କଳାହାଣ୍ଡି:(ନରେନ୍ଦ୍ର ନେଗୀ)ଭବାନୀପାଟଣା ଜଳେଶ୍ୱର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ବିଶିଷ୍ଟ ଶିକ୍ଷାବିଦ ତଥା ଅବସର ପ୍ରାପ୍ତ ସି ଆର ସି ସି ରାଧେଶ୍ୟାମ ଦlଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଵିଦ୍ୟାଳୟର ଶିକ୍ଷୟିତ୍ରୀ ଗୀତାଞ୍ଜଳି ବେହେରାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା l
ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟ ମାଝୀ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଜଗଦିଶ ଚନ୍ଦ୍ର ମୁଣ୍ଡ, ହୃଷିକେଶ ନାଏକ, ମଝିପଡl ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରଫୁଲ୍ଲ ଠାକୁର, ବିଶିଷ୍ଟ ଶିକ୍ଷାବିତ ସରୋଜ କୁମାର ପଣ୍ଡା, ବିଶ୍ୱଜିତ ରାୟ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ l ଵିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସାରଦା ରଥ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l
ଶିକ୍ଷୟିତ୍ରୀ ସୌଦାମିନୀ ମିଶ୍ର ମାନପତ୍ର ପାଠ କରିଥିଲେ l ଵିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ତରଫରୁ ଅତିଥି ମାନଙ୍କ ଦ୍ୱାରା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ଗୀତାଞ୍ଜଳି ବେହେରାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା l ଅତିଥି ଓ ଶିକ୍ଷୟିତ୍ରୀ ମାନେ ଶ୍ରୀମତୀ ବେହେରାଙ୍କ ଚାକିରୀ ଜୀବନର ସ୍ମୃତିଚାରଣ କରିବା ସହ ସେ ଜଣେ ଛାତ୍ର ବତ୍ସଳା, ସମୟାନୁବର୍ତ୍ତୀ, ମିଷ୍ଟଭାଷୀ ଶିକ୍ଷୟିତ୍ରୀ ଥିଲେ ବୋଲି ବକ୍ତବ୍ୟ ଦେଇଥିଲେ l ଶିକ୍ଷୟିତ୍ରୀ ମନୋରମା ଦାସ ବିଦାୟୀ ଶିକ୍ଷୟିତ୍ରୀ ଶ୍ରୀମତୀ ବେହେରାଙ୍କ ଏହି ବିଦ୍ୟାଳୟରେ 2009 ମସିହାରୁ କାର୍ଯ୍ୟ କରିଆସୁଥିବା ସମ୍ପର୍କରେ ମତବ୍ୟକ୍ତ କରିଥିଲେ l ସିଆରସିସି ପ୍ରଫୁଲ୍ଲ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ l