ଖପ୍ରାଖୋଲ: ୧/୭(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରଖୋଲ ବ୍ଲକ ଘୁନସର ପଞ୍ଚାୟତ ପିଙ୍ଗଳମୁଣ୍ଡା ଗାଁ ରେ ବନ ମହୋତ୍ସବ ସପ୍ତାହ ଅବସରରେ ତୃତୀୟ ଦିନ ରେ ବନ ମହୋତ୍ସବ ସୋମବାର ପାଳିତ ହୋଇଯାଇଛି। ଏହି ଅବସରରେ ପିଙ୍ଗଲମୁଣ୍ଡା ଗାଁ ଜଙ୍ଗଲ ନୁତନ ନର୍ସରି ନିକଟରେ ହରିଶଙ୍କର ବନାଞ୍ଚଳ ଅଧିକାରୀ ଶ୍ରୀଗିରିଧାରି ନାଗ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବନ ମୋହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଖପ୍ରାଖୋଲ ବିଡିଓ ବିଜୟ କୁମାର ହୋତା ଯୋଗଦେଇ ପରିବେଶ ଓ ଜଳବାୟୁ ସନ୍ତୁଳନ ରକ୍ଷ୍ୟା ନିମନ୍ତେ ସମସ୍ତେ ବ୍ରୁକ୍ଷ ରୋପଣ କରିବା ସହିତ ଜଙ୍ଗଲ ସୁରକ୍ଷା କରିବାକୁ ଆହ୍ଵାନ୍ ଦେଇଥିଲେ ।
ଏହି କାର୍ୟକ୍ରମରେ ସମ୍ମାନିତ ଅତିଥି ରୂପେ କେନ୍ଦୁ ଲିଫ ରେଞ୍ଜ ଅଧିକାରୀ ସତ୍ୟମଞ୍ଜରୀ ତାଣ୍ଡି , ଏ ବି ଓ ମିନିକେତନ ବରିହା , ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ସ୍ଵପ୍ନେସ୍ଵର ନାଏକ , ଲୋକସଭା ସାଂସଦ ବ୍ଲକ୍ ପ୍ରତିନିଧି ପ୍ରବିଣ କୁମାର ଅଗ୍ରୱାଲ, ପୂର୍ବତନ ସରପଂଚ ମୋହନ ସୁନା ,ବନ ପାଳ ସୁଧୀର ଜେନା, ଘାସିରାମ ଦୀକ୍ଷିତ, ସନ୍ଧ୍ୟା ସେଠ , ସମାଜ ସେବୀ ଗଙ୍ଗାଧାର ପଧାନ , ଅଙ୍ଗନୱାଡ଼ି କର୍ମୀ କଲ୍ୟାଣୀ ମିଶ୍ର , ଆମ ଜଙ୍ଗଲ ଯାଜନା ଡିଓ ତହସିଲ ବାଗ ପ୍ରମୁଖ ଯୋଗଦେଇଥିବା ବେଲେ ପିଙ୍ଗଲ ମୁଣ୍ଡା ଗ୍ରାମବାସୀଙ୍କ ଉପସ୍ଥିତି ରେ ବୃକ୍ଷ ରୋପଣ କରାଯାଇଥିଲା। ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ଫରେଷ୍ଟ କର୍ମଚାରି ସମେତ ଗ୍ରାମ ର ଅନେକ ମହିଲା ଓ ପୁରୁଷ ଯୋଗଦେଇଥିଲେ। ଜଙ୍ଗଲ ବିଭାଗ ପକ୍ଷରୁ ସମସ୍ତ ଅତିଥି ଙ୍କୁ ପ୍ରଥମେ ଫୁଲ ଚନ୍ଦନ ଦେଇ କାର୍ଯ୍ୟକ୍ରମ କୁ ସ୍ୱାଗତ କରାଯାଇଥିଲା