ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ବଲାଙ୍ଗୀର ଜିଲ୍ଲାର ସବୁଠୁ ବଡ଼ ସବ ଡିଭିଜନ ହେଲା ଟିଟିଲାଗଡ଼। ଟିଟିଲାଗଡ଼ ସହର ଠାରୁ ପାଞ୍ଚ କିଲୋମିଟର ଦୂରରେ ରହିଛି ଗ୍ରାଫାଇଟ ଇଣ୍ଡିଆ ଲିମିଟେଡ। ଏହି କମ୍ପାନୀ ଉପରେ ଟିଟିଲାଗଡ ସହର ତଥା ଆଖପାଖ ଅଞ୍ଚଳର ବହୁତ ଲୋକ ଚାକିରି କରି ନିଜର ପେଟ ପୋଷଣ କରୁଛନ୍ତି। ଦିନକୁ ଦିନ ଏଠାରେ ଖାସ କରି ଠିକା କର୍ମଚାରୀଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଇଛି। ଏ ନେଇ ଧୀରେ ଧୀରେ ଅଶାନ୍ତି କୁହୁଳିବାରେ ଲାଗିଛି।
ସୋମବାର ଦିନ ଠିକା ଶ୍ରମିକ ମାନେ ସ୍ଥାନୀୟ ନେତୃତ୍ଵବୃନ୍ଦଙ୍କୁ ଡାକି ସେମାନଙ୍କୁ କିପରି ତାଙ୍କର ହକ ତଥା ତାଙ୍କୁ ଶୋଷଣ କିପରି କରାଯାଉଅଛି ସେ ବିଷୟରେ ଅବଗତ କରାଇଥିଲେ। ସେହି ସମସ୍ୟା ବିଷୟରେ ଶୁଣିବା ପରେ ଶ୍ରମିକ ମାନଙ୍କ ସହ ସିହିନି ସରପଞ୍ଚ ତଥା ଜିଲ୍ଲା ସରପଞ୍ଚ ସଙ୍ଘ ସଭାପତି, ଜଗୁଆର ପୁର୍ବତନ ସରପଞ୍ଚ ତଥା ସମାଜସେବୀ ଲଳିତ ସାହୁ, ଚାଷୀ ତଥା ଓବିଶି ନେତା ଶ୍ରୀ ବାଳକୃଷ୍ଣ ଷ।ଣ୍ଢ ଯାଇ ଗ୍ରାଫାଇଟ ଇଣ୍ଡିଆ ଲିମିଟେଡ ର ଜେନେରାଲ ମ୍ୟାନେଜର ପି କେ ସ୍ୱାଇଁ ଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ।
ତନ୍ମଧ୍ୟରୁ ୨୦୧୭ ରୁ କୌଣସି ଠିକା କର୍ମଚାରୀଙ୍କୁ( କୁଶଳୀ ଶ୍ରମିକ)ଙ୍କୁ ଗ୍ରେଡେଶନ କିମ୍ବା ପ୍ରମୋସନ ଦିଆ ନ ଯିବା, ୨୦୧୪ ରେ ଶ୍ରମିକଙ୍କ ପେ ରିଭାଇଜଡ ହେଲା ପରେ ବି ରେଗୁଲାର ଶ୍ରମିକଙ୍କ ମଜୁରୀ ବଢି ଥିବା ବେଳେ ଏମାନଙ୍କର ବଢ଼ି ନାହିଁ, ଉତ୍ପାଦିତ ଲାଭାଂଶ ର ମଧ୍ୟ ବୋନସ ନ ଦେବା, ସପ୍ଲାଏ ଶ୍ରମିକ ଙ୍କୁ ଓଭର ଟାଇମ କଲେ ବି ସେହି ମଜୁରି ପ୍ରଦାନ କରାଯାଉଛି ଯାହାକି ନିୟମ ମୁତାବକ ଦୁଇ ଗୁଣା ହେବା କଥା, ଓଭର ଟାଇମ କରୁଥିବା କର୍ମଚାରୀଙ୍କୁ ଖାଦ୍ୟ ଆଲାଉଁସ ବାବଦକୁ କେବଳ ୨୨ ଟଙ୍କା ପ୍ରଦାନ, ସାପ୍ତାହିକ ଛୁଟି ବ୍ୟବସ୍ଥା ଥିବା ବେଳେ ଠିକା ଶ୍ରମିକ ଏହାର ଲାଭ ପାଇ ପାରୁ ନାହାନ୍ତି।
ସେଥିପାଇଁ ସମାନ କାମକୁ ସମାନ ଦରମା ତଥା କମ୍ପାନୀ ନିୟମ ମୁତାବକ ସେମାନଙ୍କୁ ସବୁ ସୁବିଧା ପ୍ରଦାନ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ନେତୃତ୍ଵ ବୃନ୍ଦ। ଯଦି କମ୍ପାନୀ କତୃପକ୍ଷ ଏହା ଦେବାରେ ହେଳା କରନ୍ତି ତାହେଲେ ଆଗାମୀ ଦିନରେ ବିରାଟ ଶ୍ରମିକ ଆନ୍ଦୋଳନ ପ୍ରସ୍ତୁତ ରୁହନ୍ତୁ ବୋଲି ଚେତାବନୀ ଦେଇଛନ୍ତି।