Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ରୋଟାରୀ କ୍ଲବ୍ ର ସତରତମ ଅଧିଷ୍ଠାନ ଦିବସ; ନୂତନ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କଲେ ସନତ୍ କୁମାର ସୁବୁଦ୍ଧି

38 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବଣିକ ସଂଘ କାର୍ଯ୍ୟାଳୟ ଠାରେ ଭଞ୍ଜନଗର ରୋଟାରୀ କ୍ଳବ୍ ର ସତରତମ ଅଧିଷ୍ଠାନ ଦିବସ ମହାସମାରୋହରେ ପାଳିତ ହେବା ସହ କ୍ଳବ୍ ର ନୂତନ ସଭାପତି ସନତ୍ କୁମାର ସୁବୁଦ୍ଧି ଦାୟିତ୍ୱ ଗ୍ରହଣ କରିଛନ୍ତି I ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ଗଭର୍ଣ୍ଣର ଯାଜ୍ଞଶ୍ରୀ ମହାପାତ୍ର ଯୋଗ ଦେଇ ଆଜିର ଦିନରେ ରୋଟାରୀ କ୍ଳବ୍ ପୃଥିବୀର ବିଭିନ୍ନ କୋଣ ଅନୁକୋଣରେ ସ୍ଵେଚ୍ଛାସେବୀ ଭାବେ କାର୍ଯ୍ୟକରିବା ସହିତ ସରକାରୀ ସାହାଯ୍ୟ ପହଞ୍ଚିବା ପୂର୍ବରୁ ରୋଟାରୀଆନ୍ ମାନେ ଲୋକଙ୍କ ନିକଟରେ ପହଞ୍ଚି ତ୍ୱରିତ ସାହାଯ୍ୟ ଯୋଗାଇ ଦିଅନ୍ତି ବୋଲି ପ୍ରକାଶ କରିଥିଲେ I

ଏହି ଅବସରରେ ମୁଖ୍ୟ ବକ୍ତା ଭାବେ କାର୍ଯ୍ୟ ନୀର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର, ସମ୍ମାନୀତ ଅତିଥି ରୂପେ ନଗରପାଳ ଫିରୋଜ ସେଠୀ, ଅନ୍ୟତମ ଅତିଥି ରୂପେ ବିଦାୟୀ ସଭାପତି ମଧୁସୂଦନ ମହାପାତ୍ର, ସମ୍ପାଦକ ଶ୍ରୀନିବାସ ସୁବୁଦ୍ଧି,ନୂତନ ସଭାପତି ସନତ୍ କୁମାର ସୁବୁଦ୍ଧି, ସମ୍ପାଦକ ଦିଲ୍ଲୀପ ପାତ୍ର,ଜିଲ୍ଳା ଆସିଷ୍ଟାଣ୍ଟ୍ ଗଭର୍ଣ୍ଣର ଭି ଦେବୀ ପ୍ରସାଦ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ I ଏହି ଅବସରରେ ଦୁଇ ଜଣ ରୋଟାରୀଆନ୍ ଯଥା ରାମଚନ୍ଦ୍ରମିଶ୍ର ଓ ସୁଶାନ୍ତ କୁମାର ବେହେରା ଙ୍କୁ କ୍ଲବ୍ ର ନୂତନ ସଦସ୍ୟ ଭାବେ ଗ୍ରହଣ କରାଯାଇଥିଲା I ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀ,ଏନ୍ଏସି ସଫେଇ ପାଇଁ ସଫେଇ କର୍ମଚାରୀ ପ୍ରବୀଣ ବେହେରାଙ୍କୁ କ୍ଲବ୍ ତରଫରୁ ସମ୍ମାନୀତ କରାଯାଇଥିଲା I

