Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଅଷ୍ଟ୍ରେଲିଆର ରାଜଧାନୀ କାନବେରା ଠାରେ ରଥଯାତ୍ରା ଆୟୋଜନ

70 0

କାନବେରା:୦୩/୦୭ଅଷ୍ଟ୍ରେଲିଆର ରାଜଧାନୀ କାନବେରା ଠାରେ ଶ୍ରୀଜଗନ୍ନାଥଙ୍କର ଦ୍ଵାଦଶତମ ପବିତ୍ର ରଥଯାତ୍ରା ପର୍ବ ଆଧ୍ୟାତ୍ମିକ ଉତ୍ସ୍ୱାସ ଓ ଭକ୍ତିପୂତ ପରିବେଶ ମଧ୍ୟରେ ପାଳନ କରାଯାଇଛି। ଏଠାରେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ କରୁଥିବା ହିନ୍ଦୁ ମନ୍ଦିର ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ଆୟୋଜିତ ଏହି ଭବ୍ୟ ସମାରୋହର ସଫଳ କାର୍ଯ୍ୟାନ୍ଵୟନ ପାଇଁ ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ( ଓରିଓଜ ଇଙ୍କ୍) ଏବଂ ଅଷ୍ଟ୍ରେଲିଆର ହିନ୍ଦୁ ପରିଷଦ ସକ୍ରୀୟ ସହଯୋଗ କରିଥିଲେ। ଏହି ମହୋତ୍ସବ ଉପଲକ୍ଷେ ବଢ଼ି ଭୋରରୁ ଚାରି ଠାକୁରଙ୍କ ସମ୍ମୁଖରେ ପୂଜକ ଆଚାର୍ଯ୍ୟ ପ୍ରକାଶ ପାଣ୍ଡେ ଙ୍କ ଦ୍ୱାରା ମଙ୍ଗଳ ଆରତୀ ଓ ସଂକଳ୍ପ ପୂଜା ଧାର୍ମିକ ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା।

ରଥଯାତ୍ରା ଦୃଷ୍ଟିରୁ ଫ୍ଲୋରି ଇଲାକାର ୮୧ନମ୍ବର ରାଟକ୍ଲିଫ୍ କ୍ରିସେଣ୍ଟ ଠାରେ ସ୍ଥାପିତ ହିନ୍ଦୁ ମନ୍ଦିର ଓ ସାଂସ୍କୃତିକ କେନ୍ଦ୍ରକୁ ଖୁବ୍ ସୁନ୍ଦର ଢଙ୍ଗରେ ସଜା ଯାଇଥିଲା। ଚଳିତ ବର୍ଷ ଘୋଷଯାତ୍ରାରେ କାନବେରାର ଅଧିବାସୀଙ୍କ ସମେତ ସୁଦୂର ସିଡନୀ, ବ୍ରିସବେନ ଏବଂ ମେଲବର୍ଣ୍ଣ ମହାନଗରୀମାନଙ୍କରୁ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତମାନେ ସେମାନଙ୍କର ପରିବାରବର୍ଗ ଓ ପରିଜନଙ୍କ ସହ ଆସି ସାମିଲ ହୋଇଥିବା ଦେଖାଯାଇଥିଲା । ଭକ୍ତ ଓ ଭଗବାନଙ୍କର ଏହି ମହାମିଳନର ମହାନ ପାର୍ବଣରେ ଉପସ୍ଥିତ ପ୍ରାୟ ହଜାରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉଲ୍ଲାସ, ଉତ୍ସାହ, ଉଦ୍ଦୀପନା ଓ ଉନ୍ମାଦନା ପରିଲ୍ଲକ୍ଷିତ କରାଯାଇଥିଲା।
ସକାଳ ୧୦ଟା ବେଳେ ଦିଅଁମାନଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା ।

