ଓଡିଶା ସାହିତ୍ୟ ଏକାଡେମୀର ସ୍ବନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା

32 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଗ୍ରନ୍ଥାଳୟ ରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସାହିତ୍ୟ ଏକାଡେମୀ ର ସ୍ବନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ବିଭିନ୍ନ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତତ୍ତ୍ଵାବଧାନ ରେ ସମସ୍ତ ବ୍ଲକ୍ ରେ ଅନୁଷ୍ଠିତ ପ୍ରତିଯୋଗୀତା ରେ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ କନିଷ୍ଠ ବର୍ଗରେ ଏବଂ ହାଇସ୍କୁଲର ଛାତ୍ରଛାତ୍ରୀ ବରିଷ୍ଠ ବର୍ଗରେ ଅଂଶଗ୍ରହଣ କରିଥିଲେ I

ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ ଙ୍କ ନିର୍ଦ୍ଦେଶନାରେ ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I କନିଷ୍ଠ ଓ ବରିଷ୍ଠ ବର୍ଗ ରେ ପ୍ରବନ୍ଧ ପ୍ରତିଯୋଗିତା ରେ ଅଂଶୁମାନ ରଣା, ବର୍ଷାରାଣି ପ୍ରଧାନ ବକ୍ତୃତା ରେ ଓମ୍ ପ୍ରକାଶ ଦାସ, ପ୍ରିୟଙ୍କା ପଧାନ କବିତା ଆବୃତ୍ତି ରେ ତୃପ୍ତିମୟୀ ବାଘ, ଆକ୍ଷାୟିକା ତ୍ରିପାଠୀ ଏବଂ ସାଧାରଣ ଜ୍ଞାନ ରେ ହରିହର ଡାକୁଆ, ଆଦ୍ୟାର୍ଥ ଶେଖର ରଥ ଜିଲ୍ଲା ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l ଏମାନେ ସମସ୍ତେ କନିଷ୍ଠ ବର୍ଗରେ 09 ଜୁଲାଇ ଏବଂ ବରିଷ୍ଠ ବର୍ଗରେ 16 ଜୁଲାଇ ରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଭୁବନେଶ୍ବର ରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l

ପ୍ରତିଯୋଗିତା ପରିଚାଳନାରେ ଜିଲ୍ଲା ଗ୍ରନ୍ଥାଗାର ର ଲାଇବ୍ରେରୀଆନ୍ ବିଦ୍ୟାପତି ପଣ୍ଡା, ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ର ସହାୟକ ଲବ ଚାନ୍ଦ ,ଶିକ୍ଷକ ଅମ୍ବୁଜ ବିହାରୀ ଶତପଥୀ , ଲକ୍ଷ୍ମୀନାରାୟଣ ସାହୁ, ବ୍ରତାନନ୍ଦ ଭୋଇ, ଦିଲୀପ ମିଶ୍ର, ଇନ୍ଦିରା ମିଶ୍ର, ପୂର୍ଣ୍ଣଚନ୍ଦ୍ର ପାଢି, ଦିଗାମ୍ବର ଶତପଥୀ, ଶ୍ୟାମସୁନ୍ଦର ସାହୁ ପ୍ରମୁଖ ସହଯୋଗ କରିଥିଲେ l କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l

 

Related Post

କଟକ ଜିଲା ନେମାଳରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱ ଶାନ୍ତି ମହାଯଜ୍ଞ

Posted by - April 4, 2023 0
ଯାଜପୁର:କଟକ ଜିଲା ନେମାଳ ରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱ ଶାନ୍ତି ମହାଯଜ୍ଞ। ଏଥିପାଇଁ ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଙ୍କ ପୀଠରୁ ମା…

ପିଙ୍ଗଲମୁଣ୍ଡା ରେ ବନମହୋତ୍ସବ ବୃକ୍ଷ ରୋପଣ ସହ ଜଙ୍ଗଲ ସୁରକ୍ଷା କରିବାକୁ ଆହ୍ଵାନ

Posted by - July 4, 2023 0
ଖପ୍ରାଖୋଲ: ୧/୭(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରଖୋଲ ବ୍ଲକ ଘୁନସର ପଞ୍ଚାୟତ ପିଙ୍ଗଳମୁଣ୍ଡା ଗାଁ ରେ ବନ ମହୋତ୍ସବ ସପ୍ତାହ ଅବସରରେ ତୃତୀୟ ଦିନ ରେ…

ବାରାହା ଆକ୍ରମଣ ମୃତ ଓ ପୁଅ ଗୁରୁତର

Posted by - June 30, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ବାର୍ହା ଆକ୍ରମଣରେ ମାଆ ମୃତ ଓ ପୁଅ ଗୁରୁତର I ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ପାପୀ ଗାଁ ର ନିକଟରେ ଥିବା…

ଏନ୍ ଏଚ ୧୩୦ ଵଳଦିଆମାଳ ଠାରୁ ସନ୍ଦିକୁଲିଆରୀ ରାସ୍ତା କାମ ନିମ୍ନ ମାନର ଯୋଗୁଁ ପିଚୁ ରାସ୍ତା ଉପରେ କ୍ରସର ଗୁଣ୍ଡ ?

Posted by - September 14, 2023 0
ଧର୍ମଗଡ଼:(ହେମନ୍ତ କୁମାର ମାଝୀ)କେନ୍ଦ୍ର ସରକାର ହୋଇ କି ରାଜ୍ୟ ସରକାର ଲୋକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା…