ହରଭଙ୍ଗା:୩/୭ (ଚିତ୍ତରଞ୍ଜନ ସିଂହ)ଆସନ୍ତା ଜୁଲାଇ 5 ରେ ଓଡିଶା ସରକାର ଙ୍କ 5ଟି ସଚିବ ଭିକେ ପାଣ୍ଡିଆନ ଙ୍କ ବୌଦ୍ଧ ଗ୍ରସ୍ତ ଥିବା ବେଳେ ଗ୍ରସ୍ତ କୁ ସଫଳ ପାଇଁ ପ୍ରଶାସନ ଠୁ ଆରମ୍ଭ କରି ନେତା, ମନ୍ତ୍ରୀ ପର୍ଯ୍ୟନ୍ତ ଚଲ ଚଞ୍ଚଳ l,ଏନେଇ ହରଭଙ୍ଗା ବ୍ଲକ ପୁରୁଣା କଟକ ରେ ସଚିବ ଙ୍କ ସାଧାରଣ ଉଦବୋଧନ ଏବଂ ମାଁ ଭୈରବୀ ଙ୍କ ମନ୍ଦିର ପରିଦର୍ଶନ ଇତ୍ୟାଦି ଅନନ୍ୟ କାର୍ଯ୍ୟକ୍ରମ ଥିବାରୁ ପ୍ରସ୍ତୁତି ର ଶେଷ ପର୍ଯ୍ୟାୟ ରେ ପହଁଚି ଛି ପ୍ରଶାସନ l ଉତ୍ତମ ହେଲିପ୍ୟାଡ଼, ମିନିଷ୍ଟାଡିୟ କୁ ପ୍ରବେଶ ରାସ୍ତା ର ଉନ୍ନତି, ବ୍ୟାରିକେଡ଼, ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ସାଧାରଣ ଉଦବୋଧନ ପାଇଁ ସଭା ସ୍ଥଳୀ, ଇତ୍ୟାଦି ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟ ରେ ପହଁଚି ଯାଇଛି l
ଜିଲାପାଳ ଠୁ ଆରମ୍ଭ କରି ଜିଲ୍ଲା ର ବିଭିନ୍ନ ଅଧିକାରୀ ଗ୍ରସ୍ତ ର ସମସ୍ତ ରାସ୍ତା ର ସମୀକ୍ଷା କରିଥିବା ଜଣାପଡିଛି l ଅନ୍ୟପଟେ ପୋଲିସ ପ୍ରଶାସନ ମଧ୍ୟ ଶାନ୍ତି ଶୃଙ୍ଖଳ ପାଇଁ ପେଟ୍ରୋଲିଙ୍ଗ କାର୍ଯ୍ୟ ଜାରି ଥିବା ଜଣାପଡିଛି l ଏପରିକି ତିନି ଦିନ ପୂର୍ବରୁ ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସ, ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ, ଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ ରଞ୍ଜନ ନାୟକ,ପ୍ରମୁଖ ଗ୍ରସ୍ତ ଖସଡ଼ା ଓ ପରିଦର୍ଶନ ଥିବା ବିଭିନ୍ନ ସ୍ଥାନ ର ସମୀକ୍ଷା କରି ଫେରି ଯାଇଛନ୍ତି l
ଏପଟେ ବ୍ଲକ ର ପୁରୁଣା କଟକଗ୍ରସ୍ତ ଥିବାରୁ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବି ମାଁ ଭୈରବୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମନ୍ଦିର ଉନ୍ନତି, ଓ ପର୍ୟ୍ୟଟନ ସ୍ଥଳୀ ର ମାନ୍ୟତା ଦାବି ପାଇଁ ସଚିବ ଙ୍କୁ ଦାବିପତ୍ର ପ୍ରଦାନ କରାଯିବ, ଅନ୍ୟପଟେ ପୁରୁଣା କଟକ ଉନ୍ନୟନ କମିଟି ପକ୍ଷରୁ ପୁରୁଣା କଟକ କୁ ( ଏନ ଏ ସି ) ମାନ୍ୟତା,ବ୍ଲକରେ ବିଜ୍ଞାନ ମହାବିଦ୍ୟାଳୟ ଏବଂ ଏକ ବଡ଼ ପାର୍କ ନିର୍ମାଣ ପାଇଁ ଦାବି କରିବ , ଏବଂ ଭୈରବୀ କ୍ଳବ ପକ୍ଷରୁ ଅଞ୍ଚଳ ର କ୍ରୀଡା ଓ କ୍ରୀଡାବିତ ଙ୍କ ବିକାଶ ପାଇଁ ପୁରୁଣା କଟକ ମିଷ୍ଟାଡିୟମ ବଦଳ ରେ ବଡ଼ ଧରଣ ଷ୍ଟାଡିୟମ ନିର୍ମାଣ ପାଇଁ ଦାବିପତ୍ର ପ୍ରଦାନ କରାଯିବା ନେଇ ଖସଡ଼ା ପ୍ରସ୍ତୁତି ହୋଇଥିବା ଜଣାପଡିଛି l ତେଣୁ ସଚିବ ଗ୍ରସ୍ତ ରେ ଏସବୁ ଦିଗ ପ୍ରତି ଓ ଅଞ୍ଚଳ ର ଅନେକ ସମସ୍ୟା ର ସମାଧାନ ହୋଇ ପାରିବ ବୋଲି ବ୍ଲକ ବାସି ଆଶା ବାନ୍ଧିଛନ୍ତି l