Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଚୋରି ଘଟଣାରେ ଯୁବକ କୋର୍ଟଚାଲାଣ

53 0

ବେଲଗୁଣ୍ଠା:୪/୭ (ସୁଶାନ୍ତ କୁମାର ବେହେରା )ଗତ ଶନିବାର ରାତିରେ ଘଟିଥିବା ଏକ ଚୋରି ଘଟଣାରେ ଆଜି ବେଲଗୁଣ୍ଠା ପୋଲିସ୍ ଜଣେ ଯୁବକକୁ ଭୁବନେଶ୍ୱରରରୁ ନାଟକୀୟ ଢ଼ଙ୍ଗରେ ଗିରଫ କରି ଭଞ୍ଜନଗର କୋର୍ଟଚାଲାଣ କରିଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି I ସୂଚନା ପ୍ରକାରେ ବେଲଗୁଣ୍ଠା ଥାନା ଇନ୍ଦ୍ରଗଡ଼ ଗ୍ରାମର ମାଦା ପୋଲେଇ (୫୬ ) ଗତ ଏକ ତାରିଖ ମଧ୍ୟ ରାତ୍ରରେ ଘରେ ବାଡ଼ିପଟ କୋଠରୀରେ ଶୋଇଥିବା ବେଳେ ସେହି ଗ୍ରାମର ଆକାଶ ସ୍ଵାଇଁ ଓରଫ ରିଙ୍କୁ (୨୩ ) ନାମକ ଯୁବକ ମାଦାଙ୍କ ଘର କବାଟ ଭାଙ୍ଗି ଚୋରି କରିବା ଉଦ୍ଦେଶ୍ୟରେ ଘରେ ପଶିଥିଲା I

ସେହି ସମୟରେ ମାଦା ଉଠିପଡ଼ି ଆକାଶର ମୁହଁକୁ ଟର୍ଚ୍ଚ ପକାଇଦେବାରୁ କାଳେ ଆକାଶକୁ ମାଦା ଚିହ୍ନିଦେବ ସେହି ଭୟରେ ଆକାଶ ମାଦାର ମୁଣ୍ଡକୁ ଧରି ପଛ ଏରୁଣ୍ଡିରେ ବାଡ଼େଇ ଦେବା ସହିତ ସେଠାରୁ ଖସି ଚାଲିଯାଇଥିଲା I ରକ୍ତାକ୍ତ ଅବସ୍ଥାରେ ମାଦା ପଡ଼ିଥିବା ବେଳେ ତାର ବୋହୂ ଉଠିପଡ଼ି ତାକୁ ପ୍ରଥମେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରିଥିଲେ I କିନ୍ତୁ ସେଠାରେ ମାଦାର ଅବସ୍ଥା ଗୁରୁତର ହେବାରୁ ସେଠାରୁ ତାକୁ ଭଞ୍ଜନଗର ଏବଂ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲ୍ କୁ ସ୍ଥାନାନ୍ତର କରାଯାଇଥିଲା I ବର୍ତ୍ତମାନ ମାଦା ଭୁବନେଶ୍ୱର ସ୍ଥିତ ଏମସ୍ ମେଡ଼ିକାଲ୍ ରେ ଚିକିତ୍ସିତ ହେଉଛି I ମାଦାର ଅବସ୍ଥା ଗୁରୁତର ରହିଛି I

ଚୋରି ଘଟଣା ଏବଂ ମାଦାକୁ ଆକ୍ରମଣ କରିବା ପରେ ଆକାଶ ଭୟଭୀତ ହୋଇ ଭୁବନେଶ୍ଵର ଚାଲିଯାଇଥିଲା I ଏନେଇ ବେଲଗୁଣ୍ଠା ପୋଲିସ୍ ୨୯୦/୨୩  ରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ବିଭିନ୍ନ ଲୋକଙ୍କ ସହ ଯୋଗାଯୋଗ କରି ଆକାଶର ମୋବାଇଲ୍ ଟ୍ରାକିଂ କରିଥିଲେ I ଭୁବନେଶ୍ୱରରେ ଆକାଶ ଥିବା ଖବର ପାଇ ଗତ ରାତିରେ ପୋଲିସ୍ ଭୁବନେଶ୍ୱର ଯାଇ ଆକାଶକୁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ନିକଟରୁ ଗିରଫ କରିଥିଲେ I ଆଜି ଆକାଶକୁ ଗିରଫ କରି ଭୁବନେଶ୍ୱରରୁ ବେଲଗୁଣ୍ଠା ଅଣାଯିବା ପରେ ତାକୁ କୋର୍ଟଚାଲାଣ କରାଯାଇଥିବା ବେଲଗୁଣ୍ଠା ପୋଲିସ୍ ପ୍ରକାଶ କରିଛି I ଘଟଣାକୁ ଗମ୍ଭୀରତାର ସହ ନେଇ ନିଜେ ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ଘଟଣାର ସମସ୍ତ ଦାୟିତ୍ୱ ନେଇଥିଲେ I

