନ କରିଥିଲେ । ନାମ ସଂକୀ୍ତ୍ତନ ଗାୟତ୍ରୀ ଯଜ୍ଞ ସତସଙ୍ଗ ମଣ୍ଡଳୀ ଡା ଙ୍ଗସରଡ଼ା ଗ୍ରାମର ପୂର୍ଣ୍ଣଚନ୍ଦ୍ର ପାତ୍ର ଙ୍କ ନେତୃତ୍ବରେ ଶ:(ତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ସନାତନ ସତସଙ୍ଗ ମଣ୍ଡଳୀ ମୁଖ୍ୟ ସମନାଥ ଙ୍କ ନେତୃତ୍ବରେ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଏବଂ ପ୍ରତ୍ୟେକ ମାସର ପୂର୍ଣ୍ଣିମା ଦିନ ସତସଙ୍ଗ ଯଜ୍ଞ ଜପ ତପ କରିବା ପାଇଁ ସମ୍ମତି ନିଆଯାଇଥିଲା । ଜନ କଲ୍ୟାଣ ଆଶ୍ରମ ତତଫରୁ ଅନ୍ନ ପ୍ରସାଦ ସେବନ ର ବ୍ୟବସ୍ଥା କରଯାଇଥିଲା