ପ୍ରଥମେ ପ୍ରଭୁ ସୁଦର୍ଶନ, ତା ପରେ ବଡ଼ ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଓ ସବାଶେଷରେ ଜଗତର ନାଥ ଜଗନ୍ନାଥଙ୍କୁ ରୋଷଣୀ କରାଯାଇ ୪ ମିଟର ଉଚ୍ଚତା ବିଶିଷ୍ଟ ସୁନ୍ଦର, ସୁଶୋଭିତ ଓ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା । ହରିବୋଲ, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ୱନି ସହ ଭଜନ କୀର୍ତ୍ତନର ମୃଦ୍ୟୁମନ୍ଦ ନାଦରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା। ଏଠାରେ ମହିଳା ମାନେ ହାତରେ ନଚାଇ ନଚାଇ ଦେବୀ ସୁଭଦ୍ରାଙ୍କୁ ରଥ ଉପରକୁ ନେଉଥିବାର ଦୃଶ୍ୟ ଅତ୍ୟନ୍ତ ମନୋମୁଗ୍ଧକର ଥିଲା। ଅଷ୍ଟ୍ରେଲିଆନ କ୍ୟାପିଟାଲ ଟେରିଟୋରୀ(ଏ.ସି.ଟି) କାନବେରାର ମୁଖ୍ୟମନ୍ତ୍ରୀ ଆଣ୍ଡ୍ରୁ ବାରଙ୍କ ପ୍ରତିନିଧି ଦୀପକ ରାଜ ଗୁପ୍ତା ପାରମ୍ପରିକ ଛେରା ପହଁରା କାର୍ଯ୍ୟ କରିଥିଲେ।

ଏହାପରେ ଦିନ ୧୧ ଟା ବେଳେ ରଥ ଟଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଫ୍ଲୋରିର ରାଜରାସ୍ତାରେ ରାଜକୀୟ ଠାଣିରେ ଭକ୍ତମାନଙ୍କର ଗହଣରେ ଗଡ଼ିଚାଲିଥିବା ଅନନ୍ୟ ଓ ଅପରୂପ ରଥଟିକୁ ୨କି.ମି. ପର୍ଯ୍ୟନ୍ତ ଟାଣି ନିଆଯାଇ ପୁଣି ମନ୍ଦିର ବେଢ଼ା ନିକଟକୁ ଫେରାଇ ଅଣାଯାଇଥିଲା ।
ଉପସ୍ଥିତ ବରେଣ୍ୟ ଅତିଥିମାନଙ୍କ ମଧ୍ୟରେ ଭାରତୀୟ ରାଷ୍ଟ୍ରଦୂତଙ୍କର ପ୍ରତିନିଧି କାଉନସିଲର ନରେନ୍ଦ୍ର ରାଣା, ଏ. ସି. ଟି ବିଧାନସଭାର ସଦସ୍ୟ ଗଣ ଯଥା ଜୋ କ୍ଲେ ଓ ଆଣ୍ଡ୍ରୁ ବ୍ରାଡକ୍ ଏବଂ କାନବେରାସ୍ଥିତ ଓଡ଼ିଆ ସମ୍ପ୍ରଦାୟର ମୁଖ୍ୟ ରୋଜାଲିନ ରାଉତ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

ଏହି ଅବସରରେ ଅନୁଷ୍ଠିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ସ୍ଥାନୀୟ ସଙ୍ଗୀତ ବିଦ୍ୟାଳୟର କଳାକାରମାନଙ୍କ ଦ୍ବାରା ପ୍ରସ୍ତୁତ ସୁମଧୁର ଭଜନ ଗାୟନ ଏବଂ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ହୃଦୟସ୍ପର୍ଶୀ ଜଗନ୍ନାଥ ଅଷ୍ଟକମ୍ ଓ ଦଶାବତାର ପରିବେଷଣ ଥିଲା। ମହାପ୍ରଭୁଙ୍କର ଆଶୀର୍ବାଦକ୍ରମେ ସମଗ୍ର ଘୋଷଯାତ୍ରା ଉତ୍ସବକୁ ବିପୁଳ ଭାବେ ସଫଳ କରାଇବାରେ ହିନ୍ଦୁ ମନ୍ଦିର ଓ ସାଂସ୍କୃତିକ କେନ୍ଦ୍ରର ସଭାପତି ପ୍ରକାଶ ମେହେଟ୍ଟା, ସମ୍ପାଦକ ତରୁଣ ଅଗସ୍ତି, ଅଷ୍ଟ୍ରେଲିଆ ଓଡ଼ିଆ ସମାଜ(ଓରିଓଜ ଇଙ୍କ) ର ପୂର୍ବତନ ସଭାପତି ଡଃ ନଳିନୀ ପତି, ଓରିଓଜ ଇଙ୍କର କାର୍ଯ୍ୟକାରୀ କମିଟିର ପ୍ରତିନିଧି ମମତାଜ ଲେଙ୍କା, ଅଷ୍ଟ୍ରେଲିଆର ହିନ୍ଦୁ ପରିଷଦର ସଭାପତି ସନ୍ତୋଷ ଗୁପ୍ତା, ସ୍ଥାନୀୟ ପ୍ରବାସୀ ଭାରତୀୟ ସମ୍ପ୍ରଦାୟ, ଓରିଓଜ, ହିନ୍ଦୁ ପରିଷଦ ଆଦି ସଂଗଠନର କର୍ମକର୍ତ୍ତା ଏବଂ ସ୍ଥାନୀୟ ଓଡ଼ିଆ ବାସିନ୍ଦାଙ୍କର ନେତୃବୃନ୍ଦ ଖୁବ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏହି ଅବସରରେ ରଥଯାତ୍ରାର ଶୁଭକାମନା କରି ସିନେଟର କ୍ୟାଟି ଗାଲାଘର ଶୁଭେଚ୍ଛା ବାର୍ତ୍ତା ପଠାଇଥିବା ଜଣାଯାଇଛି।