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲଟେରୀ ମାଧ୍ୟମରେ ଶିଶୁ,ମହିଳା, ଅତିଥି ଏବଂ ମିଡ଼ିଆ ବର୍ଗ ଭଳି ପାଞ୍ଚୋଟି ବର୍ଗରୁ ଭାଗ୍ୟଶାଳୀ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା I ଏହା ସହିତ ରୋଟାରୀ କ୍ଲବ୍ ର ନୂତନ ସଭାପତି ସନତ୍ କୁମାର ସୁବୁଦ୍ଧିଙ୍କୁ ବେଲଗୁଣ୍ଠା ବଣିକ ସଂଘ ତରଫରୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା I ସେହିପରି ବେଲଗୁଣ୍ଠା ପ୍ରେସକ୍ଲବ,ଏନ୍ଏସି କର୍ମଚାରୀ ଏବଂ କାଉନସିଲର୍ ମାନଙ୍କ ତରଫରୁ ମଧ୍ୟ ନୂତନ ସଭାପତି ଶ୍ରୀ ସୁବୁଦ୍ଧିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା I ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ବରିଷ୍ଠତ ରୋଟାରୀଆନ ପ୍ରଦ୍ୟୁମ୍ନ କୁମାର ମଲ୍ଲିକ, ପଞ୍ଚାନନ ମିଶ୍ର, ପ୍ରଶାନ୍ତ କୁମାର ସାହୁ, ରବୀନ୍ଦ୍ର କୁମାର ପାଣିଗ୍ରାହୀ, ପବିତ୍ର କୁମାର ପ୍ରଧାନ୍, ରଂଜିତ୍ କୁମାର ବାରିକଙ୍କ ସମେତ ସମସ୍ତ ରୋଟାରୀଆନ, ସମସ୍ତ କାଉନସିଲର୍, ପ୍ରେସକ୍ଲବ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I

Related Post

ଲୁହସିଂହା ଧାନ ମଣ୍ଡିକୁ ଉପଖଣ୍ଡ ଯୋଗାଣ ଅଧିକାରୀଙ୍କ ଗସ୍ତ

Posted by - December 25, 2021 0
ଖପ୍ରାଖୋଲ ;(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଲୁହସିଂହା ଧାନ ମଣ୍ଡିକୁ ପାଟଣାଗଡ଼ ଉପଖଣ୍ଡ ଯୋଗାଣ ଅଧିକାରୀ ମାୟାଧର ସାହୁ ଶନିବାର ଗସ୍ତ କରିଥିଲେ । ଗସ୍ତ…

ବିଦ୍ୟୁତ ଆଘାତ ରେ 5ବର୍ଷ ର ଶିଶୁପୁତ୍ର ମୃତ

Posted by - October 5, 2021 0
ହରଭଙ୍ଗା:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଂଚାୟତ ର କଙ୍କଲl ଗ୍ରାମରେ ବିଦ୍ୟୁତ ଆଘାତରେ 5ବର୍ଷ ଶିଶୁପୁତ୍ର ମୃତ ହୋଇଥିବାର ଜଣାପଡିଛି!ସୂଚନା ମତେ କଙ୍କଲା ଗ୍ରାମର ଅରୁଣ…

ବାଇକ ଦୁର୍ଘଟଣା ଜଣେ ମୃତ ଓ ଅନ୍ୟ ଗୁରୁତରଙ୍କୁ ବୌଦ୍ଧ ଡାକ୍ତର ଖାନାକୁ ସ୍ଥାନାନ୍ତରିତ

Posted by - February 19, 2023 0
ହରଭଙ୍ଗା :୧୮/୦୨(ଚିତ୍ତରଞ୍ଜନ ସିଂ)ବୋୖଦ୍ଧ ଜ଼ୀଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ବ୍ରାହ୍ମଣଗାଁ ଛକ ଠାରେ ଆଜି ସନ୍ଧ୍ୟା ୬ଟା ସମୟରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ…

ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ କଲେ ପୁରାତନ ଛାତ୍ର ସଂଗଠନ

Posted by - August 5, 2021 0
ବେଲଗୁଣ୍ଠା: (ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ଅଧ୍ୟକ୍ଷା ଭାବେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧ୍ୟାପକ ବି…