କଳାହାଣ୍ଡି:୦୩/୦୭(ନରେନ୍ଦ୍ର ନେଗୀ)କକାହାଣ୍ଡି ବିଶ୍ବ ବିଦ୍ୟାଳୟ ମାଣିକ୍ୟ ବିହାରର ଯୁକ୍ତ ତିନି ପରୀକ୍ଷା ଫଳ ପ୍ରକାଶ ପାଇଛି l ଏହି ପରୀକ୍ଷାରେ କଳାରେ 2562 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ସେମାନଙ୍କ ମଧ୍ୟରୁ 1455 ଜଣ (୫୬.୭୯%), ବାଣିଜ୍ୟରେ 246 ଜଣଙ୍କ ମଧ୍ୟରୁ 189 ଜଣ (୭୬.୮୨%) ଏବଂ ବିଜ୍ଞାନରେ 1404 ଜଣଙ୍କ ମଧ୍ୟରୁ 950 ଜଣ (୬୭.୬୬%) ଛାତ୍ରଛାତ୍ରୀ ପାସ କରିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ ଚଳିତ ଶିକ୍ଷା ବର୍ଷ ରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ୪୭ ଟି କଲେଜର ୪୨୧୨ ଛାତ୍ର ଛାତ୍ରୀ କଳା , ବାଣିଜ୍ଯ ଓ ବିଜ୍ଞାନ ରେ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୨୫୯୪ ଜଣ କୃତକାର୍ଯ୍ୟ ହୋଇଛନ୍ତି।
ସେହିଭଳିବିସିଏ ରେ 104 ଜଣ ପରୀକ୍ଷା ଦେଇଥିଲେ ସେମାନଙ୍କ ମଧ୍ୟରୁ 69 ଜଣ, ଏବଂ ବିବିଏ ରେ ୩୭ ଜଣ ପରୀକ୍ଷା ଦେଇଥିବା ବେଳେ ୩୨ ଜଣ ପାସ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ କୁଳପତି ଅଧ୍ୟାପକ ସଞ୍ଜୟ କୁମାର ଶତପଥୀ ସୂଚନା ଦେଇଛନ୍ତି। ଏଥିସହିତ ଫିଜିକ୍ସ ବା ପଦାର୍ଥ ବିଜ୍ଞାନ ଛାତ୍ର ଲଲିତ ପୋଢ଼, ସମସ୍ତ ବିଭାଗ ମଧ୍ୟ ରେ ବିଶ୍ଵବିଦ୍ୟାଳୟ ଟପ୍ପର ହୋଇଥିବା କୁଳପତି ସୂଚନା ଦେଇଥିଲେ । କଳାରେ ପ୍ରତିଷା ପଣ୍ଡା ଏବଂ ବାଣିଜ୍ୟ ରେ ଅଂଶିତା ପଟ୍ଟନାୟକ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଥିବା ସୂଚନା ମିଳିଛି।
ନୃତତ୍ତ୍ୱ ବିଭାଗରେ ବର୍ଷାରାଣୀ ସାହୁ, ଶିକ୍ଷା ବିଭାଗରେ ଅପର୍ଣ୍ଣା ରାଉତ, ଇଂରାଜୀରେ ଆଶୀର୍ବାଦ ପଣ୍ଡା, ଭୁଗୋଳରେ ମୁସ୍କାନ୍ ଖାନସମା , ରାଜନୀତି ବିଜ୍ଞାନ ରେ ଗୁପ୍ତେଶ୍ଵର ସାହୁ, ସଂସ୍କୃତ ରେ ତ୍ରିନାଥ ହଂସ, ସାମାଜିକ ବିଜ୍ଞାନ ରେ ଜ୍ୟୋତ୍ସ୍ନାମୟି ନାଗ, ହିନ୍ଦୀରେ କେୱଳରାମ ପାଣ୍ଡେ, ଇତିହାସ ରେ ଆଶିଷ କୁମାର ସାହୁ, ହୋମ୍ ସାଇନ୍ସ ରେ ପ୍ରତିଭା ଲହଜଲ , ଓଡ଼ିଆ ରେ ଲିପ୍ସା ନାଏକ, ଦର୍ଶନ ଶାସ୍ତ୍ର ରେ ଖୁସାଲି ସାହୁ ପ୍ରମୁଖ ନିଜ ନିଜ ବିଭାଗରେ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଥିବା ସୂଚନା ଦିଆଯାଇଛି।
ଉଦ୍ଭିଦ ବିଜ୍ଞାନ ରେ ସୁପ୍ରିୟା ପୁରୋହିତ, ରସାୟନ ବିଜ୍ଞାନରେ ସୌମ୍ୟରଞ୍ଜନ ସାହୁ, କମ୍ପ୍ୟୁଟର ସାଇନସ୍ ରେ ନେହା ମିଶ୍ର, ଗଣିତ ରେ ରାଜୁ ଦୀପ, ଜୀବ ବିଜ୍ଞାନ ରେ ଚନ୍ଦ୍ର ସାଗର ଦଣ୍ଡସେନା ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି। ବିବିଏ ରେ ପ୍ରତୀକ୍ଷା ପଣ୍ଡା ଏବଂ ବିସିଏ ରେ ସରସ୍ବତୀ ଇନଷ୍ଟିଚ୍ୟୁଟ ଅଫ ଏଇଟି ଏଣ୍ଡ ମେନେଜମେଣ୍ଟ ଭବାନୀପାଟଣା ର ଆର୍ୟନ୍ ଯୋଶୀ ଏବଂ ସ୍ନିଗ୍ଧା ପଟ୍ଟନାୟକ ଯୁଗ୍ମ ଟପ୍ପର ହୋଇଛନ୍ତି l
ଏହି ପରୀକ୍ଷାଫଳ କଳାହାଣ୍ଡି ବିଶ୍ୱ ଵିଦ୍ୟାଳୟର ପ୍ରଥମ ପରୀକ୍ଷା ଫଳ l