Related Post

ଇନ୍ଧନ ଭରୁଥିବା ବେଳେ ଜାପାନ ଆକାଶରେ ଦୁଇଟି ସାମରିକ ବିମାନ ଦୁର୍ଘଟନାଗ୍ରସ୍ତ; ଆମେରିକା ନୌସେନାର ୬ ସଦସ୍ୟ ନିଖୋଜ

Posted by - December 6, 2018 529
ନୂଆଦିଲ୍ଲୀ: ଗୁରୁବାର ଦିନ ଜାପାନ ଉପକୂଳ ଠାରୁ ଦୂରରେ ଯୁକ୍ତରାଷ୍ଟ୍ର ଆମେରିକାର ଦୁଇଟି ମେରାଇନ୍‌ କର୍ପସ୍‌ ବିମାନ ଦୁର୍ଘଟନାଗ୍ରସ୍ତ ହେବାରୁ ଯୁକ୍ତରାଷ୍ଟ୍ର ଆମେରିକା ନୌସେନାର ୬ ଜଣ…

ପ୍ରେମିକକୁ ବିବାହ କରିବା ପାଇଁ ସମଲିଙ୍ଗୀ ସ୍ୱାମୀ କଲା ସ୍ତ୍ରୀର ହତ୍ୟା

Posted by - December 6, 2018 169
ନୂଆଦିଲ୍ଲୀ : ଇଂଲଣ୍ଡରେ ରହୁଥିବା ସମଲିଙ୍ଗୀ ଫାର୍ମସିଷ୍ଟ ଅଷ୍ଟ୍ରେଲିଆରେ ରହୁଥିବା ପ୍ରେମିକଙ୍କୁ ବିବାହ କରିବା ପାଇଁ ନିଜ ପତ୍ନୀଙ୍କୁ ହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ…

ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ

Posted by - June 22, 2021 0
ମାନାମା/ଆୱାଲି/ଭୁବନେଶ୍ୱର / ଯାଜପୁର(ସ୍ନେହାଂଶୁ ଶେଖର ମହାନ୍ତି) – ତା ୨୨.୬ ବାହାରିନ ଓଡ଼ିଆ ସମାଜ ତରଫରୁ ସପ୍ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଥିବା ଜଣାଯାଇଛି।ଏହି ଉପଲକ୍ଷେ…

ଅଷ୍ଟ୍ରେଲିଆର ପ୍ରବାସୀ ଓଡ଼ିଆଙ୍କ ତରଫରୁ ଓରିଓଜ ସ୍ପୋର୍ଟସ୍ ଫେଷ୍ଟ-୨୦୨୨ ଆୟୋଜନ

Posted by - October 18, 2022 0
କାନବେରା : ଅଷ୍ଟ୍ରେଲିଆର ଓଡ଼ିଆ ଅଧିବାସୀମାନେ ନିକଟରେ ମହା ଆନନ୍ଦ, ପ୍ରବଳ ଉତ୍ସାହ ଓ ଅସୀମ ଉଦ୍ଦୀପନା ମଧ୍ୟରେ ରାଜଧାନୀ କାନବେରାଠାରେ “ଓରିଓଜ ସ୍ପୋର୍ଟସ୍ ଫେଷ୍ଟ-୨୦୨୨” ପାଳନ…

ଅଷ୍ଟ୍ରେଲିଆର କାନ୍‍ବେରା ଠାରେ ରଥଯାତ୍ରା ଆୟୋଜନ

Posted by - July 8, 2022 0
କାନ୍‍ବେରା :  ଅଷ୍ଟ୍ରେଲିଆର ରାଜଧାନୀ କାନ୍‍ବେରା ଠାରେ ଶ୍ରୀଜଗନ୍ନାଥଙ୍କର ଏକାଦଶତମ ପବିତ୍ର ରଥଯାତ୍ରା ପର୍ବ ଭକ୍ତିପୂତ ପରିବେଶ ମଧ୍ୟରେ ପାଳନ କରାଯାଇଛି । ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ କରୁଥିବା…