Related Post

ଝୁଲନ୍ତା ମୃତଦେହ ଉଦ୍ଧାର

Posted by - November 21, 2019 0
ମୟୁରଭଞ୍ଜ: ମୃତଦେହ ଉଦ୍ଧାର। ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର। ତେବେ ମୟୁରଭଞ୍ଜ ଜିଲ୍ଲାର ଜାମଦା ଥାନା ଅନ୍ତର୍ଗତ ଗୋହିରା ଗାଁ ମୁଣ୍ଡ ଗଛରୁ  ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

ପୋଲିସ୍ ଇନ୍ଫର୍ମର ସନ୍ଦେହରେ ମାଡ ଖାଇଲେ ଆଶା କର୍ମୀ ଥାନାର ଦ୍ବାରସ୍ଥ।

Posted by - April 19, 2020 86
କେନ୍ଦୁଝର:(ସିତାରାମ ଦିକ୍ଷୀତ) ଆନନ୍ଦପୁର ବ୍ଲକ ଶାଳବଣି ପଞ୍ଚାୟତ ଅନ୍ତର୍ଗତ ବାଲିପସି ଗାଁ ରେ ଏକ ସଭ୍ୟ ସମାଜରେ ଘଟିଛି ଅସଭ୍ୟ କାଣ୍ଡ,ଲକ୍ଡାଉନ୍ ସ୍ବତ୍ତେ ଭୃକ୍ଷେପ ନକରି ସରକାରଙ୍କ…

ଟଙ୍କା ବ୍ୟାଗ୍ ଝାମ୍ପି ନେଉଥିବା ବେଳେ ଧରାପଡିଲେ ଯୁବକ

Posted by - August 5, 2021 0
ଖୋର୍ଦ୍ଧା:(ଶୁଭଲକ୍ଷ୍ମୀ ସାମନ୍ତରା)ଟଙ୍କା ବ୍ୟାଗ୍ ଝାମ୍ପି ନେଉଥିବା ବେଳେ ଧରାପଡିଲେ ଯୁବକ , ଲୁଟେରା କୁ ବାନ୍ଧି ବୁହାଏ ଛେଚିଲେ ଲୋକେ । ଜଣେ ମହିଳା ଙ୍କ ଠାରୁ…

ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ ଆସାମୀ କୁ ମୃତ୍ୟୁ ଦଣ୍ଡ ରେ ଦଣ୍ଡିତ

Posted by - December 20, 2019 74
କେନ୍ଦୁଝର:ଶିଶୁ କନ୍ୟା ବଳାତ୍କାର ଓ ହତ୍ୟା ମାମଲାରେ ବିଚାର କରି କେନ୍ଦୁଝରA.D.J ଲୋକ ନାଥ ସାହୁ ଅଭିଯୁକ୍ତ ସୁନିଲ୍ ନାଏକ କୁ ମୃତ୍ୟୁ ଦଣ୍ଡ ରେ ଦଣ୍ଡିତ…

ଦୁଇ ଟି ହାତୀକୁ ବିଦୂତ ସଂଯୋଗ କରି ମାରିଥିବା ୩ ଅଭିଯୁକ୍ତକୁ ଗିରଫ

Posted by - June 19, 2020 602
ବଡ଼ବିଲ:( ସୀତାରାମ ଦୀକ୍ଷିତ)ଯୋଡ଼ା ବ୍ଲକ ବନ୍ୟାଞ୍ଚଳ ର ଗୁରୁ ବେଡା ଜଙ୍ଗଲ ମଧ୍ୟରେ ବିଦୂତ ସଂଯୋଗ କରି ବରାହ ଶିକାର କରିବା ପାଇଁ ବିଛାଇ ଥିବା ବିଦୂତ…